ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଆମେରିକୀୟ ଇନ୍‌ଫ୍ଲୁଏନ୍ସରଙ୍କ ଦାବି, ତାଙ୍କ ସନ୍ତାନର ବାପା ଏଲନ ମସ୍କ

Published By : Prameya | February 16, 2025 10:40 AM

ନୂଆଦିଲ୍ଲୀ ୧୬/୦୨: ଆମେରିକାର ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ତଥା ଲେଖିକା ଆସ୍‌ଲେ ସେଣ୍ଟ କ୍ଲେୟାର ଦାବି କରିଛନ୍ତି ଯେ ତାଙ୍କ ସନ୍ତାନର ଜନକ ହେଉଛନ୍ତି ଟେସ୍‌ଲା କମ୍ପାନିର ମାଲିକ ଏଲନ ମସ୍କ । ତାଙ୍କର ଏଭଳି ଦାବି ପରେ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ତାହା ଚର୍ଚ୍ଚାର ବିଷୟ ହୋଇଛି । କ୍ଲେୟାର କହିଛନ୍ତି ୫ ମାସ ତଳେ ସେ ଗୋପନ ଭାବେ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । କିନ୍ତୁ ଗୋପନୀୟତା ଓ ପିଲାର ନିରାପତ୍ତାକୁ ଦୃଷ୍ଟିରେ ରଖି ଏ ବିଷୟରେ ସେ ପୂର୍ବରୁ ଘୋଷଣା କରିନଥିଲେ । କିନ୍ତୁ କିଛି ଗଣମାଧ୍ୟମ ଏକଥା ଜାଣିବା ପରେ ତାକୁ ପ୍ରଚାର ପ୍ରସାର କରିବାକୁ ଚେଷ୍ଟା କରିଥିଲେ । ତେଣୁ ସେ ସାମ୍‌ନାକୁ ଆସି ଏକଥା ପ୍ରଘଟ କରିଛନ୍ତି । 

ଏଥିସହ ସେ ଗଣମାଧ୍ୟମକୁ ନିଜ ସନ୍ତାନର ବ୍ୟକ୍ତିଗତ ଓ ଗୋପନୀୟତାକୁ ସମ୍ମାନ ଦେବାକୁ ଅପିଲ କରିଛନ୍ତି । କହିଛନ୍ତି ସେ ତାଙ୍କ ପିଲାକୁ ସୁରକ୍ଷିତ ପରିବେଶ ଦେବାକୁ ଚାହାନ୍ତି । ଗଣମାଧ୍ୟମ ଯୋଗୁ ତାଙ୍କ ପିଲା ପ୍ରତି କ୍ଷତି ପହଞ୍ଚିବାର ସେ ଆଶଙ୍କା ମଧ୍ୟ କରିଛନ୍ତି । କ୍ଲେୟାରଙ୍କ ଦାବି ଉପରେ ମସ୍କଙ୍କ ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ ଜଣେ ଫ୍ୟାନ୍‌ଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ମସ୍କ ଏକ ଲାଫିଙ୍ଗ ଇମୋଜି ସେୟାର କରିଛନ୍ତି । ଯଦି କ୍ଲୋୟାରଙ୍କର ଏହି ଦାବି ସତ ହୋଇଥିବ ତେବେ ଏହା ମସ୍କଙ୍କର ୧୩ତମ ସନ୍ତାନ ହେବ । କାରଣ ପୂର୍ବରୁ ୩ ମହିଳା ପାର୍ଟନରଙ୍କଠାରୁ ମସ୍କଙ୍କର ୧୨ ସନ୍ତାନ ଅଛନ୍ତି । 

ତେବେ ୩୧ ବର୍ଷୀୟା କ୍ଲେୟାର ନ୍ୟୁୟର୍କର ସବୁଠାରୁ ମହଙ୍ଗା ଅଞ୍ଚଳ ଭାବେ ପରିଚିତ ମ୍ୟାନହଟ୍ଟନରେ ରହୁଛନ୍ତି । ସେ ରୁଢ଼ିବାଦୀ ଚିନ୍ତାଧାରାକୁ ସମର୍ଥନ କରନ୍ତି । ସୋସିଆଲ ମିଡିଆ ଏକ୍ସରେ ତାଙ୍କର ୧୦ ଲକ୍ଷ ଫଲୋଅର୍ସ ଅଛନ୍ତି । ସେ ବର୍ତ୍ତମାନ ଯେଉଁ ବଙ୍ଗଳାରେ ରହୁଛନ୍ତି ତାର ମାସିକ ଭଡା ହେଉଛି ୧୩ ଲକ୍ଷ ଟଙ୍କା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.