ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଅନ୍ତିମ ଦିନିକିଆ; ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତି, ୩ ପରିବର୍ତ୍ତନ କଲା ଭାରତ

Published By : Ankita S | February 12, 2025 1:26 PM

ଅହମ୍ମଦାବାଦ,୧୨ /୦୨:  ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ଆରମ୍ଭ ହୋଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ମ୍ୟାଚ । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି ବଟଲରବାହିନୀ । ତୃତୀୟ ଦିନିକିଆରେ ଭାରତ ପ୍ଲେଇଙ୍ଗ ଇଲେଭେନରେ ୩ ପରିବର୍ତ୍ତନ କରିଛି । ୱାଶିଂଟନ୍ ସୁନ୍ଦର, କୁଳଦୀପ ଯାଦବ ଓ ଅର୍ଶଦୀପ ସିଂହଙ୍କୁ ସ୍ଥାନ ମିଳିଛି । ଦ୍ବିତୀୟ ଦିନିକିଆରେ ପଦାର୍ପଣ ମ୍ୟାଚ ଖେଳିଥିବା ବରୁଣ ଚକ୍ରବର୍ତ୍ତୀଙ୍କୁ ବାଦ ଦିଆଯାଇଛି ।

୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୨ଟି ମ୍ୟାଚ ଜିତି ଆଗୁଆ ସରିଜ କବଜା କରି ସାରିଛି ଭାରତ । ଅନ୍ତିମ ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ରୋହିତବାହିନୀ । ଭାରତୀୟ ଦଳ ତୃତୀୟ ଦିନିକିଆ ପାଇଁ ଦଳରେ ୩ ପରିବର୍ତ୍ତନ କରିଛି । ୱାଶିଂଟନ୍ ସୁନ୍ଦର, କୁଳଦୀପ ଯାଦବ ଓ ଅର୍ଶଦୀପ ସିଂହଙ୍କୁ ପ୍ଲେଇଙ୍ଗ ଇଲେଭେନରେ ସ୍ଥାନ ମିଳିଛି । ଦ୍ବିତୀୟ ଦିନିକିଆରେ ଡେବ୍ୟୁ କରିଥିବା ବରୁଣ ବାଦ୍ ପଡିଛନ୍ତି । ତାଙ୍କ ଗୋଡରେ ସମସ୍ୟା ଥିବାରୁ (sore right calf) ସେ ତୃତୀୟ ଦିନିକିଆ ଖେଳୁ ନାହାନ୍ତି । ବାମହାତୀ ପେସ୍ ବୋଲର ଅର୍ଶଦୀପ ସିଂହଙ୍କୁ ଏକାଦଶରେ ସ୍ଥାନ ମିଳିଛି । ସେ  ଚମତ୍କାର ଫର୍ମରେ ରହିଛନ୍ତି । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ତାଙ୍କୁ ସୁଯୋଗ ଦିଆଯାଇଛି । ସେହିପରି ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି । ଦ୍ବିତୀୟ ଦିନିିକିଆରେ ରୋହିତ ଫର୍ମ ଫେରି ପାଇଥିଲେ ମାତ୍ର କୋହଲି ନିରାଶ କରିଥିଲେ । ଆଜି ଏହି ଦୁଇ ପ୍ଲେୟାରଙ୍କ ଉପରେ ନଜର ରହିବ । ଇଂଲଣ୍ଡ ବିପକ୍ଷରେ ବଡ ରେକର୍ଡ କରିପାରନ୍ତି ଏହି ଦୁଇ ଖେଳାଳି ।

ସିରିଜ ହରାଇଥିବା ଇଂଲଣ୍ଡ ଦଳ ଆଜି ସମ୍ମାନ ପାଇଁ ଖେଳିବ । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଦଳ ପାଇଁ ଏହା ଏକ ଅଭ୍ୟାସ ମ୍ୟାଚ ପରି ହେବ । ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରିବ ଭ୍ରମଣକାରୀ ଦଳ ।  ଇଂଲଣ୍ଡ ତାର ଏକାଦଶରେ ପରିବର୍ତ୍ତନ କରିଛି ।ଆହତ ହୋଇଥିବା ଜାକବ ବେଥେଲଙ୍କ ସ୍ଥାନରେ ଟମ ବାଣ୍ଟନ ଏକାଦଶରେ ସ୍ଥାନ ମିଳିଛି ।


ଏହା ବି ପଢନ୍ତୁ...ଇଂଲଣ୍ଡ ବିପକ୍ଷରେ ବଡ଼ ରେକର୍ଡ କରିପାରନ୍ତି ରୋହିତ-କୋହଲି; ହିଟ୍‌ମ୍ୟାନ୍‌ଙ୍କୁ ୧୩ ଏବଂ କୋହଲିଙ୍କୁ ଆବଶ୍ୟକ ୮୯ ରନ୍‌

ଭାରତ ଚୂଡାନ୍ତ ଏକାଦଶ : ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌ (ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର,  ହର୍ଷିତ ରାଣା,  କୁଳଦୀପ ଯାଦବ,  ଅର୍ଶଦୀପ ସିଂହ । 

ଇଂଲଣ୍ଡ ଚୂଡାନ୍ତ ଏକାଦଶ: ବେନ ଡକେଟ୍‌, ଫିଲପ ସଲ୍ଟ, ଜୋ ରୁଟ୍‌, ହ୍ୟାରୀ ବ୍ରୁକ୍‌, ଜୋସ ବଟଲର (ଅଧିନାୟକ), ଟମ ବାଣ୍ଟନ, ଲାଏମ ଲିଭିଙ୍ଗଷ୍ଟୋନ, ଜି. ଅଟକିନସନ,  ସାକିବ ମହମ୍ମଦ, ଆଦିଲ ରସିଦ, ମାର୍କ ଉଡ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.