ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଇଂଲଣ୍ଡ ବିପକ୍ଷରେ ବଡ଼ ରେକର୍ଡ କରିପାରନ୍ତି ରୋହିତ-କୋହଲି; ହିଟ୍‌ମ୍ୟାନ୍‌ଙ୍କୁ ୧୩ ଏବଂ କୋହଲିଙ୍କୁ ଆବଶ୍ୟକ ୮୯ ରନ୍‌

Published By : Prameya | February 12, 2025 1:27 PM

Image source: ABP Live

ନୂଆଦିଲ୍ଲୀ,୧୨/୦୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ଆଜି ଅର୍ଥାତ୍ ବୁଧବାର, ୧୨ ଫେବୃଆରୀରେ ଖେଳାଯିବ। ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ ରହିବ। କଟକରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ରୋହିତ ଶର୍ମା ଏକ ଚମତ୍କାର ଶତକ ହାସଲ କରିଥିବା ବେଳେ ବିରାଟ କୋହଲିଙ୍କ ପ୍ରଦର୍ଶନ ଫ୍ଲପ୍ ହୋଇଥିଲା। ଏବେ ତୃତୀୟ ଦିନିକିଆରେ, ଯଦି ହିଟମ୍ୟାନ୍ ମାତ୍ର ୧୩ ରନ୍‌ କରନ୍ତି ଏବଂ କୋହଲି ୮୯ ରନ କରନ୍ତି, ତେବେ ଉଭୟେ ଏକ ଗୁରୁତ୍ବପୁର୍ଣ୍ଣ ରେକର୍ଡ ହାସଲ କରିବେ।

ସୂଚନାଥାଉକି, ରୋହିତ ଶର୍ମା ୧୧,୦୦୦ ଦିନିକିଆ ରନ୍‌ର ଅତି ନିକଟରେ ପହଞ୍ଚି‌ଥିବା ବେଳେ ବିରାଟ କୋହଲି ୧୪,୦୦୦ ଦିନିିକିଆ ରନ୍‌ ନିକଟବର୍ତ୍ତି ରହିଛନ୍ତି। ହିଟମ୍ୟାନ୍ ଭାବରେ ପ୍ରସିଦ୍ଧ ରୋହିତ ଶର୍ମା ଏପର୍ଯ୍ୟନ୍ତ ତାଙ୍କ ଦିନିକିଆ କ୍ୟାରିୟରରେ ୧୦୯୮୭ ରନ କରିଛନ୍ତି। ଏପରି ସ୍ଥଳେ ତାଙ୍କୁ ୧୧ ହଜାର ରନ୍ ପୂରଣ କରିବା ପାଇଁ ମାତ୍ର ୧୩ ରନ୍ ଆବଶ୍ୟକ। ଏପର୍ଯ୍ୟନ୍ତ ବିଶ୍ୱର କେବଳ ୯ ଜଣ ବ୍ୟାଟର ଦିନିକିଆ କ୍ରିକେଟରେ ୧୧ ହଜାର କିମ୍ବା ତା'ଠାରୁ ଅଧିକ ରନ କରିଛନ୍ତି। ରୋହିତ ଶର୍ମା ଏହି ତାଲିକାର ଦଶମ ବ୍ୟାଟର ହେବାଠାରୁ ମାତ୍ର କିଛି ପାଦ ଦୂରରେ ଅଛନ୍ତି।

ସେହିପରି ବିରାଟ କୋହଲିଙ୍କୁ ୧୪,୦୦୦ ଦିନିକିଆ ରନ୍ ପୂରଣ କରିବା ପାଇଁ ୮୯ ରନ୍ ଆବଶ୍ୟକ। ଏବେ ବିଶ୍ୱର କେବଳ ୨ ଜଣ ବ୍ୟାଟର ଦିନିକିଆ କ୍ରିକେଟରେ ୧୪ ହଜାର ରନ୍ ଅତିକ୍ରମ କରିଛନ୍ତି। ଏବେ ବିରାଟ କୋହଲି ଏହି ତାଲିକାରେ ସାମିଲ ହେବାରେ ବିଶ୍ୱର ତୃତୀୟ ବ୍ୟାଟର ହୋଇପାରିବେ।

କୋହଲି ଓ ରୋହିତଙ୍କ ଦିନିିକିଆ ରେକର୍ଡ:

କିଙ୍ଗ କୋହଲି: କୋହଲି ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୨୯୬ଟି ଦିନିକିଆ ଖେଳିଛନ୍ତି। ଏହି ମ୍ୟାଚ୍‌ଗୁଡ଼ିକରେ ସେ ୨୮୪ ଇନିଂସରେ ବ୍ୟାଟିଂ କରି ସେ ୫୭.୯୬ ହାରରେ ୧୩୯୧୧ ରନ୍ କରିଛନ୍ତି। ଏପର୍ଯ୍ୟନ୍ତ ସେ ୫୦ଟି ଶତକ ଏବଂ ୭୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି, ଏଥିରେ ତାଙ୍କର ସର୍ବାଧିକ ସ୍କୋର ୧୮୩ ରନ୍‌ ଥଲା। 

ରୋହିତ ଶର୍ମା: ଭାରତୀୟ ଅଧିନାୟକ ରୋହିତ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୨୬୭ଟି ଦିନିକିଆ ଖେଳିଛନ୍ତି। ଏହି ମ୍ୟାଚ୍‌ଗୁଡ଼ିକର ୨୫୯ ଇନିଂସରେ ସେ ୪୯.୨୬ ହାରରେ ୧୦୯୮୭ ରନ୍ କରିଛନ୍ତି। ଏପର୍ଯ୍ୟନ୍ତ ସେ ୩୨ ଶତକ ଏବଂ ୫୭ ଅର୍ଦ୍ଧଶତକ ହାସଲ କରିଛନ୍ତି, ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ୨୬୪ ରନ୍‌ ଥିଲା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.