ପ୍ରମୂଖ ଖବର
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଏସିଆ କପ୍‌ରେ ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଇଶାନ କିଶନ

କଲମ୍ବୋ, ୦୨/୦୯: ଏସିଆ କପ୍ ୨୦୨୩ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଚର୍ଚ୍ଚା ଜାରି ରହିଛି । ଶ୍ରୀଲଙ୍କାର ପାଲେକେଲେରେ ଖେଳାଯାଉଛି ଏହି ମ୍ୟାଚ୍ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ୪୮.୫ ଓଭରରେ ଭାରତୀୟ ଦଳ ୨୬୬ ରନ୍‌ରେ ଅଲଆଉଟ ହୋଇଛି । ତେବେ ଆଜିର ଏହି ମ୍ୟାଚରେ ଓ୍ବିକେଟ କିପର ଇଶାନ କିଶନ ବିଶାଳ ରେକର୍ଡର ଅଧିକାରୀ ହୋଇଛନ୍ତି ।

ଅଶ୍ୱାରୋହୀଙ୍କ ଦୁଃଖ..୧୯ ବର୍ଷ ବୟସରେ ଅବସର ନେଲେ 'ଚିରାଗ'

ବହୁ ଚର୍ଚ୍ଚିତ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କର ଏକ ରେକର୍ଡକୁ କାଟି ଦେଇଛନ୍ତି ଇଶାନ କିଶନ । ଏସିଆ କପ୍‌ରେ ଧୋନୀଙ୍କ ରେକର୍ଡ କାଟିଦେଇଛନ୍ତି ଇଶାନ । ଓ୍ବିକେଟ କିପ୍‌ର ଭାବେ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ଅଧିକ ରନ୍‌ କରିବାରେ ସକ୍ଷମ ହୋଇଛନ୍ତି । ୭୬ ରନ୍‌ ଟପିବା ମାତ୍ରେ ଇଶାନ କିଶନ, ଧୋନୀଙ୍କ ରେକର୍ଡ ବ୍ରେକ୍‌ କରିଦେଇଥିଲେ । ଆଜିର ଏହି ମ୍ୟାଚ୍‌ରେ ଇଶାନ କିଶନ ୮୨ ରନ୍‌ କରିଛନ୍ତି ।

ଇଣ୍ଡିଆ ବନାମ ପାକିସ୍ତାନ ମ୍ୟାଚ୍‌ରେ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । ୧୦ ଓଭରରେ ଟିମ୍‌ ଇଣ୍ଡିଆ ୩ ଓ୍ବିକେଟ ହରାଇ ମାତ୍ର ୪୮ ରନ୍‌ କରିପାରିଥିଲା । ଶାହୀନ ଶାହ ଆଫ୍ରିଦି ଆଜିର ମ୍ୟାଚରେ ବଡ଼ ଓ୍ବିକେଟ୍‌ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇଯିବା ପରେ ଖେଳ ଦିଗ ପରିବର୍ତ୍ତନ କରିଥିଲା ।  ଏମିତି ୪ ଥର ହୋଇଛି ଯେ, ଜଣେ ଭାରତୀୟ ଓ୍ବିକେଟ କିପର ବ୍ୟାଟର ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ୫୦ରୁ ଅଧିକ ରନ୍‌ ସ୍କୋର କରିଛନ୍ତି । ଆଜିର ମ୍ୟାଚରେ ଇଶାନ କିଶନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାର୍ଟନରଶିପ୍‌ କମାଲ କରିଥିଲା । ତେବେ ୮୧ ବଲ୍‌ରେ ୮୨ ରନ୍‌ କରିବାରେ ସକ୍ଷମ ହୋଇଥିଲେ ଇଶାନ କିଶନ ।


  • Asia Cup record
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.