କଟକ, ୨୬ ।୩ (ବ୍ୟୁରୋ) : ଗୁରୁବାର ଠାରୁ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମରେ ଜାତୀୟ ଉପ କନିଷ୍ଠ ଅସିଚାଳନା ଆରମ୍ଭ ହେବ । ଏଥିପାଇଁ ଆଜି ଓଡ଼ିଶା ଦଳ ଘୋଷଣା ହୋଇଛି । ଭୁବନେଶ୍ୱର ଫେନସିଂ ଏକାଡେମୀରେ ଗତ ୫ ରୁ ୨୫ ତାରିଖ ପର୍ଯ୍ୟନ୍ତ ଦଳ ଚୟନ ଶିବିର ଆୟୋଜିତ ହୋଇଥିଲା । କୋଚ ସୁକାନ୍ତ ସେଠ, ନିତିନ ସ୍ୱାଇଁ, ଅନ୍ୱେଷା ରାଉତ, ରୋଶନ ସାହୁ, କରିଶ୍ମା ରାଉତ, ଲେନିନ ମିତାଇ ଓ ଜ୍ୟୋତି ରଞ୍ଜନ ଠାକୁର ପରିଚାଳନା କରିଥିଲେ । ମୋଟ ୩୪ ଖେଳାଳି ଶିବିରରେ ଯୋଗ ଦେଇଥିଲେ ।
ସେମାନଙ୍କ ମଧ୍ୟରୁ ୨୪ ଜଣ ଓଡ଼ିଶା ଦଳରେ ସାମିଲ ହୋଇଥିବା ରାଜ୍ୟ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏବଂ ସାଙ୍ଗଠନିକ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ସୂଚନା ଦେଇଛନ୍ତି । ଓଡ଼ିଶା ଦଳ ବାଳକ: ଲିଖିତ ବିଶ୍ୱାଳ, ନିଶାଙ୍କ ପଟେଲ, ବିଭୂତି ପଟେଲ, ଓମ ଖୋରା, ସ୍ୱାଗତ ପଟେଲ, ପଦ୍ମଲୋଚନ ନାଏକ, ଓମଶଙ୍କର ପଟେଲ, ଶୁଭମ ଜେସିଂ, ପ୍ରେମଜିତ ବେଶରା, ସୌମ୍ୟ ପ୍ରଧାନ, ମଣିକେଶ ନାଏକ ଓ କାହ୍ନା ଗଡ଼ତିୟା । ଓଡ଼ିଶା ବାଳିକା ଦଳ: ସ୍ମୃତି ପ୍ରଭା ଅରୁଣ, ସଞ୍ଜନା ଜାଲ, ଡଲିରାଣୀ ମାଝି, ଆସ୍ତା ଗଜେନ୍ଦ୍ର, ସ୍ମୃତି ପ୍ରଭା ଅରୁଣ, ସାରିକା ପଟେଲ, ଶ୍ରୀୟା ଶ୍ରୁତି ପଟେଲ, ପ୍ରଜ୍ଞାଶ ମହାନ୍ତି, ଇସ୍ରିତା ମିଶ୍ର, ନମ୍ରତା ପଟେଲ, ଅମ୍ରିତା ଆଦିଯୁଆଡ ଓ ମୁକ୍ତି ବିଶ୍ୱାଳ ।