ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

୩୭ ବସ୍ତା ନକଲି ଜର୍ଦ୍ଦା ସହ ୨୨ ଲକ୍ଷ ଟଙ୍କା ଜବତ, ସମଗ୍ର ରାଜ୍ୟକୁ ଲମ୍ବିଛି ଚେର

Published By : Harapriya Sethi | March 29, 2025 7:07 AM

ଆଠଗଡ଼/ଖୁଣ୍ଟୁଣୀ,୨୯/୩: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଥାନା ସମ୍ମୁଖ ୫୫ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ଏକ ଗାଡ଼ିରୁ ୩୭ ବସ୍ତା ନକଲି ଜର୍ଦ୍ଦା ସହ ୨୨ଲକ୍ଷ ୩୯ ହଜାର ୭ଶହ ଟଙ୍କା ଜବତ କରିଛି ପୁଲିସ । ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଓ ତା’ର ସହଯୋଗୀକୁ ଅଟକ ରଖି ପଚରାଉଚରା କରୁଛି । ଅଟକ ଦୁଇ ଅଭିଯୁକ୍ତ ହେଲେ ଟାଙ୍ଗୀ ଥାନା ଅଧୀନ ଚଢ଼େଇପଦାର ସୁଶାନ୍ତ ସାହୁ(୪୫) ଓ ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳର ଶିବ ପ୍ରସାଦ ବେହେରା(୪୦) । ଅଭିଯୁକ୍ତଙ୍କ ସୂଚନା କ୍ରମେ ପୁଲିସ ଟାଙ୍ଗୀ ଥାନା ଅଧୀନ ଏକାଧିକ ସ୍ଥାନରେ ଚଢ଼ଉ କରି ବିପୁଳ ନକଲି ଜର୍ଦ୍ଦା ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ସମେତ ନକଲି ଜର୍ଦ୍ଦା ଜବତ କରିଥିବା ଜଣାପଡ଼ିଛି । ଏହି ବେପାର ସମଗ୍ର ରାଜ୍ୟକୁ ବ୍ୟାପୀ ଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିପାରିଛି । 

ପୁଲିସ ସୂଚନା ମୁତାବକ, କୌଣସି ସୂତ୍ରରୁ ଖବର ପାଇ ଗୁରୁବାର ଖୁଣ୍ଟୁଣୀ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏସଆଇ ପ୍ରିୟଦର୍ଶୀ ସେଠୀ ଓ ସସ୍ମିତା ପରିଡ଼ାଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ୫୫ ନମ୍ବର ଜାତୀୟ ରାଜପଥ ଉପରେ କଡ଼ା ନଜର ରଖିଥିଲେ । ଢେଙ୍କାନାଳ ପଟୁ ଆସୁଥିବା ଏକ ବୋଲେରୋ (ଓଡି-୦୫-ବିଏଲ-୪୦୭୭) କୁ ଥାନା ନିକଟରେ ଅଟକାଇ ଯାଞ୍ଚ୍‌ କରିଥିଲେ । ଛାନ୍‌ଭିନ୍‌ ବେଳେ ଗାଡ଼ିରେ ଜର୍ଦ୍ଦା ଚାଲାଣ ହେଉଥିବା ଜଣାପଡ଼ିଥିଲା । ହେଲେ ଏ ସମ୍ପର୍କିତ କୌଣସି କାଗଜପତ୍ର ଚାଲାଣକାରୀଙ୍କ ନିକଟରେ ନଥିଲା । ପୁଲିସ ଗାଡ଼ିରୁ ୩୭ ବସ୍ତା ଜର୍ଦ୍ଦା ଜବତ କରିଥିଲା । ଏହା ସହିତ ଗାଡ଼ିର ସିଟ୍‌ ତଳୁ ୨୨ ଲକ୍ଷ ୩୯ ହଜାର ୭ଶହ ଟଙ୍କା ଜବତ କରଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା କରିବାରୁ ଜବତ ୩୭ଟି ବସ୍ତାରେ ନକଲି ଜର୍ଦ୍ଦା ଥିବା ଜାଣିବାକୁ ପାଇଥିଲା । ପରେ ଅଟକ ଦୁଇ ଅଭିଯୁକ୍ତଙ୍କ ସୂଚନା କ୍ରମେ ପୁଲିସ ଟାଙ୍ଗୀ ଥାନା ଅଧୀନ ଏକାଧିକ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଓ ନକଲି ଜର୍ଦ୍ଦା ଜବତ କରିଥିବା ପୁଲସ ସୂତ୍ରରୁ ଜଣାପଡ଼ିଛି । ଘଟଣାର ତଦନ୍ତ ଚାଲିଥିବା ଯୋଗୁଁ ଏ ସମ୍ପର୍କିତ ସବିଶେଷ ତଥ୍ୟ ପୁଲିସ ପ୍ରକାଶ କରିନାହିଁ । ଏହି କାରବାର କଟକ, ଢେଙ୍କାନାଳ ସମେତ ସମଗ୍ର ରାଜ୍ୟକୁ ବ୍ୟାପୀ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.