ରାଉରକେଲା, ୨୧/୦୫: କୋଏଲ ନଦୀର କେରକେଟା ଘାଟରେ ଗାଧୋଇବା ବେଳେ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର । ବୁଧବାର ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଉଦିତନଗର ଶୀତଳପଡ଼ା ଅଞ୍ଚଳର ବିଜୟ ନାଗ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ନୂଆଗାଁ ବ୍ଲକ୍ କୋଏଲ ନଦୀର କେରକେଟା ଘାଟରେ ଗାଧୋଇ ବିଜୟଙ୍କ ଗୋଡ଼ ଅଥଳ ପାଣିରେ ଖସିଯାଇଥିଲା ।
ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ଣରେ ବିଜୟ ନାଗ କୌଣସି କାମରେ ଝିରପାଣି ହୋଇ କେରକେଟାକୁ ଆସିଥିଲେ । କୋଏଲ ନଦୀରେ କେରକେଟା ଘାଟରେ ଗାଧୋଉଥିବା ବେଳେ ସେ ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମାତ୍ର ଯୁବକଙ୍କର କୌଣସି ପତ୍ତା ମିଳିନଥିଲା । ହେଲେ ବୁଧବାର ସକାଳେ ଅଗ୍ନିଶମ କର୍ମଚାରୀମାନେ କୋଏଲ ନଦୀରେ ପୁଣି ଥରେ ଖୋଜାଖୋଜି କରିବାରୁ ବିଜୟଙ୍କ ମୃତଦେହ ମିଳିଥିଲା । ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।