ରାଉରକେଲା,୧୮।୫ : ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଟେଣ୍ଟୋ ଥାନା ଅନ୍ତର୍ଗତ ରୁତାଗୁଦୁ ଗ୍ରାମ ନିକଟରେ ଅବସ୍ଥିତ ଜଙ୍ଗଲରେ ରବିବାର ସଂଧ୍ୟାରେ ଯବାନମାନେ ମାଓବାଦୀଙ୍କ ଏକ ପୁରୁଣା କ୍ୟାମ୍ପ ଠାବ କରିଛନ୍ତି। ସେହି କ୍ୟାମ୍ପରେ ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଋତାଗୁଦୁ ଜଙ୍ଗଲରେ ଯବାନମାନେ ଅପରେସନ ଚଳାଇ ଥିବା ବେଳେ ମାଓବାଦୀ ପୁରୁଣା କ୍ୟାମ୍ପ ଠାବ କରିଥିଲେ। ସେହି କ୍ୟାମ୍ପରୁ ୫ଟି ଆଇଇଡି, ୨ଟି ଡେଟୋନେଟର, ୧୮ଟି ଜିଲୋଟିନ, ୫୦ ମିଟର ବିଦ୍ୟୁତ୍ ତାର ଓ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି। ଆଇଇଡିଗୁଡ଼ିକୁ ସେହି ସ୍ଥାନରେ ନିଷ୍କ୍ରିୟ କରିଛନ୍ତି ବୋମା ନିଷ୍କ୍ରିୟ ଦଳ। ଆଖପାଖ ଜଙ୍ଗଲରେ ମାଓବାଦୀ ଥିବା ସନ୍ଦେହରେ ଅପରେସନ ଜୋରଦାର କରିଛନ୍ତି ଯବାନ।