ଫିରିଙ୍ଗିଆ, ୧୦/୫ : ଆମ୍ବୁଲ ପାଇଁ ଆମ୍ବ ତୋଳିବା ହେଲା କାଳ। ଗଛରୁ ପଡି ଜଣେ ଯୁବକର ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ଡାଙ୍ଗେଡ଼ିକିଆ ଗାଁ ବର ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ଜଣକ ହେଲେ ଡାଙ୍ଗେଡ଼ିକିଆ ବରସାହିର ବୁଧଦେବ କହଁର।
ଶନିବାର ସକାଳେ ଡାଙ୍ଗେଡ଼ିକିଆ ବର ସାହିର ବୁଧଦେବ କହଁର ଆମ୍ବୁଲ କରିବା ପାଇଁ ନିଜ ଘର ପାଖରେ ଥିବା ଆମ୍ବ ଗଛରୁ ଆମ୍ବ ତୋଳିବାକୁ ଯାଇଥିଲେ । ଗଛରେ ଚଢି ଅସାବଧାନତାରୁ ଗଛରୁ ଖସି ପଡ଼ିଥିଲେ। ଗଛ ତଳେ ଥିବା ଗୋଟିଏ ଖୁଣ୍ଟାରେ ପଡିବାରୁ ଖୁଣ୍ଟାଟି ବେକରେ ଭୁସି ହୋଇ ଯାଇଥିଲା। ପରିବାର ଲୋକେ ଏବଂ ଗାଁ ଲୋକ ବୁଧଦେବଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଫିରିଙ୍ଗିଆ ମେଡିକାଲକୁ ନେଇଥିଲେ। ଫିରିଙ୍ଗିଆ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ଫିରିଙ୍ଗିଆ ମେଡିକାଲରେ ଫିରିଙ୍ଗିଆ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।