ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଏମିତି ବି ଆସେ ମୃତ୍ୟୁ... ଗାଧୋଇ ଘରକୁ ଫେରୁଥିବା ବେଳେ ବାଟରେ ପଡି ଯୁବକ ମୃତ

କଣ୍ଟାବାଞ୍ଜି, ୧୮/୦୭ : ମୃତ୍ୟୁ କେତେବେଳେ କାହାକୁ କେମିତି ଆସେ ତାହା କେହି କହିପାରିବେ ନାହିଁ। ଏଭଳି ଏକ ଘଟଣା ଘଟିଛି କଣ୍ଟାବାଞ୍ଜି ଥାନା କୁକୁଡ଼ାହାଡ଼ ଗାଁରେ। ରାତିରେ ପରିବାର ସହ ହସଖୁସିରେ ଖାଇଲେ ପିଇଲେ, ହେଲେ ସକାଳ ହେଲା ବେଳକୁ ଭେଣ୍ଡିଆ ପୁଅର ମୃତ୍ୟୁ ଖବର ଶୁଣିବେ ବୋଲି କେହି ଭାବି ନଥିଲେ। ପୋଖରୀରେ ଗାଧୋଇ ଘରକୁ ଫେରୁଥିବା ବେଳେ ବାଟରେ ପଡି କୁକୁଡ଼ାହାଡ଼ ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। 

ସୂଚନାନୁଯାୟୀ, କୁକୁଡ଼ାହାଡ଼ ଗାଁର ଗୋବିନ୍ଦ କୁଅର ସକାଳୁ ନିଜ ଚାଷ ଜମିକୁ କାମ କରିବାକୁ ଯାଇଥିଲା। କାମ ସାରି ଗାଁ ପୋଖରୀକୁ ଗାଧୋଇ ସେଠାରୁ ନିଜ ଘରକୁ ଫେରୁଥିଲେ। ହେଲେ ଘର ପହଞ୍ଚିବାର ପ୍ରାୟ ୫୦ ମିଟର ପୂର୍ବରୁ ରାସ୍ତାରେ ହଠାତ୍ ପଡିଯାଇଥିଲା। ତୁରନ୍ତ ଗାଁ ଲୋକ ଗୋବିନ୍ଦଙ୍କୁ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଗୋବିନ୍ଦଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କଣ୍ଟାବାଞ୍ଜି ପୋଲିସ ଡାକ୍ତରଖାନା ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.