ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଶ୍ୱାସରୋଗରେ ସୁଧାର ଆଣେ ମାର୍ଜାରୀ ଓ ହସ୍ତ ଉତ୍‌ଥାନ ଆସନ

Published By : Rasmita Pradhan | January 13, 2025 4:41 PM

ଭୁବନେଶ୍ଵର, ୧୩/୦୧ : ବର୍ତ୍ତମାନ ସମୟରେ ଶ୍ୱାସ (ଆଜ୍‌ମା) ସବୁଠାରୁ କଷ୍ଟଦାୟକ ଶ୍ୱସନ ରୋଗ । ଏହି ସମସ୍ୟାରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କର ଛାତି ସବୁବେଳେ କଷ୍ଟ ହୁଏ । ଶ୍ୱାସପ୍ରଶ୍ୱାସ ନେବା ବେଳେ ସିଁ ସିଁ ଶବ୍ଦ ହେବା ସହ ଶ୍ୱାସ ନେବାରେ ଅସୁବିଧା ହୁଏ । ମୁଖ୍ୟତଃ ରୋଗୀକୁ ଶ୍ୱାସ ନେବା ଅପେକ୍ଷା ଛାଡ଼ିବାରେ ଅତ୍ୟଧିକ ଅସୁବିଧା ହୋଇଥାଏ । ଶ୍ୱାସରୋଗ ବିଶେଷତଃ ବର୍ଷାଦିନେ ଓ ଶୀତଦିନେ ବହୁଳ ଭାବରେ ଦେଖାଦେଇଥାଏ । ଆଜ୍‌ମା ହେବାର କୌଣସି ଏକ ନିର୍ଦ୍ଦିଷ୍ଟ କାରଣ ନ ଥିଲେ ମଧ୍ୟ ଏହା ମୁଖ୍ୟତଃ ଅତ୍ୟଧିକ ମାନସିକ ଚିନ୍ତା, ଭୟ, ଉଦ୍‌ବେଗ, ଆଲର୍ଜି ଏବଂ ବଂଶାନୁଗତ କାରଣରୁ ହୋଇଥାଏ । ତେବେ କିଛି ପ୍ରଭାବୀ ଆସନକୁ ସକାରାତ୍ମକ ଭାବନା ନେଇ ନିୟମିତ ଅଭ୍ୟାସ କଲେ ଏହି ସମସ୍ୟାରେ ସୁଧାର ଆସିଥାଏ । 

ମାର୍ଜାରୀ ଆସନ 

ଭୂଇଁରେ ଆଣ୍ଠୁ ମାଡ଼ି ବସନ୍ତୁ । ପାଦର ଦୁଇ ବୁଢ଼ା ଆଙ୍ଗୁଠିକୁ ଏକାଠି କରି ରଖନ୍ତୁ । ଗୋଇଠି ଛାଡ଼ି ରହିବ ଏବଂ ପାଦ ଭିତରେ ନିତମ୍ବକୁ ରଖନ୍ତୁ (ବଜ୍ରାସନ ଭଳି) । ବର୍ତ୍ତମାନ ନିତମ୍ବ ଉଠାଇ ଆଣ୍ଠୁରେ ଠିଆ ହୁଅନ୍ତୁ । ଆଗକୁ ଝୁଙ୍କି ଦୁଇ ହାତକୁ କାନ୍ଧ ସିଧାରେ ଭୂଇଁ ଉପରେ ରଖନ୍ତୁ । ହାତ ଓ ଆଣ୍ଠୁ ଗୋଟିଏ ସରଳ ରେଖାରେ ରହିବା ସହ ଜଙ୍ଘ ଏବଂ ବାହୁ ଭୂମି ଉପରେ ସିଧା ହୋଇ ରହିବ । ଦୁଇ ଆଣ୍ଠୁକୁ ଆପଣ ଲଗାଇ ରଖିପାରିବେ କିମ୍ବା ଛାଡ଼ି ରଖିପାରିବେ । ଏହା ଆସନର ପ୍ରାରମ୍ଭିକ ସ୍ଥିତି । ବର୍ତ୍ତମାନ ଶ୍ୱାସ ନେଇ ମୁଣ୍ଡକୁ ଉପରକୁ ଉଠାନ୍ତୁ ଯେପରି ମେରୁଦଣ୍ଡ ତଳକୁ ବାଙ୍କି ରହିବ । ଏହି ସ୍ଥିତିରେ ସମ୍ପୂର୍ଣ୍ଣ ଶ୍ୱାସକୁ ୩ ସେକେଣ୍ଡ ପାଇଁ ଧରି ରଖନ୍ତୁ, ଶ୍ୱାସ ଛାଡ଼ି ମୁଣ୍ଡକୁ ତଳକୁ ଖସାନ୍ତୁ ଏବଂ ମେରୁଦଣ୍ଡକୁ ଉପରକୁ ଉଠାନ୍ତୁ । ଏହି ସ୍ଥିତିରେ ମୁଣ୍ଡ ଦୁଇ ବାହୁ ମଧ୍ୟରେ ଜଙ୍ଘ ଆଡକୁ ମୁହଁ କରି ରହିବ । ଏହି ଅଭ୍ୟାସ ସମୟରେ ମେରୁଦଣ୍ଡ ଏବଂ ପେଟରେ ପଡୁଥିବା ପ୍ରଭାବ ଉପରେ ଧ୍ୟାନ ଦିଅନ୍ତୁ । ଏହିଭଳି ୫ରୁ ୧୦ ଚକ୍ର ଅଭ୍ୟାସ କରନ୍ତୁ । 

ହସ୍ତ ଉତ୍‌ଥାନାସନ 

ପାଦ ଏକାଠି ରଖି ସିଧା ଠିଆ ହୁଅନ୍ତୁ । ହାତ ଶରୀରର ଦୁଇ ପାଶ୍ୱର୍ରେ ରହିବ । ଦେହର ଓଜନ ଦୁଇ ପାଦ ଉପରେ ସମାନ ଭାବରେ ରହିବ । ସାରା ଶରୀରକୁ ଢିଲା ରଖନ୍ତୁ । ଶ୍ୱାସ ନେଇ ଦୁଇ ହାତକୁ ମୁଣ୍ଡ ଉପରକୁ ଉଠାନ୍ତୁ ଯେପରି ଦୁଇ ବାହୁ ଛାତି ଚଉଡ଼ାରେ ରହିବ । ଧୀରେ ଧୀରେ ମୁଣ୍ଡ, କାନ୍ଧ ଓ ବାହୁକୁ ପଛକୁ କରିବାକୁ ଚେଷ୍ଟା କରନ୍ତୁ ଓ କିଛି ସମୟ ସେହି ସ୍ଥିତିରେ ରହନ୍ତୁ । ଶ୍ୱାସ ଛାଡ଼ି ହାତକୁ ମୁଣ୍ଡ ସିଧାକୁ ଆଣିବା ସହ ଧୀରେ ଧୀରେ ହାତ ତଳକୁ କରି ଶରୀର ପାଶ୍ୱର୍ରେ ରଖନ୍ତୁ । ଏହା ଗୋଟିଏ ଚକ୍ର । ଏହିଭଳି ୫ରୁ ୧୦ ଚକ୍ର ଅଭ୍ୟାସ କରନ୍ତୁ । ସତର୍କତା: ଗୁରୁତର ଶ୍ୱାସ ରୋଗୀମାନେ ଏହି ସବୁ ଆସନ ଡାକ୍ତରଙ୍କ ପରାମର୍ଶରେ ଆରମ୍ଭ କରିବେ ।

ସୁନୀଲ କୁମାର ପ୍ରଧାନ

 ଯୋଗ ପ୍ରଶିକ୍ଷକ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.