ପ୍ରମୂଖ ଖବର
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳିତ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଲେ ସାମିଲ, ୫୨ଟି ସ୍ଥାନରେ ଭବ୍ୟ ଆୟୋଜନ

ଭୁବନେଶ୍ୱର,୨୧/୦୬: କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳିତ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ଜନସାଧାରଣଙ୍କ ସହ ଯୋଗା ମୁଦ୍ରା  କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସହିତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି।

ସେହିଭଳି ରାଜ୍ୟର ମୋଟ ୫୨ଟି ସ୍ଥାନରେ  ରାଜ୍ୟସ୍ତରୀୟ ତଥା ଜିଲ୍ଲାସ୍ତରୀୟ ଯୋଗ  ଦିବସ ପାଳନ ହେବାକୁ ଥିବା ବେଳେ  ସମସ୍ତ ସ୍ଥାନରେ ମନ୍ତ୍ରୀ, ବିଧାୟକ ଓ  ସାଂସଦମାନେ ଉପସ୍ଥିତ ରହିଛନ୍ତି । କଳିଙ୍ଗ ଷ୍ଟାଡିୟମ ପରେ ନୂଆପଲ୍ଲୀ  କସ୍ତୁରବା ସ୍କୁଲ ପଡିଆରେ ଯୋଗ ଶିବିର ଆୟୋଜନ ହେବ । ସେଠାରେ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ  ଉପସ୍ଥିତ ରହିବେ । କୋଣାର୍କରେ ଯୋଗ  ଶିବିରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ  ପରିଡ଼ା ଓ ପୁରୀ ସାଂସଦ ସମ୍ବିତ ପାତ୍ର  ଯୋଗ ଦେଇଛନ୍ତି । ନୟାଗଡ଼ରେ ବାଚସ୍ପତି  ସୁରମା ପାଢୀ, ଝାରସୁଗୁଡ଼ାରେ ରାଜସ୍ୱ  ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ  ଟଙ୍କଧର ତ୍ରିପାଠୀ, ସମ୍ବଲପୁରରେ  ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ  ନାଏକ, ନବରଙ୍ଗପୁରରେ ଗଣଶିକ୍ଷା  ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ  ବଳଭଦ୍ର ମାଝୀ, ଢେଙ୍କାନାଳରେ  ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର  ପାତ୍ର, ସାଂସଦ ରୁଦ୍ର ନାରାୟଣ ପାଣି,  ଖୋର୍ଦ୍ଧାରେ ଆଇନମନ୍ତ୍ରୀ ପୃଥ୍ୱୀରାଜ  ହରିଚନ୍ଦନ ଓ ଭୁବନେଶ୍ୱର ସାଂସଦ  ଅପରାଜିତା ଷଡଙ୍ଗୀ ଉପସ୍ଥିତ ରହିଛନ୍ତି ।  

ସେହିପରି ବଲାଙ୍ଗିରରେ ସ୍ୱାସ୍ଥ୍ୟମନ୍ତ୍ରୀ  ଡ. ମୁକେଶ ମହାଲିଙ୍ଗ, ବ୍ରହ୍ମପୁରରେ  ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ  ଜେନା, ଛତ୍ରପୁରରେ ସାଂସଦ ପ୍ରଦୀପ  ପାଣିଗ୍ରାହୀ, ବାରିପଦାରେ ଗୃହ ଓ ନଗର  ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର,  ରାଇରଙ୍ଗପୁରରେ ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ସାଂସଦ ନବ ଚରଣ  ମାଝୀ, ଭଦ୍ରକରେ ସାଂସଦ ଅଭିମନ୍ୟୁ  ସେଠୀ, ବିଧାୟକ ସୀତାଂଶୁ ଶେଖର  ମହାପାତ୍ର, ଯାଜପୁରରେ ମନ୍ତ୍ରୀ ପ୍ରଦୀପ  ବଳସାମନ୍ତ, ସାଂସଦ ରବିନାରାୟଣ  ବେହେରା, ପୋଲସରାରେ ମନ୍ତ୍ରୀ  ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ ଉପସ୍ଥିତ  ରହିଛନ୍ତି । 

ଜଗତସିଂହପୁରରେ  ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ସାଂସଦ  ବିଭୁ ପ୍ରସାଦ ତରାଇ, କନ୍ଧମାଳରେ  ସାଂସଦ ସୁକାନ୍ତ ପାଣିଗ୍ରାହୀ, ବିଧାୟକ ଉମାଚରଣ ମଲ୍ଲିକ, କଳାହାଣ୍ଡିରେ  ସାଂସଦ ମାଳବିକା କେଶରୀ ଦେଓ,  ବାଲେଶ୍ୱରରେ ସାଂସଦ ପ୍ରତାପ ଷଡଙ୍ଗୀ,  ବିଧାୟକ ମାନସ ଦତ୍ତ, କଟକରେ  ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ  ପ୍ରକାଶ ଚନ୍ଦ୍ର ସେଠୀ, କେନ୍ଦ୍ରାପଡ଼ାରେ  ସାଂସଦ ବୈଜୟନ୍ତ ପଣ୍ଡା, ବିଧାୟକ  ଦୁର୍ଗାପ୍ରସନ୍ନ ନାୟକ, କେନ୍ଦୁଝରରେ  ସାଂସଦ ଅନନ୍ତ ନାୟକ, ବିଧାୟକ ଅଖିଳ  ଚନ୍ଦ୍ର ନାୟକ, ଅନୁଗୁଳରେ ବିଧାୟକ  ପ୍ରତାପ ଚନ୍ଦ୍ର ପ୍ରଧାନ, ବରଗଡ଼ରେ ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ  ଅଶ୍ୱିନୀ ଷଡଙ୍ଗୀ, ବୌଦ୍ଧରେ ବିଧାୟକ  ସରୋଜ ପ୍ରଧାନ, ଦେବଗଡ଼ରେ  ବିଧାୟକ ଅଗସ୍ତି ବେହେରା,  ପାରଳାଖେମୁଣ୍ଡିରେ ବିଧାୟକ ସିଦ୍ଧାନ୍ତ  ମହାପାତ୍ର, କୋରାପୁଟରେ ବିଧାୟକ  ରଘୁରାମ ମାଛ, ମାଲକାନଗିରିରେ  ବିଧାୟକ ନରସିଂହ ମାଡକାମୀ,  ନୂଆପଡ଼ାରେ ବିଧାୟକ ସୁଧୀର  ପାଟ୍ଟଯୋଶୀ, ରାୟଗଡ଼ାରେ ବିଧାୟକ  ଗୌରୀଶଙ୍କର ମାଝୀ, ସୋନପୁରରେ ବିଧାୟକ ରଘୁନାଥ ଜଗଦଲ ଓ  ସୁନ୍ଦରଗଡ଼ରେ ବିଧାୟକ ଭବାନୀ ଶଙ୍କର  ଭୋଇ ପ୍ରମୁଖ ଉପସ୍ଥିତ ରହିଛନ୍ତି।


  • PrameyaOdia
  • prameya
  • International Yoga Day 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.