ଢେଙ୍କାନାଳ ୨୫/୧୦: ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା XUV କାର। ସଦର ଥାନା ତାମେଣ୍ଡା ଗୋବିନ୍ଦ ପ୍ରସାଦ ରାସ୍ତାରେ ଏହି ଗାଡିଟି ଓଲଟି ପିଡ଼ିଛି। ଦୁର୍ଘଟଣାରେ ୨ ଜଣ ଯୁବକ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ସିଲୁ ବେହେରା ଓ ସାଗର ଚାନ୍ଦ ପରିଡା । ଗୁରୁତର ବୁବୁନା ରାଉତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ମୃତାହତ ମାନେ ସମସ୍ତେ ସଦର ଥାନା କାଣ୍ଡବିନ୍ଧା ଗ୍ରାମର ବୋଲି ଜଣାପଡିଛି । XUV ଗାଡି ଯୋଗେ ଦ୍ରୁତ ବେଗରେ ଏମାନେ ଭାପୁର ଆଡକୁ ଯାଉଥିଲେ ।