ପ୍ରମୂଖ ଖବର
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

WPL 2025; ମୁମ୍ବାଇ ଇଣ୍ଡିଆନ୍ସ -ଦିଲ୍ଲୀ କ୍ୟାପିଟାଲ୍ସ ଟ୍ରଫି ଟକ୍କର, ଜାଣନ୍ତୁ କାହା ପଲ୍ଲା ଭାରି

Published By : Ankita S | March 15, 2025 10:07 AM

ନୂଆଦିଲ୍ଲୀ,୧୫/୦୩: କିଏ ମାରିବ ବାଜି ? କାହାର ହେବ ଟ୍ରଫି ? ଆଜି ଡବ୍ଲୁପିଏଲର ଫାଇନାଲ ମ୍ୟାଚ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ଲଢେଇ । ପ୍ରଥମ ସଂସ୍କରଣରେ ମଧ୍ୟ ଉଭୟ ଫାଇନାଲ୍‌ ଖେଳିଥିଲେ । ଦ୍ବିତୀୟ ଟ୍ରଫି ହାସଲ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ସେହିପରି ଲଗାତାର ତୃତୀୟ ଥର ଫାଇନାଲ ଖେଳୁଥିବା ଦିଲ୍ଲୀ ମ୍ୟାଚ ଜିତିବାକୁ ସବୁ ପ୍ରୟାସ କରିବ । ସନ୍ଧ୍ୟା ସାଢ଼େ ୭ଟାରେ ମୁମ୍ବାଇର ବୋର୍ବନ ଷ୍ଟାଡିୟମ‌ରେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

ଦୁଇ ଦୁଇ ଥର ଫାଇନାଲ ଖେଳି ବି ମାତ୍ର କିଛି ଦୂରରେ ଟ୍ରଫି ହାତଛଡା କରିଥିଲା । ଏଥର ଚାମ୍ପିଅନ ହେବାକୁ ସବୁ ପ୍ରସାୟ କରିବ ମେଗ୍ ଲାନିଙ୍ଗଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଗ୍ରୁପ  ଷ୍ଟେଜରେ ଦ୍ବିତୀୟ ସ୍ଥାନରେ ଥିଲା ମାତ୍ର ଏଲିମିନେଟର ମ୍ୟାଚରେ ଗୁଜୁରାଟ ଜାଏଣ୍ଟସକୁ ହରାଇ  ଫାଇନାଲ ଟିକେଟ ହାତେଇଥିଲା । ପ୍ରଥମ ସିଜିନରେ ଦିଲ୍ଲୀକୁ ହରାଇ ଚାମ୍ପିଅନ ହୋଇଥିଲା ମୁମ୍ବାଇ ।

କାହା ପଲ୍ଲା ଭାରି ? ଚଳିତ ସିଜନରେ ଗ୍ରୁପ ପର୍ଯ୍ୟାୟରେ ଦୁଇ ଦଳ ମଧ୍ୟରେ ୨ଟି ମ୍ୟାଚ ଖେଳାଯାଇଥିଲା । ଦୁଇଟି  ଯାର ମ୍ୟାଚରେ ବାଜି ମାରି ନେଇଥିଲା ଦିଲ୍ଲୀ । ହର୍ମନପ୍ରୀତ କୌରଙ୍କ ଉପରେ ଭାରି ପଡିଥିଲେ ମେଗ୍ ଲାନିଙ୍ଗ। ଚଳିତ ସିଜନରେ ଦିଲ୍ଲୀ ସବୁ ବିଭାଗରେ ଶକ୍ତିଶାଳୀ ସବ୍ୟସ୍ତ ହୋଇଛି । ଟିମ୍ ସିଲେକ୍ସନ ବି ବହୁତ ଭଲ । ଫୁଲ ଫର୍ମରେ ଅଛନ୍ତି ଅଧିନାୟିକା ମେଗ୍ ଲାନିଙ୍ଗ । ଶେଫାଳି ବର୍ମା, ଜେସ ଜୋନାସେନ ଟପ ଅର୍ଡରରେ ଲଗାତାର ରନ କରୁଛନ୍ତି । ମିଡିଲ ଅର୍ଡର ଟିକେ ଦୁର୍ବଳ ଅଛି । ନମ୍ବର ୪ ଓ ୭ରେ ବୋଲିଂ ଆଭରେଜ୍ ୧୭.୫ ରହିଛି ଯାହା ଚିନ୍ତାଜନକ । ଅନ୍ୟପଟେ ଯଦି ମୁମ୍ବାଇ ଇଣ୍ଡିଆନ୍ସ କଥା କହିବା ତେବେ ଦଳର ଟପ ଅର୍ଡର ପାୱାରଫୁଲ ରହିଛି । ନେଟ୍ ସିବର ଏବଂ ହେଲି ମାଥ୍ୟୁସ ଫୁଲ ଫର୍ମରେ ରହିଛନ୍ତି। ଚଳିତ ସିଜନରେ ଦୁଇ ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିଛି । ଅଧିନାୟିକା ହର୍ମନପ୍ରୀତଙ୍କ ମ୍ୟାଚ ଫିନିସିଙ୍ଗ ଦକ୍ଷତା ରହିଛି । ଏହାକୁ ଦେଖିଲେ  କୌଣସି ବି ଦଳ ଦୁର୍ବଳ ନୁହେଁ ।  ଫାଇନାଲ ମ୍ୟାଚରେ ଏକ କଡ୍ଡା ଟକ୍କର ଦେଖିବାକୁ ମିଳିବ ।

ମୁମ୍ବାଇ ସମ୍ଭାବ୍ୟ ଏକାଦଶ- ହେଲି ମାଥ୍ୟୁସ, ମମେଲିଆକେର, ନେଟ୍ ସିବର ବ୍ରେଣ୍ଟ, ହର୍ମନପ୍ରୀତ କୌର, ଅମନଜୋତ କୌର, ୟାସ୍ତିକା ଭାଟିଆ, ଏସ ସଜନା,ଜି କମଲିନି, ସଯୁକ୍ତି ଗୁପ୍ତା, ଶବନମ ଝସ୍ମାଇଲ, ସାଇକା ଇଶକ ।

ଦିଲ୍ଲୀ  ସମ୍ଭାବ୍ୟ ଏକାଦଶ- ମେଗ୍ ଲାନିଙ୍ଗ, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଏନବେଲ ସଦରଲେଣ୍ଡ, ମାରିଜାନେ  କେପ, ଜେସ ଜୋନାସେନ, ସାରା ବ୍ରାଇସ, ନିକି ପ୍ରସାଦ, ମିତ୍ରୁ ମଣି, ଶିଖା ପାଣ୍ଡେ, ଟିଟାସ ସାଧୁ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.