ମାଲକାନଗିରି/ଏମଭି ୭୯,୨୩/୬: ଗାଁ ପୋଖରୀରେ ଲୁଗା ସଫା ବେଳେ ଅଘଟଣ। ପୋଖରୀରେ ଗୋଡ ଖସି ଯିବାରୁ ପାଣିରେ ବୁଡି ଜଣେ ମହିଳାଙ୍କରେ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ମାଲକାନଗିରି ଜିଲ୍ଲା ଏମଭି ୭୯ଥାନା ଅନ୍ତର୍ଗତ ତାଣ୍ଡବାଇ ଗ୍ରାମର ଶିଙ୍ଗେ ସୋନ୍ଧି(୩୦) ବୋଲି ଜଣାପଡିଛି।
ସୋମବାର ଶିଙ୍ଗେ ଗ୍ରାମର ପୋଖରୀକୁ ଲୁଗାପଟା ସଫା ଏବଂ ବାସନ ଧୋଇବାକୁ ଯାଇଥିଲେ। ହେଲେ ଘରକୁ ଆସିବା ବିଳମ୍ବ ହେବାରୁ ସ୍ୱାମୀ ଖୋଜି ଖୋଜି କରିଥିଲେ। ପରେ ଗାଁ ପେଖରୀରେ ପତ୍ନୀ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ସରପଞ୍ଚ ଓ ଏମଭି ୭୯ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପୋଖାରୀ ଭିତରୁ ମୃତଶରୀର ଉଦ୍ଧାର କରିଥିଲ। ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କାଲିମେଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଚଲାଇଛି ପୁଲିସ।