ପ୍ରମୂଖ ଖବର

କାଳବୈଶାଖୀ ହେଳା କାଳ : ନଡିଆ ଗୋଟାଉ ଥିଲେ, ଗଛ ଭାଙ୍ଗିଯିବାରୁ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ସାଲେପୁର,୮।୫ :  କାଳବୈଶାଖୀ  ହେଳା କାଳ। କାଳବୈଶାଖୀ ପବନରେ ନଡିଆ ଝଡି ତଳେ ପଡିଥିଲା। ନଡିଆା ଗୋଟାଉ ଥିବା ବେଳେ ହଠାତ ପବନରେ ଗଛ ଭାଙ୍ଗିଯିବାରୁ ଏହା ତଳେ ଚାପି ହୋଇ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ସାଲେପୁର ଅଞ୍ଚଳରେ  ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ।  ମୃତ ମହିଳା ଜଣକ ସାଲେପୁର ଅରବିନ୍ଦ ରୋଡର  ମମତା ସାହୁ (୪୩)।

ସାଲେପୁରର ଅରବିନ୍ଦ ରୋଡ଼ରେ ମାରଡା ଗ୍ରାମର ମନିନ୍ଦ୍ର ସାହୁଙ୍କ ପତ୍ନୀ ମମତା ସାହୁ(୪୩) ଭଡାରେ ରହି ଆସୁଛନ୍ତି। ଆଜି ଅପରାହ୍ନରେ କାଳବୈଶାଖୀ ପବନରେ ନିଜ ଭଡ଼ା ଘର ନିକଟରେ ଥିବା ଏକ ନଢ଼ିଆ ଗଛରୁ ନଡିଆ ପଡି ଥିଲା। ମମତା ନଡିଆ ଗଛ ନିକଟରେ ପହଞ୍ଚି ନଡିଆ ଗୋଟାଉ ଥିଲେ। ଏହି ସମୟରେ  ନଡିଆ ଗଛଟି  ପବନରେ ଭାଙ୍ଗିଯାଇ ତାଙ୍କ ଉପରେ  ଭାଙ୍ଗି ପଡିବାରୁ ଗଛତଳେ ଚାପି ହୋଇ ସେ ଗୁରୁତର ଆହତ ହୋଇଥିଲେ।ସ୍ଥାନୀୟ ଲୋକମାନେ ତାଙ୍କୁ ଚିକିତ୍ସା ନିମନ୍ତେ ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ଡ଼ାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ଆହୁରି ପଢନ୍ତୁ : ଭୁବନେଶ୍ବର ଏୟାରପୋର୍ଟରୁ ୩ କେଜି ୭୭ ଗ୍ରାମ ସୁନା ଜବତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.