ନୂଆଦିଲ୍ଲୀ : ଆମେରିକାରେ ଜୋ ବାଇଡେନଙ୍କୁ କ୍ଷମତାଚ୍ୟୁତ୍ କରିବା ପାଇଁ ଏଲନ ମସ୍କ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରି ଥିଲେ। ମସ୍କଙ୍କ ସହାୟତାରେ ଟ୍ରମ୍ପ କ୍ଷମତାକୁ ଆସିଛନ୍ତି। କ୍ଷମତାକୁ ଆସିବା ପରେ ଟ୍ରମ୍ପ ମସ୍କଙ୍କୁ ହ୍ୱାଇଟ୍ ହାଉସରେ ବଡ଼ ଦାୟିତ୍ୱ ମଧ୍ୟ ଦେଇଛନ୍ତି। ମସ୍କଙ୍କୁ ସରକାରୀ ଦକ୍ଷତା ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି। ମସ୍କ ଟ୍ରମ୍ପଙ୍କ ପାଇଁ ଫଣ୍ଟଫୁଟ୍ରେ ଖେଳୁଛନ୍ତି , କିନ୍ତୁ ଏକ ସର୍ଭେ ଟ୍ରମ୍ପଙ୍କ ଟେନସନ ବଢାଇ ଦେଇଛି। ସିଏମଏନ୍ର ସର୍ଭେରେ କୁହାଯାଇଛି ଯେ ମସ୍କ ଟ୍ରମ୍ପଙ୍କ ପାଇଁ ଭସ୍ମାସୁର ହୋଇ ପାରନ୍ତି।
ସିଏନଏନର ସର୍ଭେରେ କଣ ରହିଛି ?
ସର୍ଭେରେ ସାମିଲ ୫୪ ପ୍ରତିଶତ ଆମେରିକୀୟଙ୍କର କହିବାର ହେଲା କି, ଟ୍ରମ୍ପଙ୍କ କାମରେ ମସ୍କ ହସ୍ତକ୍ଷେପ କରନ୍ତି। ମସ୍କ କର୍ମଚାରୀଙ୍କୁ ନିଜ ହିସାବରେ ପରିଚାଳନା କରୁଛନ୍ତି, ଯାହାର ପ୍ରଭାବ ଆଗାମୀ ସମୟରେ ହୋଇପାରେ। ଅଧିକାଂଶ ଲୋକଙ୍କ କହିବାନୁସାରେ, ଟ୍ରମ୍ପ ପ୍ରଶାସନର ଖର୍ଚ୍ଚରେ ମସ୍କଙ୍କ ପ୍ରଭାବ ଅଛି। ୪୨ ପ୍ରତିଶତ ଲୋକଙ୍କ କହିବାର ଥିଲା ଯେ, ଟ୍ରମ୍ପ ଯାହା କରୁଛନ୍ତି ,ତାହା ଭୁଲ୍ ଏବଂ ଏଥିରେ ଆମେରିକୀୟଙ୍କ କୌଣସି ଫାଇଦା ହୋଇ ପାରିବ ନାହିଁ। ଟ୍ରମ୍ପଙ୍କ ଯେଉଁ ଆକ୍ସନ , ଏଥିରେ ଆମେରିକୀୟ ଅର୍ଥବ୍ୟବସ୍ଥା ଓ ବିକାଶର କାମରେ ସାମାନ୍ୟ ପ୍ରଭାବ ରହିବ। ସର୍ଭେରେ ଏକ ଆଶ୍ଚର୍ଯ୍ୟକର ଖୁଲାସା ମଧ୍ୟ ହୋଇଛି। ଏହା ମୁତାବିକ, ଟ୍ରମ୍ପଙ୍କୁ ଆମେରିକାର ଲୋକ ଅରାଜକତା ନାମରେ ଅଧିକ ସର୍ଚ୍ଚ କରୁଛନ୍ତି । ରିପୋର୍ଟ ମୁତାବିକ, ଅରାଜକତା ଓ ଟ୍ରମ୍ ଶବ୍ଦର ବ୍ୟବହାରରେ ୩୨୦ ପ୍ରତିଶତର ବୃଦ୍ଧି ହୋଇଛି।
ଅନ୍ୟପଟେ ଟ୍ରମ୍ପଙ୍କୁ ମଧ୍ୟ ଏହି କଥାର ଭୟ ରହିଛି। ମସ୍କଙ୍କ ଉପରେ ଲଗାମ ଲଗେଇବାରେ ଲାଗିଛନ୍ତି। ନିକଟରେ ଟ୍ରମ୍ପ କହିଛନ୍ତି ଯେ, ମସ୍କଙ୍କ ନିର୍ଦ୍ଦେଶ ଶେଷ ନିର୍ଦ୍ଦେଶ ନୁହେଁ। ପ୍ରଥମେ ସେ ମସ୍କଙ୍କୁ ମୁକ୍ତ ଛାଡ଼ି ଦେଇ ଥିଲେ। କେବଳ ଏତିକି ନୁହେଁ, ମସ୍କ ପ୍ରଥମେ ହ୍ୱାଇଟ୍ ହାଉସ୍ରେ ଟି-ସାର୍ଟ ପିନ୍ଧି ମଧ୍ୟ ଚାଲି ଯାଉ ଥିଲେ, କିନ୍ତୁ ଏବେ ସେ ନିଜର ଡ୍ରେସ୍ କୋଡ୍ରେ ପରିବର୍ତ୍ତନ କରିଛନ୍ତି।
ମସ୍କ ଏବେ କୋଟ ପିନ୍ଧି ହ୍ୱାଉଟ୍ ହାଉସ୍ ଯାଉଛନ୍ତି। ସେଠାରେ ଦୁଇ ଦିନ ପୂର୍ବେ ଛଟେଇକୁ ନେଇ ମସ୍କ ଓ ବିଦେଶ ମନ୍ତ୍ରୀ ରୁବିୟୋଙ୍କ ମଧ୍ୟରେ ତର୍କବିତର୍କ ହୋଇଥିଲା। ଏହି ଯୁକ୍ତି ଟ୍ରମ୍ପଙ୍କ ସାମ୍ନାରେ ହୋଇ ଥିଲା। ଟ୍ରମ୍ପ ଏହି ଯୁକ୍ତ ପରେ କହି ଥିଲେ କି, ଏବେ ଛଟେଇରେ ରୋକ୍ ଲଗାଯିବ। ଆମେରିକାରେ ପଇସା ଲଗେଇବା ଓ ଟେକନିକ୍ର ବ୍ୟବହାର କାରଣରୁ ବିଭାଗରେ ଛଟେଇର ପ୍ରକ୍ରିୟା କରାଯାଉଛି।