ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ଚୀନ୍‌କୁ ଆମେରିକା ବିଚାରପତିଙ୍କ ନିର୍ଦ୍ଦେଶ: କୋଭିଡ୍‌ ଲୁଚାଇଥିଲ, ୨.୦୯ ଲକ୍ଷ କୋଟି ଦିଅ...

Published By : Prameya | March 10, 2025 10:25 AM

ୱାଶିଂଟନ୍‌, ୧୦/୦୩: ଆମେରିକା ମିସୌରି ରାଜ୍ୟର ଜଣେ ବିଚାରପତି  କୋଭିଡ୍‌-୧୯ ମହାମାରୀ ତଥ୍ୟକୁ ଚୀନ୍‌  ଆରମ୍ଭରୁ ଦୁନିଆ ପାଇଁ ଲୁଚାଇଥିଲା ବୋଲି  କହିଛନ୍ତି । ସାରା ବିଶ୍ୱକୁ ଭ୍ରମିତ କରିବା ପାଇଁ ଜଜ୍‌ ଷ୍ଟିଫେନ୍‌ ଏନ୍‌ ଲିବାଗ୍‌ ଚୀନ୍‌କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିଲାଗି ଚୀନ୍‌  ଉପରେ ସେ ୨୪ ବିଲିୟନ ଡଲାର(ପ୍ରାୟ  ୨ ଲକ୍ଷ ୯ ହଜାର ୧୬୦ କୋଟି ଟଙ୍କା)  ଟଙ୍କା ଜରିମାନା ଲଗାଇଛନ୍ତି ।  

୨୦୨୦ରେ ମିସୋରି ଆଟର୍ଣ୍ଣି  ଜେନେରାଲଙ୍କ ପକ୍ଷରୁ ଚୀନ୍‌ ସରକାରଙ୍କ ବିରୋଧରେ ପିଟିସନ ଫାଇଲ  ହୋଇଥିଲା । ଚୀନ୍‌ ସରକାର କୋଭିଡ୍‌ ଭୂତାଣୁ ବାବଦରେ ତଥ୍ୟ ଲୁଚାଇବା ଏବଂ ଦୁନିଆରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବା ପିପିଇ କିଟ୍‌ ଯୋଗାଣରେ  ବାଧା ଉପୁଜାଇଥିବା ପିଟିସନରେ ଦର୍ଶାଯାଇଥିଲା । ଏଥିସହ ମହାମାରୀ ଯୋଗୁ ଦୁନିଆ ବିପଦରେ ପଡ଼ିଥିବାବେଳେ  ଚୀନ୍‌ ସଭିଁଙ୍କୁ ଭ୍ରମିତ କରିବାରେ ଲାଗିଥିଲା ବୋଲି ଅଭିଯୋଗ ହୋଇଥିଲା । 

ବିଚାରପତି ଲିମ୍ବାଗ୍‌ କହିଥିଲେ, ଚୀନ୍‌  ଦ୍ୱାରା ପିପିଇ କିଟ୍‌ର ବୈଶ୍ୱିକ ଯୋଗାଣରେ ବାଧା ସୃଷ୍ଟି କରାଯାଇଥିଲା । ବିଶ୍ୱକୁ ଏହି ଏସୀୟ ଦେଶ ଭ୍ରମିତ କରିବା ସହ ପିପିଇ  କିଟ୍‌ ରଖିବା ଲାଗି ଏକଚାଟିଆ କାର୍ଯ୍ୟରେ ଲିପ୍ତ ଥିଲା । ଏଥିଯୋଗୁ ଆମେରିକାରେ ମହାମାରୀ ମୁକାବିଲା କରିବା ଲାଗି ପର୍ଯ୍ୟାପ୍ତ ଉପକରଣ କ୍ରୟ କରିବା ଏକପ୍ରକାର  ଅସମ୍ଭବ ହୋଇପଡ଼ିଥିଲା । ଏଥିପାଇଁ  ଚୀନ୍‌ର ଶାସକ କମ୍ୟୁନିଷ୍ଟ ଦଳ, ସେଠାକାର  ସରକାର,ସ୍ୱାସ୍ଥ୍ୟ ଏଜେନ୍ସି ଏବଂ ସେଠାକାର  ଲାବ୍‌ ଦାୟୀ । ଚୀନ୍‌ ରାଜ୍ୟ ଏବଂ ସଂଘୀୟ  ଏକାଧିକାର ବିରୋଧ ଆଇନ ଉଲ୍ଲଂଘନ  କରିଥିଲା । ଏହା ଦ୍ୱାରା ମିସୌରୀ ଟିକସ  ହରାଇବା ସହ ପିପିଇ କିଟ୍‌ ବାବଦ ଖର୍ଚ୍ଚ  ବୃଦ୍ଧି ଯୋଗୁ ଯଥେଷ୍ଟ କ୍ଷତି ସହିଥିବା  ବିଚାରପତି ଲିମ୍ବାଗ କହିଥିଲେ । 

ମିସୌରୀ ଆଟର୍ଣ୍ଣି ଜେନେରାଲ ଆଣ୍ଡ୍ର‌୍ୟୁ  ବେଲି କହିଛନ୍ତି, ଅଦାଲତ ଐତିହାସିକ  ରାୟ ଦେଇଛନ୍ତି । ଚୀନ୍‌ ଅଦାଲତରେ  ହାଜର ହେବାକୁ ମନା କରିଥିଲା । ହେଲେ  କୋଭିଡ୍‌ ଯୋଗୁ ହୋଇଥିବା ଆର୍ଥିକ କଷ୍ଟ  ଏବଂ ଅସରନ୍ତି ଦୁଃଖର ଉତ୍ତରଦାୟିତ୍ୱରୁ  ଚୀନ୍‌ ବର୍ତ୍ତି ପାରିବ ନାହିଁ । ଏଠାରେ ଥିବା  ଚୀନ୍‌ର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରାଯିବ  ଏବଂ ସବୁ ରାଶି ଅସୁଲ ହେବ । 

ଏ ନେଇ  ୱାଶିଂଟନ୍‌ରେ ଥିବା ଚୀନ୍‌ ଦୁତାବାସର  ଜଣେ ମୁଖପାତ୍ର କହିଛନ୍ତି, ମିସୌରୀ  ଅଦାଲତଙ୍କ ରାୟକୁ ଚୀନ୍‌ କେବେ ବି  ସ୍ୱୀକାର କରିବ ନାହିଁ । ଏଭଳି ମକଦ୍ଦମା  ସମ୍ପୂର୍ଣ୍ଣ ଅବାସ୍ତବିକ । ଏଥିଯୋଗୁ ଚୀନ୍‌ର  ସ୍ୱାର୍ଥ କ୍ଷତିଗ୍ରସ୍ତ ହେଲେ ଅନ୍ତର୍ଜାତୀୟ  ଆଇନ ଅନୁସାରେ ଏହା ବିରୋଧରେ  ଦୃଢ଼ ପଦକ୍ଷେପ ନିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.