ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ଚୀନ ଏବେଠୁ ଆରମ୍ଭ ୨୦ବର୍ଷର ପ୍ରସ୍ତୁତି, ପ୍ରାଇମେରୀ ସ୍କୁଲରେ ବାଧ୍ୟତାମୂଳକ କଲା ଏହି ସ୍ୱତନ୍ତ୍ର କୋର୍ସ

Published By : Prameya | March 10, 2025 10:24 PM

ନୂଆଦିଲ୍ଲୀ : ଚୀନ ନିଜର ଏଜୁକେସନରେ ବଡ଼ ପରିବର୍ତ୍ତନ କରିଛି। ଏମିତି ପରିବର୍ତ୍ତନ ଯାହା ବିଷୟରେ ଦୁନିଆର ଅଧିଂକାଶ ଦେଶ ଏବେସୁଦ୍ଧା ଦ୍ୱନ୍ଦ୍ୱରେ ଅଛନ୍ତି। ଉଲ୍ଲେଖନୀୟ ଯେ , ଡ୍ରାଗନ ଦେଶର ପ୍ରାଇମେରୀ ଓ ମାଧ୍ୟମିକ ସ୍କୁଲରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପାଠକୁ ବାଧ୍ୟତାମୂଳକ କରିଛି। ଏହି ପଦକ୍ଷେପ ଏହାର ଆଗାମୀ ୨୦ ବର୍ଷର ପ୍ରସ୍ତୁତ ଭାବେ କୁହାଯାଉଛି।

ଚୀନର ଏଜୁକେସନ ସିଷ୍ଟମରେ ହୋଇଥିବା ଏହି ପରିବର୍ତ୍ତନ ଚଳିତ ବର୍ଷ ୧ ସେପ୍ଟେମ୍ୱରରୁ ଲାଗୁ ହେବ। ଏହି ଅନୁସାରେ ଚୀନର ପ୍ରାଇମେରୀ ଓ ମାଧ୍ୟମିକ ସ୍କୁଲ ଗୁଡ଼ିକରେ ପଢୁଥିବା ପ୍ରତି ଛାତ୍ରଛାତ୍ରୀଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପାଠ ପଢିବାକୁ ହେବ, ଯାହାକି ଏହି ଛାତ୍ରଛାତ୍ରୀ ଭବିଷ୍ୟତର ଚ୍ୟାଲେଞ୍ଜ ଗୁଡ଼ିକ ପାଇଁ ନିଜକୁ ପ୍ରସ୍ତୁତ କରି ପାରିବେ।

ଏମିତି ହେବ ଏଆଇର ପାଠପଢା –

ଚୀନ ଏଆଇ ଏଜୁକେସନକୁ ୩ଟି ପାର୍ଟରେ ବାଣ୍ଟିଛି, ଏଥିରେ ପ୍ରାଥମିକ ସ୍ତର ଅର୍ଥାତ୍‌ ଛୋଟ ପିଲାଙ୍କୁ ଏଆଇ ବିଷୟରେ ଶିକ୍ଷା ଦିଆଯିବ ଏବଂ ଏହା କେମିତି ଲୋକଙ୍କ କାମରେ ଆସିପାରେ , ଏହାର ସୂଚନା ଦିଆଯିବ। ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ଏହା କୁହାଯିବ ଯେ ସେ ଏଆଇର କେଉଁ ପ୍ରକାରର ଉପଯୋଗ କରିପାରିବେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଏହା କୁହାଯିବ କି ଏଆଇର ଉପଯୋଗରେ କେଉଁ ପ୍ରକାରର ଇନୋଭେସନ କରାଯାଇ ପାରେ।

ଏହା ଚୀନର ଉଦ୍ଦେଶ୍ୟ –

ଚୀନ ଏଜୁକେସନ ସିଷ୍ଟମରେ ଏହି ପରିବର୍ତ୍ତନ ଆଗାମୀ ୨୦ ବର୍ଷକୁ ଧ୍ୟାନରେ ରଖି କରିଛି। ଚୀନ୍‌ ଏଆଇର କ୍ଷେତ୍ରରେ ସବୁଠୁ ବଡ଼ ଶକ୍ତି ହେବାକୁ ଚାହୁଁଛି। କୁହାଯାଉଛି ଯେ, ଏଥିପାଇଁ ଦେଶରେ ପଢୁଥିବା ପିଲାଙ୍କୁ ଏଆଇରେ ଦକ୍ଷ କରିବାର ପ୍ରସ୍ତୁତି ଚାଲିଛି, ଯାହାକି ସେ ଇନୋଭେସନ ଓ ଟେକ୍ନୋଲଜିରେ ଦୃଢ ହୋଇ ପାରିବେ। ଚୀନର ଏହି ପ୍ରୟାସର ପ୍ରଭାବ ଆଗାମୀ ୨୦ ବର୍ଷରେ ନଜର ଆସିବ। ଡ୍ରାଗନର ଯୋଜନା ଓ ଉଦ୍ଦେଶ୍ୟ ମଧ୍ୟ ଏହା ଅଛି। ଏଥିପାଇଁ ସେ ପ୍ରାଇମେରୀ ସ୍କୁଲରୁ ହିଁ ଏଆଇକୁ ବାଧ୍ୟତାମୂଳକ କରିଛି। ଉଲ୍ଲେଖନୀୟ ଯେ ବିଶେଷଜ୍ଞ ଏହା ମାନ୍ତି ଯେ ଆଗାମୀ ଭବିଷ୍ୟତ ଏଆଇର। 

ଏହା କରିବାକୁ ଯାଉଛି ଚୀନ – 

ଚୀନର ଶିକ୍ଷା ମନ୍ତ୍ରୀ ହୁଆଇ ଜିନପିଙ୍ଗ ମୁତାବିକଙ୍କ ଚୀନ ମିଡ଼ିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ , ଚୀନ ଚଳିତ ବର୍ଷ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଏକ ନୂଆ ଶ୍ୱେତପତ୍ର ଆଣିବାକୁ ଯାଉଛି, ଯେଉଁଥିରୁ ଶିକ୍ଷା କ୍ଷେତ୍ରରେ ନୂଆ ଅବସର ଖୋଲିବା ସହ ଏଆଇକୁ ଏଜୁକେସନର ପାର୍ଟ ହେବା ପାଇଁ ପ୍ଲାନ ଓ ନୀତି ନିର୍ଦ୍ଦେଶ ସାମିଲ ହେବ।

ଆମେରିକା ଓ ଇଟାଲୀରେ ଆରମ୍ଭ –

ଏଜୁକେସନରେ ଏଆଇକୁ ସାମିଲ କରିବାର ପ୍ରୟାସ ସର୍ବ ପ୍ରଥମେ ୟୁଏସ୍‌ର କାଲିଫର୍ଣ୍ଣିଆରେ ଆରମ୍ଭ ହୋଇଥିଲା, ଯେଉଁଠି ଏଥିପାଇଁ ଆଇନ ପ୍ରସ୍ତୁତ କରାଯାଇଛି, ଏହିପରି ଇଟାଲୀରେ ମଧ୍ୟ ଛୋଟ ଛୋଟ ପିଲାଙ୍କୁ ଏଆଇ ସ୍କୁଲ ବିଷୟରେ କୁହାଯାଉଛି,ଯାହାକି ତାଙ୍କର ଡିଜିଟାଲ କୌଶଳ ବିକଶିତ କରାଯାଇ ପାରିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.