ନୂଆଦିଲ୍ଲୀ, ,୨୬/୦୩: ଦକ୍ଷିଣ କୋରିଆ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । ଏଥିରେ ଅତିକମ୍ରେ ଗଲାଣି ୧୬ ଜଣଙ୍କର ଜୀବନ । ସେହିପରି ୧୯ ଜଣ ଆହତ ହୋଇଥିବା ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି । ଅନ୍ୟପଟେ ନିଆଁକୁ ଆୟତ୍ତ କରିବାକୁ ନାକେଦମ୍ ହୋଇଗଲେଣି ଅଗ୍ନିଶମ କର୍ମଚାରୀ ।
ସୁରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ସବୁଠାରୁ ଅଧିକ ନିଆଁ ବ୍ୟାପିଥିବା ଅଞ୍ଚଳ ଆଣ୍ଡୋଙ୍ଗ, ପଡ଼ୋଶୀ କାଉଣ୍ଟି ଉଇସେଓଙ୍ଗ ଏବଂ ସାନଚେଓଙ୍ଗ ଏବଂ ଉଲସାନ ସହରର ୫,୫୦୦ ରୁ ଅଧିକ ଲୋକଙ୍କୁ ସେମାନଙ୍କ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଅଗ୍ନିଶମ ବାହିନୀ ଶୁଖିଲା ପବନ ଯୋଗୁଁ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ଏହି ଅଗ୍ନିକାଣ୍ଡରେ ୪୩ ହଜାର ଏକରରୁ ଅଧିକ ଜମି ପୋଡ଼ି ଯାଇଥିବା ଜଣାପଡ଼ିଛି। ତେବେ ଉଦ୍ଧାର କାର୍ଯ୍ୟରେ ୯ ହଜାରରୁ ଅଧିକ କର୍ମଚାରୀ ଏବଂ ୧୦୦ରୁ ଅଧିକ ହେଲିକପ୍ଟର ନିୟୋଜିତ ଅଛନ୍ତି।
ଏହା ମଧ୍ୟ ପଢନ୍ତୁ- ସଂସଦରେ ଓ୍ବାକଫ୍ ସଂଶୋଧନ ବିଲ୍ର କାଉଣ୍ଟଡାଉନ ଆରମ୍ଭ! ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କଲା AIMPLB
ସପ୍ତାହାନ୍ତରେ ଦକ୍ଷିଣ କୋରିଆର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଜଙ୍ଗଲରେ ନିଆଁ ଲାଗିବା ପରେ ଅତିକମରେ ୪ ଜଣ ଅଗ୍ନିଶମ ବାହିନୀ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଯାହାଫଳରେ କାର୍ଯ୍ୟକାରୀ ରାଷ୍ଟ୍ରପତି ହାନ୍ ଡକ୍-ସୁ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରୟାସ କରିବାକୁ ଆହ୍ୱାନ ଦେଇଥିଲେ।ସିମ୍ ଇଉଇ-ଡେଓକ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଫୁଟେଜରେ ସାନଚିଓଙ୍ଗ ପର୍ବତରେ ନିଆଁ ଜଳୁଥିବାର ଦେଖାଯାଇଛି।