ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

କାଶ୍ମୀରରେ କିଙ୍ଗ୍‌ଙ୍କ ଅପେକ୍ଷା କିଙ୍ଗମେକରଙ୍କୁ ନେଇ ଖୁବ୍ ଚର୍ଚ୍ଚା,ମେହବୁବାଙ୍କ ଉପରେ ନଜର

Published By : Prameya | October 7, 2024 5:36 PM

ନୂଆଦିଲ୍ଲୀ,୭।୧୦: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ମଙ୍ଗଳବାର ଆସିବାକୁ ଯାଉଛି, କିନ୍ତୁ ଏହା ପୂର୍ବରୁ ଏକଜିଟ୍ ପୋଲ୍‌ର ଅନୁମାନକୁ ନେଇ ଚର୍ଚ୍ଚା ବଢିଛି। ଅଧିକାଂଶ ଏଗଜିଟ୍‌ ପୋଲ୍ ନ୍ୟାସନାଲ କନଫ୍ରେନ୍ସ ଓ କଂଗ୍ରେସ ମେଣ୍ଟକୁ ୩୫ରୁ ୪୦ଟି ଆସନ ମିଳିବାର ଅନୁମାନ କରାଯାଉଛି, ସେଭଳି ବିଜେପିର ପ୍ରାୟ ୨୫ ରୁ ୨୮ ଆସନରେ ରହିବାର ଯୋଜନା ରହିଛି। ୯୦ ଆସନ ଥିବା ବିଧାନସଭାରେ ଯଦି କଂଗ୍ରେସ ଓ ଏନ୍‌ସିର ମେଣ୍ଟ ୪୦ ଆସନ ନେଇଯାଏ ତେବେ ତା ପାଇଁ ଏହା ବହୁତ ବଡ ସଫଳତା, କିନ୍ତୁ ସରକାର ଗଠନ କରିବା ଠାରୁ ଦୂରରେ ରହିବ। ଏଭଳି ସ୍ଥିତିରେ କିଙ୍ଗ୍‌ଙ୍କଠାରୁ କିଙ୍ଗମେକର ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଯିବେ। ଆଉ ସେ ହେଉଛନ୍ତି ମେହବୁବା ମୁଫତି।

ସେ ପୂର୍ବରୁ ବିଜେପି ସହ ମିଶି ସରକାର ଗଠନ କରିସାରିଛନ୍ତି, କିନ୍ତୁ ଆର୍ଟିକିଲ ୩୭୦ ହଟିବା ପରେ ହିଁ ସେ ବିଜେପିଠାରୁ ଲଗାତାର ଦୂରତ୍ବ ବଢାଇ ଦେଇଛନ୍ତି। ବର୍ତ୍ତମାନ ସେ ବିଜେପି ବିରୋଧରେ ଲଢୁଛନ୍ତି। କଂଗ୍ରେସ ଓ ଏନ୍‌ସି ସହ ମେଣ୍ଟ ଉପରେ ସେ ଚୁପ୍‌ ରହିଛନ୍ତି, କିନ୍ତୁ ବିଜେପି ତୁଳନାରେ ଏହି ଲୋକଙ୍କ ସହ ଯିବା ସେ ଠିକ୍ ବୋଲି ବୁଝି ପାରନ୍ତି। ତଥାପି ମଧ୍ୟ ଏହାର ମୁଲ୍ୟ ସେ ନେବାକୁ ଚାହିଁବେ। ଯଦି ଏନ୍‌ସି ଓ କଂଗ୍ରେସ ମିଶି ୪୦ ଆସନ ପାଆନ୍ତି ତଥାପି ବହୁମତଠାରୁ ୬ ଆସନ ଦୂର ହେବ। ଏତେ ସିଟ୍‌ ଯଦି ପିଡିପି ନେଇଯିବ ତେବେ କିଙ୍ଗମେକର ହୋଇଯିବ। 

ଏବେ ଏହା ବିଜେପିର ସ୍ଥିତି ଉପରେ ନିର୍ଭର କରିବ ଯେ, ପିଡିପି କିଭଳି ବାର୍ଗେନ କରିବ। ଯଦି ବିଜେପି ଭଲ ନମ୍ବର ଆଣେ ତେବେ ପୁଣିଥରେ ପିଡିପି ତା’ର ଭୟ ଦେଖାଇ ଉପଯୁକ୍ତ ମୂଲ୍ୟ ନେଇପାରେ। ଏପରିକି କଂଗ୍ରେସ ଓ ଏନ୍‌ସି ଉପରେ ସେ ସିଏମ୍ ହେବାର ଚାପ ପକାଇ ପାରନ୍ତି। କଂଗ୍ରେସ ଓ ନ୍ୟାସନାଲ କନଫ୍ରେନ୍ସ ପାଇଁ ମଧ୍ୟ ତାଙ୍କର ଦାବିକୁ ଖାରଜ କରିବା ସହଜ ହେବନି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.