ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଦିନେ କୋହଲିଙ୍କ ଜାଗାରେ ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ମାରିଥିଲେ; ଆଜି IPL କ୍ୟାପ୍ଟେନ୍, ୪ ବର୍ଷରେ ବଦଳିଗଲା ରଜତଙ୍କ ଜୀବନ

Published By : Ankita S | February 14, 2025 11:48 AM

ନୂଆଦିଲ୍ଲୀ,୧୪/୦୨: ଆଉ କିଛି ଦିନ ପରେ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ ଇଣ୍ଡିଆନ ପ୍ରମିୟର ଲିଗ୍ । ଏ ନେଇ ଫ୍ରାଞ୍ଚାଇଜଗୁଡିକ ସେମାନଙ୍କ ଦଳକୁ ସଜାଡୁଛନ୍ତି । ଏହାରି ଭିତରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ତାର ନୂଆ ଅଧିନାୟକ ନିଯୁକ୍ତ କରିଛି । ମଧ୍ୟପ୍ରଦେଶ ଷ୍ଟାର ବ୍ୟାଟର ରଜତ ପଟିଦାର ଆରସିବି ଅଧିନାୟକ ହୋଇଛନ୍ତି । ବେଙ୍ଗାଲୁରୁରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଘୋଷଣା ହୋଇଛି । କିଏ ରଜତ ପଟିଦାର ? ଯାହାଙ୍କୁ ଦିନେ ୨୦୨୪ରେ ବିରାଟ କୋହଲିଙ୍କ ସ୍ଥାନରେ ଭାରତୀୟ ଦଳରେ ରିପ୍ଲେସମେଣ୍ଟ କରାଯାଇଥିଲା । ୪ ବର୍ଷରେ କେମିତି ବଦଳିଗଲା ତାଙ୍କ ଜୀବନ ଆସନ୍ତୁ ଜାଣିବା ।

କିଏ ରଜତ ପଟିଦାର ? ୧୯୯୩ ଜୁନ ୧ ତାରିଖରେ ମଧ୍ୟପ୍ରଦେଶ ଇନ୍ଦୋରରେ ରଜତଙ୍କର ଜନ୍ମ । ୩ଟି ଟେଷ୍ଟ ମ୍ୟାଚରେ ୬ଟି ଇନିଂସ ଖେଳି ୧୦.୫୦ ଆଭରେଜରେ ୬୩ ରନ କରିଥିଲେ । ପ୍ରଦର୍ଶନ ଭଲ ନଥିବାରୁ ତାଙ୍କୁ ଟେଷ୍ଟ ଦଳରେ ଛୁଟି ମିଳିଥିଲା । ଘରୋଇ କ୍ରିକେଟ ଖେଳୁଥିଲେ । ୨୦୨୪ରେ ଭାରତୀୟ କ୍ରିକେଟ ଦଳର 'ରନ୍ ମେସିନ୍' ବିରାଟ କୋହଲିଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଥିଲେ । ୩ଟି ଟେଷ୍ଟ ମ୍ୟାଚ ଖେଳି ୬ଟି ଇନିଂସରେ ୬୩ରନ କରିଥିଲେ । ୨୦୨୨ରେ ରିଜର୍ଭ ପ୍ଲେୟାର ଭାବେ ଆରସିବିରେ ସାମିଲ ହୋଇଥିଲେ । ସେବେ ମୋଗୀ ନିଲାମୀରେ ବିକ୍ରି ହୋଇନଥିଲେ । ୨୦୨୧ରେ ଆରସିବି ସହ ଆଇପିଏଲ ଯାତ୍ରା ଆରମ୍ଭ କରିଥିଲେ । ୪ ବର୍ଷରେ ରଜତଙ୍କ ଜୀବନ ଚେଞ୍ଜ ହୋଇଗଲା । ଦିନେ ସବସିଚ୍ୟୁଟ ପ୍ଲେୟାର ଥିଲେ ଆଜି ଦଳର ଅଧିନାୟକ ହୋଇଛନ୍ତି ।

ଆଇପିଏଲ ମେଗା ନିଲାମୀ ପୂର୍ବରୁ ଆରସିବି ପୂର୍ବତନ ଅଧିନାୟକ ଫାଫ୍ ଡୁ' ପ୍ଲେ ସିଙ୍କୁ ଦଳକୁ ମୁକ୍ତ କରିଥିଲା । ଏହାପରଠୁ କୋହଲି ପୁଣି ଥରେ ଦଳର ନେତୃତ୍ବ ନେବେ ବୋଲି ଚର୍ଚ୍ଚା ହୋଇଥିଲା । ମାତ୍ର ଆରସିବି ରଜତ ପଟିଦାରଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରିଛି । ଅଷ୍ଟମ ଅଧିନାୟକ ଭାରେ ଆରସିବିର ନେତୃତ୍ବ ନେବାକୁ ଯାଉଛନ୍ତି । ପଟିଦାର ୨୦୨୧ରୁ ଆରସିବି ସହ ରହିଛନ୍ତି । ସେ ୨୮ଟି ମ୍ୟାଚ ଖେଳି ୧୫୮.୬୫ ଷ୍ଟ୍ରାଇକ ରେଟରେ ମୋଟ ୭୯୯ ରନ କରି ସାରିଛନ୍ତି । ଚଳିତ ମୁସ୍ତାକ ଅଲି ଟି-ଟ୍ବେଣ୍ଟିରେ ମଧ୍ୟପ୍ରଦେଶ ଦଳର ନେତୃତ୍ବ ନେଇଥିଲେ । ତାଙ୍କ ନେତୃତ୍ବ ଦକ୍ଷତାରେ ଆରସିବି ମ୍ୟାନେଜମେଣ୍ଟ ପ୍ରଭାବିତ ହୋଇଥିଲା । ବିରାଟ କୋହଲିଙ୍କ ସ୍ବୀକୃତିରେ ରଜତଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିବା କହିଛନ୍ତି ଟିମ୍  ନିର୍ଦ୍ଦେଶକ ବୋବାଟ୍ ।

ଏହା ବି ପଢନ୍ତୁ...ମହିଳା ପ୍ରମିୟର ଲିଗ୍: ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ଗୁଜୁରାଟ ଜାଏଣ୍ଟ୍‌ସ ମଧ୍ୟରେ ଉଦଘାଟନୀ ମୁକାବିଲା

ଶୁଭେଚ୍ଛା ଜଣାଇଲେ କୋହଲି- ପୂର୍ବତନ ଆରସିବି ଅଧିନାୟକ ବିରାଟ କୋହଲି ନୂଆ ଅଧିନାୟକ ରଜତ ପଟିଦାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ''ସେ କହିଛନ୍ତି ତୁମକୁ ବହୁତ ଅଭିନନ୍ଦନ । ତୁମେ ଏହି ଫ୍ରାଞ୍ଚାଇଜରେ ଯେମିତି ବଢିଛ, ପ୍ରଦର୍ଶନ କରିଛ ଏବଂ ସମସ୍ତ ଆରସିବି ଫ୍ୟାନ୍ସଙ୍କ ହୃଦୟରେ ସ୍ଥାନ ନେଇଛ । ସମସ୍ତେ ତୁମ ଖେଳ ଦେଖିବାକୁ ଉତ୍ସାହର ସହ ଚାହିଁ ରହିଛନ୍ତି । ମୁଁ ଓ ଦଳର ଅନ୍ୟ ସମସ୍ତ ସଦସ୍ୟ ତୁମ ପଛରେ ଅଛୁ । ଆମମାନଙ୍କ ସହଯୋଗରେ ତୁମେ କାର୍ଯ୍ୟ ଠିକରେ ତୁଲାଅ । ତୁମେ ଏହି ପଦ ପାଇଁ ଯୋଗ୍ୟ । ମୁଁ ନିଶ୍ଚିନ୍ତ ଯେ ତୁମେ ଆହୁରି ଶକ୍ତିଶାଳୀ ହେବ । ଫ୍ୟାନ୍ସଙ୍କୁ ଅନୁରୋଧ କରୁଛି କି ସମସ୍ତେ ତାଙ୍କୁ ସମର୍ଥନ କରନ୍ତୁ । ସେ ଫ୍ରାଞ୍ଚାଇଜ ପାଇଁ ଶ୍ରେଷ୍ଠ ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.