ପ୍ରମୂଖ ଖବର
  • ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ଫଳ, ସୂଚନା ଦେଲେ ବୋର୍ଡ ସଭାପତି
  • ||
  • ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼, ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ
  • ||
  • ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରେ ଅଘଟଣ, ଜଳିଗଲା ତୀର୍ଥଯାତ୍ରୀ ବସ୍
  • ||
  • IPL 2025 : ରାତିରେ ସୁପରକିଙ୍ଗ୍‌ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମୁକାବିଲା
  • ||
  • ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯୁବକ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଭାରତୀୟ ରେଲୱେର ଚମତ୍କାର ଇଞ୍ଜିନିୟରିଂ, ୧୯ରେ ଚେନାବ ବ୍ରିଜ୍‌କୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
  • ||
  • ବାରାଣସୀରେ ଚାଞ୍ଚଲ୍ୟ: ଛାତ୍ରୀଙ୍କୁ ୭ ଦିନରେ ବନ୍ଧୁଙ୍କ ସହ ୨୩ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ, ୬ ଗିରଫ
  • ||
  • ବୋଝ ଉପରେ ନଳିତା ବିଡ଼ା: ଆଜିଠୁ ଏଲ୍‌ପିଜି ପାଇଁ ଅଧିକ ୫୦ ଟଙ୍କା ଗଣିବେ ଖାଉଟି
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୪୮ ଘଣ୍ଟା ମଧ୍ୟରେ ଅବପାତ ରୂପ ନେବା ସମ୍ଭାବନା,୧୭ ଯାଏ ସ୍ୱଳ୍ପ ବର୍ଷା
  • ||

୧୪ ଅପ୍ରେଲରୁ ଆରମ୍ଭ ହେବ ମାଙ୍ଗଳିକ କାର୍ଯ୍ୟ ; ଜାଣନ୍ତୁ, କେବେ ରହିଛି ବାହାଘରର ଶୁଭ ମୁହୂର୍ତ୍ତ

Published By : Prameya | April 6, 2025 10:45 PM

ନୂଆଦିଲ୍ଲୀ : ହିନ୍ଦୁ ଧର୍ମରେ ଶୁଭ ମୁହୂର୍ତ୍ତ-ତିଥିର ଖୁବ୍‌ ମହତ୍ତ୍ୱ ରହିଛି। କୌଣସି ବି ମାଙ୍ଗଳିକ କାର୍ଯ୍ୟ ଶୁଭ ଲଗ୍ନ –ମୁହୂର୍ତ୍ତରେ ହିଁ ହୋଇଥାଏ। ୧୪ ଅପ୍ରେଲରୁ ବାହାଘର , ଗୃହ ପ୍ରବେଶ ,ନାମକରଣ , ମୁଣ୍ଡନ ଭଳି ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇ ପାରେ। ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ, ଏହିଥର ଅପ୍ରେସ ଓ ମଇରେ ଅନେକ ଶୁଭ ମୁହୂର୍ତ୍ତ ଉପଲବ୍ଧ ରହିଛି। ବାହାଘର, ଗୃହ ପ୍ରବେଶ ଓ ଅନ୍ୟ ମାଙ୍ଗଳିକ କାର୍ଯ୍ୟ ପାଇଁ ଏହି ସମୟ ଅନୁକୂଳ ରହିବ। ହିନ୍ଦୁ ଧର୍ମରେ ନିର୍ବନ୍ଧ , ବିବାହ , ମୁଣ୍ଡନ ଜନେଉ ସଂସ୍କାର ,ନୂଆ ଘରକୁ ପ୍ରବେଶ ଭଳି ସବୁ ଶୁଭ କାର୍ଯ୍ୟ ପଞ୍ଚାଙ୍ଗରେ ଗ୍ରହ, ନକ୍ଷତ୍ର ମାନଙ୍କର ଦଶା , ଦିଗ ଓ ଗତିର ଗଣନା ଆଧାରରେ ମୁହୂର୍ତ୍ତ ବାହାର କରାଯାଇ ଥାଏ। ଚଳିତବର୍ଷ ବିବାହର ପାଖାପାଖି ୭୬ଟି ଶୁଭ ମୁହୂର୍ତ୍ତ ଅଛି। ସୂର୍ଯ୍ୟ ଦେବ ଯେବେ ଗୁରୁ ରାଶି ଧନୁ ଓ ମୀନରେ ପ୍ରବେଶ କରନ୍ତି , ତ ସେ ନିଜର ଗୁରୁଙ୍କ ସେବାରେ ଲାଗି ଯାନ୍ତି ଏବଂ ତାଙ୍କର ପ୍ରଭାବ କମ୍‌ ହୋଇ ଯାଏ। ଏହି ସମୟରେ କୌଣସି ବି ଶୁଭ କାର୍ଯ୍ୟ ହୋଇ ନଥାଏ। ଶୁଭ କାର୍ଯ୍ୟ ସମୟରେ ସୂର୍ଯ୍ୟ ଓ ଗୁରୁ , ଉଭୟର ହିଁ ଶୁଭ ସ୍ଥିତିରେ ହେବା ଖୁବ୍‌ ଜରୁରୀ ହୋଇଥାଏ।

ଏହି ଥର ଅପ୍ରେଲରୁ ନେଇ ଜୁନ୍‌ ଯାଏ (ଅନ୍ତରାଳ) ବିବାହ ପାଇଁ ଶୁଭ ଦିନ ଅଛି। ଲଗାତାର ତିନି ମାସ ପରେ ୬ ଜୁଲାଇରୁ ଚତୁର୍ମାସ ଆରମ୍ଭ ହେବ। ଚତୁର୍ମାସ କାରଣରୁ ୪ମାସ ପାଇଁ ସବୁ ମାଙ୍ଗଳିକ କାମରେ ବ୍ରେକ୍‌ ଲାଗିଯିବ। ଚତୁର୍ମାସ ସମାପ୍ତି ପରେ ନଭେମ୍ୱରରୁ ମାଙ୍ଗଳିକ ଦିନ ଆରମ୍ଭ ହେବ। ସବୁଠୁ ଅଧିକ ମଇରେ ବାହାଘର ପାଇଁ ୧୮ ଦିନ ଶୁଭ ରହିଛି। ତିନି ମାସରେ ସବୁଠୁ ଅଧିକ ମଇରେ ୧୮ ଦିନ ବିହାଘର ପାଇଁ ରହିଛି ଶୁଭ। ୧,୫,୬,୭,୮,୯,୧୧,୧୩,୧୪,୧୫,୧୬,୧୭,୨୨,୨୩,୨୪ ଓ ୨୮ ମଇରେ ବର କନ୍ୟା ସାତଫେରା ନେଇ ପାରିବେ। ଅପ୍ରେଲରେ ୧୪,୧୫ ,୧୮,୨୦,୨୫,୨୯ ଓ ୩୦ ଅପ୍ରେଲ ଓ ଜୁନ୍‌ରେ ୧,୨,୩,୪,୫ ଓ ୭ ଜୁନ ବାହାଘର ପାଇଁ ଉତ୍ତମ। ୬ଜୁଲାଇରୁ ନେଇ ନଭେମ୍ୱର ଯାଏ ଚତୁର୍ମାସ କାରଣରୁ ମାଙ୍ଗଳିକ  ଦିନର ଅଭାବ ରହିବ। ଚତୁର୍ମାସ ପରେ ୧୮ ନଭେମ୍ୱରରୁ ଶୁଭ ମୁହୂର୍ତ୍ତ ଆରମ୍ଭ ହୋଇଯିବ। ନଭେମ୍ୱରରେ ୧୮,୨୧,୨୨ ,୨୩,୨୫,୩୦ ଓ ଡିସେମ୍ୱରରେ ୪,୫,୬ ଦିନ ଶୁଭ। ଗତ ବର୍ଷର ତୁଳନାରେ ଏହି ବର୍ଷ ବାହାଘର ପାଇଁ ଅଧିକ ଦିନ ଅଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.