ପ୍ରମୂଖ ଖବର
  • ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ଫଳ, ସୂଚନା ଦେଲେ ବୋର୍ଡ ସଭାପତି
  • ||
  • ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼, ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ
  • ||
  • ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରେ ଅଘଟଣ, ଜଳିଗଲା ତୀର୍ଥଯାତ୍ରୀ ବସ୍
  • ||
  • IPL 2025 : ରାତିରେ ସୁପରକିଙ୍ଗ୍‌ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମୁକାବିଲା
  • ||
  • ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯୁବକ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଭାରତୀୟ ରେଲୱେର ଚମତ୍କାର ଇଞ୍ଜିନିୟରିଂ, ୧୯ରେ ଚେନାବ ବ୍ରିଜ୍‌କୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
  • ||
  • ବାରାଣସୀରେ ଚାଞ୍ଚଲ୍ୟ: ଛାତ୍ରୀଙ୍କୁ ୭ ଦିନରେ ବନ୍ଧୁଙ୍କ ସହ ୨୩ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ, ୬ ଗିରଫ
  • ||
  • ବୋଝ ଉପରେ ନଳିତା ବିଡ଼ା: ଆଜିଠୁ ଏଲ୍‌ପିଜି ପାଇଁ ଅଧିକ ୫୦ ଟଙ୍କା ଗଣିବେ ଖାଉଟି
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୪୮ ଘଣ୍ଟା ମଧ୍ୟରେ ଅବପାତ ରୂପ ନେବା ସମ୍ଭାବନା,୧୭ ଯାଏ ସ୍ୱଳ୍ପ ବର୍ଷା
  • ||

ଖରା ଦିନେ ଘରକୁ ଥଣ୍ଡା ରଖିବ ଏହି ଇନଡୋର୍‌ ପ୍ଲାଣ୍ଟ୍, ଜାଣନ୍ତୁ...

Published By : Harapriya Sethi | April 6, 2025 11:09 AM

ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଗଲାଣି। ଏହି ଋତୁରେ କେବଳ ବାହାରର ତାପମାତ୍ରା ବଢ଼ିବାକୁ ଲାଗେ ନାହିଁ ବରଂ ଘର ଭିତରର ତାପମାତ୍ରା ମଧ୍ୟ ବଢ଼ିବାକୁ ଲାଗେ । ଏପରି ପରିସ୍ଥିତିରେ ଘରକୁ ଥଣ୍ଡା ରଖିବା ସ୍ୱାଭାବିକ ଭାବରେ ଏକ ବଡ଼ ଚ୍ୟାଲେଞ୍ଜ ହୋଇଯାଏ । ଯଦିଓ ଏସି ଏବଂ କୁଲରଗୁଡ଼ିକ ତୁରନ୍ତ ଆରାମ ପ୍ରଦାନ କରନ୍ତି, କିନ୍ତୁ ଘରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଥଣ୍ଡା ରଖିବା ବହୁତ କଷ୍ଟକର ହୋଇପଡ଼େ । ଏପରି ପରିସ୍ଥିତିରେ ଆପଣ ଆପଣଙ୍କ ଘରେ କିଛି ଗଛ ଲଗାଇପାରିବେ, ଯାହା ଘରକୁ ଥଣ୍ଡା କରିପାରିବ। ଆସନ୍ତୁ ଜାଣିବା ଘରକୁ ଥଣ୍ଡା ରଖୁଥିବା କିଛି ଗଛ ବିଷୟରେ-

ଆଲୋଭେରା ସାହାଯ୍ୟରେ ଘରକୁ ଥଣ୍ଡା କରନ୍ତୁ- 

ଆଲୋଭେରା କେବଳ ଚର୍ମ ଏବଂ କେଶ ପାଇଁ ଲାଭଦାୟକ ନୁହେଁ ବରଂ ଏହା ଘର ଚାରିପାଖର ପରିବେଶକୁ ଥଣ୍ଡା କରିବାର କ୍ଷମତା ମଧ୍ୟ ରଖେ । ଏହାର ପତ୍ର ଘନ ହୋଇଥିବାରୁ ଆର୍ଦ୍ରତା ବଜାୟ ରଖେ ଏବଂ ଏହା ଚାରିପାଖର ତାପମାତ୍ରାକୁ ସନ୍ତୁଳିତ ରଖେ।

ଘରକୁ ଥଣ୍ଡା ରଖିବା ପାଇଁ ସ୍ପାଇଡର ପ୍ଲାଣ୍ଟ ଲଗାନ୍ତୁ- 

ସ୍ପାଇଡର ପ୍ଲାଣ୍ଟ କେବଳ ବାୟୁକୁ ଶୁଦ୍ଧ କରେ ନାହିଁ ବରଂ ଆର୍ଦ୍ରତା ବଜାୟ ରଖି ଘରର ପରିବେଶକୁ ମଧ୍ୟ ଥଣ୍ଡା କରିଥାଏ। ଏହାକୁ ରକ୍ଷଣାବେକ୍ଷଣ କରିବା ସହଜ ଏବଂ ଘରର ଯେକୌଣସି କୋଣରେ ଲଗାଯାଇପାରିବେ।

ଘରକୁ ଥଣ୍ଡା ରଖିବ ସ୍ନେକ ପ୍ଲାଣ୍ଟ-

ସ୍ନେକ ପ୍ଲାଣ୍ଟ ରାତିରେ ମଧ୍ୟ ଅମ୍ଳଜାନ ଛାଡିଥାଏ, ଯାହା ଘରର ତାପମାତ୍ରାକୁ ନିୟନ୍ତ୍ରଣ କରି ରଖିବାରେ ସାହାଯ୍ୟ କରିଥାଏ । ଏହି ଗଛଟି ଘରର ତାପ ଶୋଷଣ କରି କୋଠରୀକୁ ପ୍ରାକୃତିକ ଭାବରେ ଥଣ୍ଡା କରିଥାଏ।

ଘରର ତାପମାତ୍ରା କମାଏ ତୁଳସୀ-

ତୁଳସୀ ଗଛ ଆୟୁର୍ବେଦିକ ଔଷଧ ଭାବରେ ଜଣାଶୁଣା । କେବଳ ସେତିକି ନୁହେଁ ଏହା ବାୟୁକୁ ଶୁଦ୍ଧ କରି ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ । ଏହାର ସୁଗନ୍ଧ ପରିବେଶକୁ ମଧ୍ୟ ସତେଜ କରିଥାଏ । ଏହା ସହିତ ଏହାର ପତ୍ର ଶରୀରର ଅନେକ ପ୍ରକାରର ସମସ୍ୟା ଦୂର କରିବା ପାଇଁ ବ୍ୟବହୃତ ହୁଏ ।

ଆର୍ଦ୍ରତା ବଜାୟ ରଖେ ଏରିକା ପାମ୍-

ଏରିକା ଗଛ ଏକ ପ୍ରାକୃତିକ ଭାବବେ ଆର୍ଦ୍ରତା ପ୍ରଦାନ କରିଥାଏ । ଏହା ବାୟୁରେ ଆର୍ଦ୍ରତା ବଜାୟ ରଖେ ଏବଂ ପାରିପାର୍ଶ୍ୱିକ ତାପମାତ୍ରାକୁ ହ୍ରାସ କରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.