ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ୍ ନ୍ୟୁ –ଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗେଇ ଦେଇଛି। ଯେଉଁ ଲୋକଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି, ସେମାନେ ଖୁବ୍ ଚିନ୍ତାରେ। କାହାର ଲକ୍ଷ ଲକ୍ଷ ଟଙ୍କା ଫସି ରହିଛି ତ ଆଉ କାହାର ବର୍ଷ ବର୍ଷ ଧରି ପେନସନ ବାହାରି ପାରୁନି। ଏମିତି ଲୋକେ ବ୍ୟାଙ୍କର ଶାଖା ଗୁଡ଼ିକରେ ଲମ୍ୱା ଧାଡ଼ିରେ ଠିଆ ହେଉଛନ୍ତି। ଏପଟେ ଆରବିଆଇ ପକ୍ଷରୁ କୁହାଯାଇଛି କି ଆଗାମୀ ୬ ମାସ ଯାଏ ବ୍ୟାଙ୍କରୁ ନେଣଦେଣ ହେବ ନାହିଁ । ଆସନ୍ତୁ ତାହେଲେ ଜାଣିବା ଏହି ଉପାୟରେ ସ୍ଥିତିରେ ଆପଣ ବ୍ୟାଙ୍କରୁ କେତେ ଟଙ୍କା ବାହାର କରି ପାରିବେ।
ଯଦି ନ୍ୟୁଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କର କଥା କହିବା ତ, ବ୍ୟାଙ୍କ ଶାଖା ଗୁଡ଼ିକରେ ବଢୁ ଥିବା ଭିଡ଼କୁ ଦେଖି ଏକ ନମ୍ୱର ୯୭୬୯୦୦୮୫୦୧ ଜାରି କରିଛି। ଗ୍ରାହକ ଏହି ନମ୍ୱର ମାଧ୍ୟମରେ ବ୍ୟାଙ୍କରୁ ସବୁ ସୂଚନା ନେଇ ପାରିବେ ଏବଂ ଏହା ବ୍ୟତୀତ ବ୍ୟାଙ୍କ ଲକର ସିଷ୍ଟମକୁ ଚାଲୁ ରଖିଛି। ଲକର୍ରେ ଜମା କରାଯାଇ ଥିବା ଟଙ୍କା ଆକାଉଣ୍ଟଧାରୀ ବାହାର କରି ପାରିବେ। କିନ୍ତୁ ଆସନ୍ତୁ ଏମିତି ସ୍ଥିତିରେ ଆରବିଆଇର କଣ ନିୟମ ରହିଛି , ଜାଣିବା ...
ଆରବିଆଇ ପକ୍ଷରୁ ଏକ ଡିପୋଜିଟ୍ ଇନ୍ସୁରାନ୍ସ ଆଣ୍ଡ କ୍ରେଡିଟ୍ ଗାରେଣ୍ଟି କର୍ପୋରେସନର ଗଠନ କରାଯାଇଛି, ଯାହା ଏମିତି ସ୍ଥିତିରେ ବ୍ୟାଙ୍କ୍ ଓ ବ୍ୟାଙ୍କ୍ ଗ୍ରାହକଙ୍କ ସାହାଯ୍ୟ କରିଥାଏ । ବ୍ୟାଙ୍କ ବନ୍ଦ ହେବା ପରେ ଟଙ୍କା କେତେ ମିଳିବ ଏହା ଡିଆଇସିଜିସି ହିଁ ସ୍ଥିର କରିବ।
ଡିଆଇସିଜିସି କଣ ?
ଡିଆଇସିଜିସି ର ଅର୍ଥ ଜମା ବିମା ଓ ଋଣ ଗ୍ୟାରେଣ୍ଟି ନିଗମ ଏହି ନିଗମର ସ୍ଥାପନା ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୧୯୭୮ରେ କରି ଥିଲା। ଏହି ନିୟମ ବ୍ୟାଙ୍କରେ ଯେଉଁ ଲୋକ ଟଙ୍କା ଜମା କରିଥାନ୍ତି , ତାଙ୍କୁ ଏକ ବୀମା କଭରେଜ୍ ପ୍ରୋଭାଇଡ୍ କରିଥାଏ। କେତେବେଳେ ଯଦି ବ୍ୟାଙ୍କ ଦେବାଳିଆ ବା ବନ୍ଦ ହୋଇ ଯାଏ , ତ ଏହି ଅନୁସାରେ , ଲୋକଙ୍କୁ ଟଙ୍କା ମିଳିଥାଏ। ବାସ୍ତବରେ ସେ ଟଙ୍କା ଇନ୍ୟୁରାନ୍ସର ହିଁ ହୋଇଥାଏ। ବ୍ୟାଙ୍କ ବନ୍ଦ ହେବା ବା ଦେବାଳିଆ ହେବାରେ ଏହାର ସିଧା ଟଙ୍କା ଗ୍ରାହକଙ୍କୁ ମିଳି ନଥାଏ। ଏହି ବୀମା କଭର , ପ୍ରତି ଜମାକାରୀଙ୍କୁ ୫ ଲକ୍ଷ ଟଙ୍କା ଯାଏ ହୋଇଥାଏ। ଏହି ସୀମା , ଜମାର ପ୍ରକାରକୁ ଖାତିର ନକରି ଲାଗୁ ହୋଇ ଥାଏ।
କେତେ ଟଙ୍କା ମିଳିଥାଏ –
ଯଦି କୌଣସି ବ୍ୟାଙ୍କ ଏକା ଦେବାଳିଆ ହୋଇ ଯାଏ , ତ ଏହି ବ୍ୟାଙ୍କରେ ଗ୍ରାହକଙ୍କ ଟଙ୍କା ଡିଆଇସିଜିସି ଅନୁସାରେ ହିଁ ମିଳିଥାଏ। ଡିଆଇସିଜିସି ମୁତାବିକ , ବ୍ୟାଙ୍କ ବନ୍ଦ ହେବାରେ ଗ୍ରାହକଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ମିଳିଥାଏ। ଏହାର ଅର୍ଥ ଯେ, ଯଦି କୌଣସି ବ୍ୟକ୍ତି କୌଣସି ବ୍ୟାଙ୍କରେ ୫ ଲକ୍ଷ ଟଙ୍କାରୁ ଅଧିକ ଜମା କରିଥାଏ, ସେତେବେଳେ ବି ତାଙ୍କୁ ୫ ଲକ୍ଷ ଟଙ୍କା ହିଁ ମିଳିବ। ଏହା ବ୍ୟତୀତ କାହାର ୫ ଲକ୍ଷ ଟଙ୍କାରୁ କମ୍ ଜମା ହେଲେ, ତାଙ୍କୁ ସେତିକି ହିଁ ଟଙ୍କା ମିଳିବ।