ପ୍ରମୂଖ ଖବର
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ

ଭୁବନେଶ୍ୱର,୨୦/୦୯: ଉତ୍ତର- ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୨,  ୨୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି  ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ୨୩ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ । ପ୍ରାକ୍‌ ଆକଳନ  ଅନୁସାରେ ଏହା ସାରା ରାଜ୍ୟରେ ପ୍ରବଳ  ବର୍ଷା କରାଇପାରେ । ଅବପାତ ନ ହେଲେ  ବର୍ଷା ପରିମାଣ କମିବ । ଏଭଳି ପୂର୍ବାନୁମାନ  କରିଛନ୍ତି କୃଷି ପାଣିପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ।  

ପ୍ରଫେସର ପଶୁପାଳକ କହିଛନ୍ତି, ଲଘୁଚାପ  ସୃଷ୍ଟି ହେବା ପରେ ତାହା ୪୮ ଘଣ୍ଟା  ଭିତରେ ପାରାଦୀପ ପାଖାପାଖି ଓଡ଼ିଶା  ଉପକୂଳରେ ପହଞ୍ଚିବ । ପରବର୍ତ୍ତୀ ୧୨ରୁ  ୨୪ ଘଣ୍ଟା ଭିତରେ ପ୍ରାୟତଃ ସମ୍ବଲପୁର  ପାଖ ଦେଇ ଛତିଶଗଡ଼ ଓ ମଧ୍ୟପ୍ରଦେଶ  ଆଡ଼କୁ ମୁହାଁଇପାରେ । ଯଦି ଘନୀଭୂତ ହୋଇ  ଅବପାତରେ ପରିଣତ ହେବ, ତେବେ  ସମୁଦ୍ରରେ ଅଧିକ ୨୪ ଘଣ୍ଟା ରହିପାରେ। 

ଚାଷୀଙ୍କ ଉଦ୍ଦେଶ୍ୟରେ ପ୍ରଫେସର  ପଶୁପାଳକ ପରାମର୍ଶ ଦେଇ କହିଛନ୍ତି, ଖାଲି ରହିଥିବା କ୍ଷେତରେ ପ୍ରାକ୍‌ ରବି ଫସଲ ଯଥା ମୁଗ, ବିରି, ଅଳସୀ ଓ ପନିପରିବା ଲଗାଇବା  ଉଚିତ । ଧାନ ଫସଲରେ ସାର ପ୍ରୟୋଗ  କରନ୍ତୁ । ଯେଉଁ ସ୍ଥାନରେ ଅଣଜଳସେଚିତ  ଅଞ୍ଚଳରେ ମାଟି ବତର ନଥିବ, ଧାନରେ ୨ ପ୍ରତିଶତ ୟୁରିଆ ଓ ଡାଲି ଜାତୀୟ ଫସଲରେ  ୨% ଡିଏପି ସାର ସିଞ୍ଚନ କରନ୍ତୁି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.