ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ତାତିରେ ଛଟପଟ ଅଧା ଓଡ଼ିଶା: ପଶ୍ଚିମରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ଉପକୂଳରେ କଲବଲ କରିବ ଗୁଳୁଗୁଳି

Published By : Prameya | March 30, 2025 7:19 AM

ଭୁବନେଶ୍ୱର,୩୦/୦୩: ଆଜି ବି ଜଳାଇବ ତାତି । ଭୀଷଣ ଖରା ଓ ତାତି ପ୍ରଭାବରେ ଅଧା ଓଡ଼ିଶା ଟକଟକ ହୋଇ ତାତିବ । ସବୁଠୁ ଭୟଙ୍କର ତାତିରେ କଲବଲ ହେବେ ପଶ୍ଚିମ ଓଡ଼ିଶାବାସୀ । ୬ ସହରରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ  ବହିବ । ଉପକୂଳ ଓଡ଼ିଶାରେ ବି ତ୍ରାହି ମିଳିବନି । ଭୀଷଣ ଗରମ ଓ ଗୁଳୁଗୁଳିରେ  ଆଉଟପାଉଟୁ ହେବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । 

ପୂର୍ବାନୁମାନ କହୁଛି , ରବିବାର  ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର,  ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳରେ  ଗ୍ରୀଷ୍ମପ୍ରବାହ ବହିପାରେ । ସମ୍ବଲପୁର,  ଝାରସୁଗୁଡ଼ା, ବଲାଙ୍ଗୀର ଓ ଟିଟିଲାଗଡ଼ରେ  ତାତି ୪୩ ଡିଗ୍ରୀ ସେଲସିୟସ୍‌ ଛୁଇଁବ ।  ଅନୁଗୁଳ, ବୌଦ୍ଧ, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ  ରହିପାରେ । ଢେଙ୍କାନାଳରେ ୪୧ ଡିଗ୍ରୀ ଓ  ବରଗଡ଼, ମାଲକାନଗିରି ଓ ବାରିପଦାରେ  ତାତି ୪୦ ଡିଗ୍ରୀ ରହିବ ବୋଲି ପାଣିପାଗ  ବିଭାଗ ଆକଳନ କରିଛି । ସୋମବାର ଝାରସୁଗୁଡ଼ା,  ସମ୍ବଲପୁର, ବଲାଙ୍ଗୀର ଓ ଟିଟିଲାଗଡ଼ରେ  ତାପମାତ୍ରା ୪୨ ଡିଗ୍ରୀ ରହିପାରେ ।  ସୁନ୍ଦରଗଡ଼, ବୌଦ୍ଧ, ଭବାନୀପାଟଣା  ଓ ଅନୁଗୁଳରେ ତାତି ୪୧ ଡିଗ୍ରୀ ରହିବ ।  

ଶନିବାର ସମ୍ବଲପୁର ସବୁଠୁ ଅଧିକ  ତତଲା ଥିଲା । ଝାରସୁଗୁଡ଼ାରେ ୪୧.୮,  ହୀରାକୁଦରେ ୪୧.୭, ଝାରସୁଗୁଡ଼ାରେ  ୪୧.୬, ତାଳଚେର ଓ ବୌଦ୍ଧରେ ୪୧.୨,  ଅନୁଗୁଳରେ ୪୧.୧, ସୋନପୁରରେ  ୪୦.୫, ମାଲକାନଗିରି ଓ ସୁନ୍ଦରଗଡ଼ରେ  ୪୦.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ  ହୋଇଛି । ଶନିବାର ସାଢ଼େ ୧୧ଟାରେ  ସମ୍ବଲପୁରରେ ୩୮.୮, ଝାରସୁଗୁଡ଼ାରେ  ୩୮ ଓ ହୀରାକୁଦରେ ୩୭.୪ ଡିଗ୍ରୀ ତାପମାତ୍ରା ରହିଥିଲା । ଆର୍ଦ୍ରତା ଅଧିକ  ରହିବା ଯୋଗୁ ପ୍ରବଳ ଗରମ ଓ  ଗୁଳୁଗୁଳି ଅନୁଭୂତ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.