ପ୍ରମୂଖ ଖବର
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ରାଜ୍ୟରେ ଏଯାଏ ୫୦% ନିଅଣ୍ଟିଆ ବର୍ଷା: ୨୬ ଜିଲ୍ଲାରେ ବର୍ଷାଭାବ, ୧୦ ଜିଲ୍ଲା ଶୁଖିଲା ପଡ଼ିଛି

ଭୁବନେଶ୍ୱର,୨୧/୦୬: ରଜ ପଳେଇଲାଣି । ଜୁନ୍‌ ୨୦ ତାରିଖ ହେଲାଣି । ହେଲେ ବର୍ଷା ଦେଖା ନାହିଁ । ରାଜ୍ୟରେ ଜୁନ୍‌ ପହିଲାରୁ ଏଯାଏଁ ମାତ୍ର ୫୭.୪ ମିଲିମିଟର ବର୍ଷା ହୋଇଛି । ଯେତିକି ହେବା କଥା, ତା’ଠାରୁ ୫୦% କମ୍‌ । ୨୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା । ୧୦ ଜିଲ୍ଲା ଅବସ୍ଥା ସାଂଘାତିକ, ୬୦%ରୁ ୭୫% ପର୍ଯ୍ୟନ୍ତ ବର୍ଷା ନିଅଣ୍ଟିଆ ସ୍ଥିତି । ଏଥିରୁ ଜଳଜଳ-ଚାଷୀଙ୍କ ଅବସ୍ଥା କେମିତି ଥିବ... ।

ଚାଷୀ ଉପରକୁ ଅନେଇ ବସିଛି । ମଝିରେ ମଝିରେ ପାଣିପାଗ ବିଭାଗର ମୌସୁମୀ ପାଗ ଅନୁକୂଳ ଖବର ମନରେ ଆଶା ଭରୁଛି । ମାତ୍ର ସକାଳୁ ତତଲା ହାୱାରେ ସବୁ ଆଶା ଶୁଖିଯାଉଛି । ବର୍ଷା ଗାଏବ । ଯେଉଁଠି ଆଜି ଘଡ଼ଘଡ଼ି ସହ  ଢାଳୁଛି, ସେଠାରେ କାଲି ସକାଳୁ ପୁଣି ତାତି ମାଡ଼ ଆରମ୍ଭ ହୋଇଯାଉଛି । 

ମୌସୁମୀ ଧକେଇ ଧକେଇ ଆଗକୁ ବଢ଼ୁଛି । ବର୍ଷାର ଦେଖା ନାହିଁ । ବିସ୍ତୃତ ଅଞ୍ଚଳରେ ଚାଷଜମି ଶୁଖିଲା ପଡ଼ିଛି । ଚାଷୀ ଧାନ ବୁଣିବାକୁ ଅପେକ୍ଷା କରି ରହିଛି । ଦିନ ଗଡ଼ି ଚାଲିଛି । ଏମିତିରେ ଦୀର୍ଘମିଆଦି ଧାନ ବିହନ ଧରି ବସିଥିବା ଚାଷୀଙ୍କ ମୁଣ୍ଡ ଗୋଲ୍‌ ହେଲାଣି । ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ?

ଭାତ ହାଣ୍ଡି କୁହାଯାଉଥିବା କଳାହାଣ୍ଡିରେ ୭୫% ବର୍ଷା ନିଅଣ୍ଟିଆ ସ୍ଥିତି ଥିବାବେଳେ ମୟୂରଭଞ୍ଜରେ ୭୩%, କେନ୍ଦୁଝରରେ ୭୨%, ବୌଦ୍ଧରେ ୭୩%, ପୁରୀରେ ୭୦%, ବଲାଙ୍ଗୀରରେ ୬୬%, ବାଲେଶ୍ୱରରେ ୬୮%, ଖୋର୍ଦ୍ଧାରେ ୬୪%, ନୟାଗଡ଼ରେ ୬୦%, ଅନୁଗୁଳରେ ୬୭% ବର୍ଷା ନିଅଣ୍ଟିଆ ସ୍ଥିତି ଚିନ୍ତା ବଢ଼ାଇଲାଣି ।

ସମ୍ବଲପୁର, ଦେବଗଡ଼, କନ୍ଧମାଳ, ମାଲକାନଗିରିକୁ ଛାଡ଼ିଦେଲେ ବାକି ଜିଲ୍ଲାଗୁଡ଼ିକରେ ବି ବର୍ଷା ଅଭାବ । ତାଜା ସୂଚନା ହେଲା, ମୌସୁମୀ ଆଗକୁ ବଢ଼ି ମାଲକାନଗିରି ପରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ାକୁ ପ୍ରବେଶ କରିବା ସହ ଗଜପତିକୁ ହାଲ୍‌କା ଛୁଇଁଛି । ପାଣିପାଗ ବିଭାଗ ଆଶା ଦେଖାଇଲାଣି, ୩-୪ ଦିନ ଭିତରେ ମୌସୁମୀ ରାଜ୍ୟରେ ଆଗକୁ ବଢ଼ିବାକୁ ପାଗ ଅନୁକୂଳ ।

ଗୁରୁବାର ବାରିପଦା, ଫୁଲବାଣୀ, ଝାରସୁଗୁଡ଼ାରେ ଭଲ ବର୍ଷା ହୋଇଛି । ରାଉରକେଲା, ବରଗଡ଼, ହୀରାକୁଦ, ସମ୍ବଲପୁରରେ ବି ଅଳ୍ପ ବର୍ଷା ରେକର୍ଡ ହୋଇଛି । ମାତ୍ର ବିସ୍ତୃତ ଅଞ୍ଚଳ ପଡ଼ିଛି ଶୁଖିଲା । ବର୍ଷାର ଦେଖା ନାହିଁ ରାଜ୍ୟର ଅନେକ ଅଞ୍ଚଳରେ । ଯେତିକି ହେଉଛି, ଅସରାଏ ଲେଖାଏଁ ଘଡ଼ଘଡ଼ି ସହ । ତା’ ପର ଦିନ ପୁଣି ଶୁଖିଲା, ତତଲା ।

ଗୁରୁବାର ଅନୁଗୁଳ ତାପମାତ୍ରା ୪୦.୭, ବାରିପଦା ୪୦.୬, ଝାରସୁଗୁଡ଼ା ୪୦.୧, ବୌଦ୍ଧ ୪୦.୫ ଡିଗ୍ରୀ ସେଲସିୟସ୍‌ ଥିଲା । ଉପକୂଳରେ ଗରମ ଓ ଗୁଳୁଗୁଳି ଯୋଗୁ ନାକେଦମ ହୋଇଥିଲା ଜନଜୀବନ । ଚାନ୍ଦବାଲି ତାପମାତ୍ରା ୩୯.୮, ଢେଙ୍କାନାଳ ୩୯.୨, ଜଗତ୍‌ସିଂହପୁର ୩୯, କେନ୍ଦ୍ରାପଡ଼ା ୩୯, ଖୋର୍ଦ୍ଧା ୩୯.୫, ନୟାଗଡ଼ ୩୯, ଭୁବନେଶ୍ୱର ୩୮.୭, କଟକ ୩୮.୮ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ୬୦ରୁ ୯୧% ପର୍ଯ୍ୟନ୍ତ ଥିଲା । ଅପରାହ୍ନ ସାଢ଼େ ୫ଟାବେଳେ ବାଲେଶ୍ୱରରେ ଆର୍ଦ୍ରତା ୯୧% ଥିବାବେଳେ ଭୁବନେଶ୍ୱର ୬୮%, କଟକ ୭୦%, ଜଗତ୍‌ସିଂହପୁର ୭୧% ଥିଲା ।

ପାଣିପାଗ ବିଭାଗ କହିଛି, ଶୁକ୍ରବାର ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୩ଟି ଜିଲ୍ଲାର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ୩୦-୪୦ କିମି ବେଗରେ ପବନ ଆଶଙ୍କା ଅଛି । ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାରେ ଗରମ ସହ ଭୀଷଣ ଗୁଳୁଗୁଳି ହେବ । ପାଣିପାଗ ବିଭାଗ ଆଶା ଦେଖାଇଛି- ଆସନ୍ତା ୩ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ ।

ତେବେ ଆସନ୍ତା ୨୬/୨୭ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଦୁର୍ବଳ ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ମାସ ଶେଷବେଳକୁ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ ବର୍ଷା ବଢ଼ିପାରେ ।

  • PrameyaOdia
  • prameya
  • Weather
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.