ପ୍ରମୂଖ ଖବର
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ,୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

Published By : Manoj | August 23, 2025 7:26 AM

ଭୁବନେଶ୍ୱର,୨୩/୦୮: ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ପାଶ୍ୱର୍ବର୍ତ୍ତୀ ବାଂଲାଦେଶ ଅଞ୍ଚଳରେ  ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।  ଏହା ପ୍ରଭାବରେ ରାଜ୍ୟର ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା  ହୋଇପାରେ । ସେପଟେ ରାଜ୍ୟର ପଶ୍ଚିମ ଓଡ଼ିଶା ସମେତ ବହୁ ସ୍ଥାନରେ ଲଗାଣ ବର୍ଷା ଯୋଗୁ ମହୀନଦୀ, ସୁବର୍ଣ୍ଣରେଖା  ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିଛି । 

ଶନିବାର ମୟୂରଭଞ୍ଜ, କେନ୍ଦୁଝର  ଓ ସୁନ୍ଦରଗଡ଼ରେ ଅଧିକ ବର୍ଷା ହେବ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ,ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,  ଗଜପତି, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ  ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୪, ୨୫ରେ  ମୟୂରଭଞ୍ଜ ଓ ବାଲେଶ୍ୱରରେ ଭାରି ବର୍ଷା ଆଶଙ୍କା  ଅଛି । ୨୬ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର  ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇପାରେ । ୨୫  ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି । 

ଶୁକ୍ରବାର ସକାଳରୁ ସନ୍ଧ୍ୟା ଭିତରେ ରାଜ୍ୟରେ  ବହୁ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ହୀରାକୁଦରେ  ୪୨.୨, ରାଉରକେଲାରେ ୪୦, ବୌଦ୍ଧରେ ୩୪,  ସମ୍ବଲପୁରରେ ୩୧.୭, ଝାରସୁଗୁଡ଼ାରେ ୩୧.୬,  ବରଗଡ଼ରେ ୨୬.୮, ଭବାନୀପାଟଣାରେ ୨୫.୨,  ତାଳଚେରରେ ୧୮.୬, ସୋନପୁରରେ ୧୫.୨,  ଅନୁଗୁଳରେ ୧୨, ଟିଟିଲାଗଡ଼ରେ ୧୧.୨ ଓ  ଦାରିଙ୍ଗିବାଡ଼ିରେ ୧୦ ମିମି ରେକର୍ଡ ହୋଇଛି । 

ଉପରମୁଣ୍ଡରେ ବର୍ଷା ଯୋଗୁ ମହାନଦୀ  ଫୁଲୁଛି । ହୀରାକୁଦ ଡ୍ୟାମ ଜଳସ୍ତର ବଢୁଥିବାରୁ ଶନିବାର ଜଳ ନିଷ୍କାସନ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ହୀରାକୁଦର ଜଳସ୍ତର ଏବେ  ୬୧୮.୩୯ ମିଟର ରହିଛି । ପ୍ରତି ସେକେଣ୍ଡରେ ୨ଲକ୍ଷ ୩୫ହଜାର କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଛି । ସେହିଭଳି ରେଙ୍ଗାଲି ଡ୍ୟାମ୍‌ ଜଳସ୍ତର ବି  ବଢ଼ିଛି । ବୈତରଣୀ ନଦୀରେ ଆଖୁଆପଦାଠାରେ  ୧୬.୮୭ ମିଟର ଉଚ୍ଚତାର ଜଳ ପ୍ରବାହିତ ହେଉଛି ।  ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ନଦୀ ଜଳସ୍ତର ବି ବଢୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.