ପ୍ରମୂଖ ଖବର
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବିସିସିଆଇ ଚୟନ କମିଟିରେ ସାମିଲ ହେବେ ପ୍ରଜ୍ଞାନ ଓଝା ! ତଥାପି ବଦଳିବନି ଓଡ଼ିଶା କ୍ରିକେଟ୍‌ର ଭାଗ୍ୟ

Published By : Manoj | August 23, 2025 11:04 AM

ଭୁବନେଶ୍ୱର,୨୩/୦୮: ବିସିସିଆଇର  ପୁରୁଷ ବରିଷ୍ଠ ଜାତୀୟ ଚୟନ କମିଟିର ଦୁଇ ଜଣ  ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଅଧ୍ୟକ୍ଷ ଅଜିତ ଅଗରକରଙ୍କ କାର୍ଯ୍ୟକାଳକୁ ଆସନ୍ତା  ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସେମିତି ଅନ୍ୟ  ଦୁଇ ଜଣଙ୍କ ସ୍ଥାନ ପୂରଣ ପାଇଁ ବିସିସିଆଇ ପକ୍ଷରୁ  ଦରଖାସ୍ତ ଆହ୍ୱାନ କରାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପୂର୍ବତନ ଅନ୍ତର୍ଜାତୀୟ  ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ଦକ୍ଷିଣାଞ୍ଚଳରୁ ଚୟନ ହେବେ । ଯଦି ଏହା ହୁଏ ତେବେ ବିସିସିଆଇର  ଚୟନ କମିଟିରେ ଦୁଇ ଜଣ ଓଡ଼ିଆଙ୍କୁ ଦେଖିବାକୁ  ମିଳିବ । ପୂର୍ବରୁ ପୂର୍ବତନ ଟେଷ୍ଟ ଓପନର ଶିବସୁନ୍ଦର  ଦାସ କେନ୍ଦ୍ରାଞ୍ଚଳରୁ କମିଟିର ସଦସ୍ୟ ରହିଛନ୍ତି । 

ପୁରୁଷ ବରିଷ୍ଠ ଜାତୀୟ ଚୟନ କମିଟିରେ ୨  ଜଣ, ମହିଳାରେ ୪ ଜଣ ସଦସ୍ୟ ଏବଂ ଜୁନିୟର  ପୁରୁଷରେ ଜଣେ ସଦସ୍ୟ ପୂରଣ ପାଇଁ ବିସିସିଆଇ  ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତା ମାସ  ୧୦ ତାରିଖ ଆବେଦନର ଶେଷ ତାରିଖ ରହିଛି । ୨୦୨୩ ଜାନୁଆରୀ ମାସରୁ ଶିବ ସୁନ୍ଦର  ଜାତୀୟ ଚୟନ କମିଟିରେ କେନ୍ଦ୍ରାଞ୍ଚଳରୁ ରହିଛନ୍ତି ।  ପୂର୍ବତନ ଅଧ୍ୟକ୍ଷ ଚେତନ ଶର୍ମାଙ୍କ ସ୍ଥାନରେ ୨୦୨୩  ଜାନୁଆରୀ ମାସରେ କିଛି ଦିନ ସେ ମଧ୍ୟବର୍ତ୍ତୀକାଳୀନ  ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିଥିଲେ । ଏହାପରେ  ଅଗରକରଙ୍କୁ ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା। 

ଦକ୍ଷିଣାଞ୍ଚଳରୁ ଏବେ ଶ୍ରୀଧରନ ଶରଥ ସଦସ୍ୟ  ରହିଛନ୍ତି । ଆସନ୍ତା ସେପ୍ଟେମ୍ବରରେ ତାଙ୍କର କାର୍ଯ୍ୟକାଳ  ପୂରଣ ହେବ । ଏହି ସ୍ଥାନରେ ପ୍ରଜ୍ଞାନ ଜାତୀୟ କମିଟିରେ  ସାମିଲ ହେବେ । ସେ ଚୟନ ହେଲେ ପୂର୍ବରୁ କମିଟିରେ  ଶିବ ସୁନ୍ଦର ରହିଛନ୍ତି । ହୁଏତ ଏହି ଓଡ଼ିଆ ଯୋଡ଼ି ଅଧିକ ଦିନ ମିଳିତ ଭାବେ କାର୍ଯ୍ୟ କରିବାର ସୁଯୋଗ  ପାଇ ନପାରନ୍ତି । କାରଣ କମିଟିରେ ଦ୍ୱିତୀୟ ସଦସ୍ୟ  ଭାବେ କିଏ ବାଦ ପଡ଼ିବେ ତାହା ସ୍ପଷ୍ଟ ହୋଇନି ।  

ଶିବସୁନ୍ଦର କେନ୍ଦ୍ରାଞ୍ଚଳରୁ ରହିଛନ୍ତି । ଅଗରକରଙ୍କ  ପ୍ରମୁଖ ସହଯୋଗୀ ଭାବେ କାର୍ଯ୍ୟ କରି ଆସୁଛନ୍ତି ।  ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳୁଛି ।  ପୂର୍ବରୁ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭୂମିକା  ମଧ୍ୟ ନିର୍ବାହ କରିଛନ୍ତି । ତଥାପି କେନ୍ଦ୍ରାଞ୍ଚଳର  ସଦସ୍ୟତାକୁ ନେଇ କିଛିଟା ଅନିଶ୍ଚିତତା ରହିଛି ।  ପୂର୍ବାଞ୍ଚଳରୁ ସୁବ୍ରତ ବାନାର୍ଜୀ ସଦସ୍ୟ ଅଛନ୍ତି । ଉଭୟ  ବାନାର୍ଜୀ ଓ ଶିବ ସୁନ୍ଦର ପୂର୍ବାଞ୍ଚଳରୁ ହିଁ ନିଜ ନିଜ ରାଜ୍ୟ ଦଳରୁ ଘରୋଇ କ୍ରିକେଟ୍‌ ଖେଳୁଥିଲେ । 

ଶିବ ସୁନ୍ଦର ଓ ପ୍ରଜ୍ଞାନ ଉଭୟ ଜାତୀୟ ଚୟନ  କମିଟିରେ ସାମିଲ ହେଲେ ବି ଓଡ଼ିଶା କ୍ରିକେଟର  ଭାଗ୍ୟ ବଦଳିବାର ନାହିଁ । କାରଣ ଜାତୀୟ କ୍ରିକେଟ୍‌ରେ (ବିସିସିଆଇ ଘରୋଇ ଟୁର୍ଣ୍ଣାମେଣ୍ଟ)  ଓଡ଼ିଶାର ପ୍ରଦର୍ଶନ ଆଦୌ ଭଲ ନାହିଁ । ଓଡ଼ିଆ  ଖେଳାଳିମାନେ ସେମିତି ପ୍ରଭାବଶାଳୀ ପ୍ରଦର୍ଶନ  ଦେବାରେ ବିଫଳ ରହିଛନ୍ତି । ପ୍ରଦର୍ଶନ ନଥିଲେ  କମିଟିର ସଦସ୍ୟମାନେ କେମିତି ଖେଳାଳିଙ୍କ ନାମ  ସୁପାରିସ କରିପାରିବେ । ତେଣୁ ଓଡ଼ିଆ ଖେଳାଳିଙ୍କୁ  ପ୍ରଭାବୀ ପ୍ରଦର୍ଶନ କରିବାକୁ ପଡ଼ିବ । ପୂର୍ବରୁ ଦେବାଶିଷ  ମହାନ୍ତି ଜାତୀୟ ଚୟନ କମିଟିର ସଦସ୍ୟ ଥିଲେ ।  

ନିୟମ ଅନୁସାରେ, ଅବସର ନେବାର ୫  ବର୍ଷ ପରେ ଜଣେ ଖେଳାଳି ଚୟନ କମିଟିର  ସଦସ୍ୟ ହୋଇପାରିବେ । ପ୍ରଜ୍ଞାନ ୨୦୨୦ରୁ ସନ୍ନ୍ୟାସ ନେଇ ଭାଷ୍ୟକାର ଭୂମିକା ନିର୍ବାହ  କରୁଛନ୍ତି । ସେ ୨୪ଟି ଟେଷ୍ଟ ଖେଳି ୧୨୪ଟି ୱିକେଟ୍‌  ହାସଲ କରିଥିଲେ । ସେହିପରି ଦିନିକିଆରେ  ୧୮ଟି ମ୍ୟାଚ୍‌ ଖେଳି ୨୧ଟି ୱିକେଟ୍‌ ପାଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.