ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ବାରବାଟୀରେ କିଙ୍ଗ୍‌ କୋହଲିଙ୍କ ଖେଳିବାକୁ ନେଇ ଆଶଙ୍କାରେ କ୍ରିକେଟ୍ ପ୍ରେମୀ,ପ୍ରଥମଥର ଆସୁଛନ୍ତି ଗିଲ୍‌, ଜୈସ୍ୱାଲ୍‌, ହର୍ଷିତ

Published By : Prameya | February 7, 2025 12:37 PM

କଟକ,୦୭/୦୨ : ଗୁରୁବାର ଭାରତ-ଇଂଲଣ୍ଡ ଦିନିକିଆ ସିରିଜରେ ନାଗପୁରରେ ପ୍ରଥମ ମ୍ୟାଚ୍‌ ଖେଳାଯାଇଥିଲା । ଭେଟେରାନ ବିରାଟ କୋହଲି ଆହତ ହେବା ଯୋଗୁ ଏହି ମ୍ୟାଚ୍‌ ଖେଳିନାହାନ୍ତି । ଏହାକୁ ନେଇ ଆଶଙ୍କାରେ ପଡ଼ିଛନ୍ତି ଓଡ଼ିଶାରେ ଥିବା ବିରାଟ ପ୍ରେମୀ ।  ଆଉ ଦିନକ ପରେ ଦ୍ୱିତୀୟ ଦିନିକିଆ ବାରବାଟୀ  ଷ୍ଟାଡିୟମ୍‌ରେ ଖେଳାଯିବ । ଏଥିରେ କୋହଲି  ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ଯଦି ନଖେଳନ୍ତି ତେବେ ପ୍ରାୟ ୪ବର୍ଷ ପରେ କିଙ୍ଗ୍‌ କୋହଲିଙ୍କ ଖେଳ ଲାଇଭ୍‌ ଦେଖିବାକୁ ସୁଯୋଗ ହାତଛଡ଼ା କରିବେ ପ୍ରଶଂସକ । ଅନ୍ୟପକ୍ଷରେ ନୂଆ ତାରକାଙ୍କ ଉପରେ ବାରବାଟୀ ଦର୍ଶକଙ୍କ ନଜର ରହିବ । ଶୁଭମନ୍‌ ଗିଲ୍‌, ଯଶସ୍ୱୀ ଜୈସ୍ୱାଲ,  ହର୍ଷିତ ରାଣାଙ୍କ ଭଳି ଖେଳାଳି ପ୍ରଥମଥର  ବାରବାଟୀ ପିଚ୍‌କୁ ଓହ୍ଲାଇବାକୁ ଯାଉଛନ୍ତି । 

ବାରବାଟୀରେ ଶେଷଥର ୨୦୧୯ ଡିସେମ୍ବର  ୨୨ ତାରିଖରେ କୋହଲିଙ୍କୁ ଦେଖିବାକୁ ମିଳିଥିଲା ।  ଏହି ମ୍ୟାଚ୍‌ରେ ସେ ଦଳର ଅଧିନାୟକ ଥିଲେ । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଏହି ମ୍ୟାଚରେ  କୋହଲି ଦଳ ପାଇଁ ସର୍ବାଧିକ ୮୫ରନ୍‌ର ପାଳି  ଖେଳିଥିଲେ । ଭାରତ ୪ୱିକେଟରେ ମ୍ୟାଚ ଜିତିଥିଲା । ପରେ ୨୦୨୨ରେ ଜୁନ୍‌ ୧୨ରେ  ଦକ୍ଷିଣଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟିରେ କୋହଲି  ଦଳରେ ନଥିଲେ । ଏବେ ପ୍ରାୟ ୪ ବର୍ଷ ପରେ  ପୁଣିଥରେ କୋହଲିଙ୍କୁ ଦେଖିବାକୁ ସୁଯୋଗ  ରହିଛି । ଚାମ୍ପିଅନ୍ସ ଟ୍ରଫି ପରେ କୋହଲି  ଦିନିକିଆରୁ ଅବସର ନେବାର ଆଶଙ୍କା ରହିଛି।  ତେଣୁ ବାରବାଟୀ ଷ୍ଟାଡିୟମ୍‌ରେ ଏହା ତାଙ୍କର  ଶେଷ ମ୍ୟାଚ ବୋଲି କହିଲେ ଭୁଲ୍‌ ହେବ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.