ନୂଆଦିଲ୍ଲୀ, ୨୦/୨ : ବାଂଲାଦେଶ ଭାରତ ବିପକ୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଗ୍ରୁପ ମୁକାବିଲାରେ ଗୁରୁବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ବାଂଲାଦେଶର ଅଧିନାୟକ ନଜମୂଲ ହୁସେନ ଶାନ୍ତୋ ଟସ୍ ଜିତିବା ପରେ କହିଥିଲେ କି ତାଙ୍କ ଟିମ୍ ବହୁତ ଭଲ ଅଭ୍ୟାସ କରିଛି ଏବଂ ଟିମର ଖେଳାଳୀ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ଲାଗି ବହୁ ଉତ୍ସୁକତା ଅଛନ୍ତି । ଶାନ୍ତୋ କହିଛନ୍ତି କି ତାଙ୍କ ଚୁଡ଼ାନ୍ତ ଏକାଦଶରେ ୩ଦ୍ରୁତ ବୋଲର ଏବଂ ଦୁଇ ସ୍ପିନର ଅଛନ୍ତି । ବାଂଲାଦେଶର ଆରମ୍ଭରେ ହିଁ ଦୁଇ ଓ୍ବିକେଟ ଝଟକା ଲାଗିଛି। ପ୍ରଥମେ ମହମ୍ମଦ ଶାମୀ ପାଳିର ପ୍ରଥମ ଓଭରରେ ସୋମ୍ୟା ସରକାରଙ୍କୁ କୋହଲୀଙ୍କ ଦ୍ବାରା କ୍ୟାଚ୍ କରାଇ ପାଭିଲିୟନ ପଠାଇଥିଲେ ସେହିଭଳି ଦ୍ବିତୀୟ ଏବଂ ହର୍ଷିତ ରାଣା ଅଧିନାୟକ ନଜମୂଲ ହୁସେନ ଶାନ୍ତୋଙ୍କୁ ବିରାଟଙ୍କ ହାତରେ କ୍ୟାଚ୍ କରାଇ ପାଭିଲିୟନ ଫେରାଇଛନ୍ତି ।
ପ୍ରକାଶ ଯେ, ଦ୍ବିତୀୟ ଓଭରରେ ହର୍ଷିତ ଶାନ୍ତୋଙ୍କୁ ବହୁ ବାହାରର ଶର୍ଟ ଅଫ ଫୁଲ୍ ଲେନ୍ଥ ବଲ୍ ପକାଇଥିଲେ । ଯାହା ଉପରେ ବ୍ୟାଟର ଦୁରରୁ ବ୍ୟାଟ୍ ଚଳାଇଥିଲେ, ଡ୍ରାଇଭ୍ ଲାଗି ଯାଇଥିଲେ । କିନ୍ତୁ ବଲ୍ ଏତେମାତ୍ରାରେ ଫୁଲ୍ ନଥିଲା ଏବଂ କଭର ପଏଣ୍ଟରେ ଏକ ସହଜ କ୍ୟାଚ୍ କୋହଲୀ ଧରିଥିଲେ ।
ଶାନ୍ତୋଙ୍କ ସହଜ କ୍ୟାଚ୍ ନେବା ପରେ କୋହଲୀ ବହୁ ଖୁସିଥିବା ନଜର ଆସିଛନ୍ତି । କୋହଲୀ ଏଭଳି ରିଆକ୍ଟ କରିଛନ୍ତି କି ଏହି କ୍ୟାଚ ବହୁତ ସହଜ ଥିଲା । କୋହଲୀ ଚେହେରାରେ ଯେଉଁଭଳି ଅନ୍ଦାଜରେ ଖୁସି ମନାଇଥିଲେ ସେ ଫ୍ୟାନ୍ସଙ୍କୁ ବି ଖୁସି ହେବାର ସୁଯୋଗ ଦେଲେ । ସେହିଭଳି ରୋହିତ ବି କୋହଲୀଙ୍କ ଖୁସିକୁ ଦେଖି ହସୁଥିବା ନଜର ଆସିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।