ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଚୁଆ ପାଣି ପାଇଁ ୪ କିମି ଯାଉଛନ୍ତି ଡୁଗୁଡ଼ାବାସୀ

Published By : Prameya | March 25, 2025 11:47 PM

ଖଜୁରୀପଡ଼ା,  ୨୫ା୩ (ଆପ୍ର):ପିଇବା ପାଣି ପାଇଁ ଚୁଆ ଭରସା । ସ୍ଥିତି କେଉଁ ଉପାନ୍ତ ଅଞ୍ଚଳରନୁହେଁ, ଫୁଲବାଣୀ ସହରରଅନତି ଦୂରରେ ଥିବାଖଜୁରୀପଡ଼ା ବ୍ଲକ୍‌ ବିଲାବାଡ଼ ପଞ୍ଚାୟତ ଡୁଗୁଡ଼ା ଗ୍ରାମରେ । ନଳକୂପ ଅଛି ହେଲେଅଚଳ ।  ଗ୍ରାମବାସୀ ଚୁଆଖୋଳି ସେଥିରୁ ବାହାରୁଥିବା ପାଣିରେ ଶୋଷମେଣ୍ଟାଉଛନ୍ତି ।  ଜଙ୍ଗଲ ଜନ୍ତୁ ଭୟ ରହିଥିବାରୁସନ୍ଧ୍ୟା ପୂର୍ବରୁ ପାଣି ସଂଗ୍ରହ କରିବାକୁ ପଡ଼ୁଛି ।

ବିଲାବାଡ଼ି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଡୁଗୁଡ଼ା ଗାଁ ରୁଗୁଡି ସାହିପଞ୍ଚାୟତ ଠାରୁ ମାତ୍ର ୪ କିମିଦୂରରେ ରହିଛି । ଏହି ଛୋଟିଆ ଗାଁରେ ପ୍ରାୟ ୨୦ରୁ ଅଧିକ ପରିବାରରହୁଛନ୍ତି । ଚୁଆରୁ ପାଣି ସଂଗ୍ରହ ପାଇଁ ଏମାନଙ୍କୁ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯିବାକୁ ପଡ଼େ । ଗାଁରେ ଥିବା ନଳକୂପ ସହିତ ସୋଲାରଟାଙ୍କି ସଂଯୋଗ କରି ପାଣି ବ୍ୟବସ୍ଥା କରାଯାଇଥିଲା । ମାସେ ହେବ ଏହା ଅଚଳ ହୋଇ ରହିଛି । ସକାଳ ହେଲେ ପାଣି ଚିନ୍ତାରେଜୀବନ କଟୁଛି ବୋଲି କହିଛନ୍ତିଗାଁର ଭାନୁମତୀ କହଁର, ସୁଶୀଳାକହଁର, ରଞ୍ଜିତା କହଁର, ଚଞ୍ଚଳାକହଁର ପ୍ରମୂଖ । ଚୂଆର ଦୂଷିତ ପାଣିବ୍ୟବହାର କରି ବିଭିନ୍ନ ରୋଗରେଆକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ । ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁନଳକୂପ ମରାମତି ସମୟରେଭିତରେ ଥିବା ପାଣି ମୋଟର ତଳକୁଖସିଯିବାରୁ ମରାମତି କାମ ହୋଇପାରିଲା ନାହିଁ । ଅତିଶୀଘ୍ର ନଳକୂପମରାମତି କରାଯିବ ବୋଲି ବିଲାବାଡ଼ିସରପଞ୍ଚ ରବୀନ୍ଦ୍ର ଭୁକ୍ତା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.