ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଶୁଖିଲା ପଡିଛି ତଣ୍ଡ୍ରି ଗାଁ ଡ୍ୟାମ, ଦେଖା ଦେଲାଣି ଜଳ ସଙ୍କଟ

Published By : Prameya | March 24, 2025 10:32 PM

ଫିରିଙ୍ଗିଆ, ୨୪।୩ : ବଢୁଛି ଖରା , ତାହା ସହ ବଢୁଛି ଜଳକଷ୍ଟ। ପିଇବା ପାଣି ଟୋପାଏ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ଏଭଳି  ସ୍ଥିତିରେ ଫିରିଙ୍ଗିଆର ବିଭିନ୍ନ ଗାଁକୁ ପାଣି ଯୋଗାଉଥିବା ତଣ୍ଡ୍ରି ଗାଁ ଡ୍ୟାମ ଏବେ ସୁଖୀ ଯାଇଛି ।  ପାଇପ ଦ୍ୱାରା ପାଣି ପାଉଥିବା ଅଧିକାଂଶ ଜନସାଧାରଣ ପାଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି l 

ତଣ୍ଡ୍ରି ଗାଁ ଡ୍ୟାମରୁ ଫିରିଙ୍ଗିଆ ବଜାର, ମେଡିକାଲ, ବନ୍ଧ ସାହି, ବ୍ଲକ କଲୋନୀ, ହାଟ ପଦା ସାହି, ଫିରିଙ୍ଗିଆ ଓଡ଼ିଆ ସାହି, ତଣ୍ଡ୍ରି ଗାଁ, ମାଷ୍ଟର କଲୋନୀ, ଶଶୀପଦର, ପଞ୍ଚାୟତ ମହାବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଫିରିଙ୍ଗିଆ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ନେଡି ପଦର, ମୁଣ୍ଡା ସାହି, ନେଡି ପଦର ଭଳି ବିଭିନ୍ନ ଗାଁକୁ ଡ୍ୟାମରେ ୫ ଟି ମୋଟର ସଂଯୋଗ ସହ ମାଳ ମାଳ ପାଇପ ବିଛାଇ ଜଳ ଯୋଗାଣ କରାଯାଉଛି l   ଡ୍ୟାମରେ ଆବଶ୍ୟକ ମୁତାବକ ପାଣିର ଉତ୍ସ ନଥିବା ବେଳେ କେବଳ ବର୍ଷା ଦିନର ଗଚ୍ଛିତ ପାଣିରେ ସମ୍ପୂର୍ଣ୍ଣ ଏହି ଅଞ୍ଚଳଗୁଡିକୁ ପାଣି ଯୋଗାଣ ହେଉଛି l 

ଚଳିତ ବର୍ଷ ଠାରୁ ଡ୍ୟାମର ପାଣି ସୁଖୀ ଯାଇ ଖୋଳା ଯାଇଥିବା କୂପ ଠାରୁ ବହୁ ଦୂର ପର୍ଯ୍ୟନ୍ତ ପାଣି ସୁଖୀ ଯାଇଥିବାରୁ ଠିକ ଭାବରେ କୂପରେ ମଧ୍ୟ ପାଣି ଭରି ହୋଇ ପାରୁ ନାହିଁ । ଯାହାକୁ ନେଇଁ ଚଳିତ ବର୍ଷ ଖରା ଆଉ ୨ ରୁ ୩ ମାସ ପର୍ଯ୍ୟନ୍ତ ଥିବା ବେଳେ ପାଣି ପାଇଁ ଅନିଶ୍ଚିତତା ଦେଖା ଦେଇଛି l  ଏବେ ଠାରୁ କେଉଁଠିକି ପାଣି ଯାଉଛି ତ କିଛି ସାହିରେ ପାଣି ମିଳି ପାରୁନାହିଁ l ଯେଉଁମାନେ ପାଣି ଛାଡ଼ୁଛନ୍ତି ତାଙ୍କୁ କିଛି ଲୋକେ ଗାଳି ମନ୍ଦ କରୁଥିବା ଭଳି ପରିସ୍ଥିତି ଉପୁଜୁଛି l ଫିରିଙ୍ଗିଆର ବିଭିନ୍ନ ଅଞ୍ଚଳକୁ ପାଣି ପହଞ୍ଚି ପାରୁ ନାହିଁ l 

ତୁରନ୍ତ ଆଗାମୀ ଦିନର ପାଣି ସମସ୍ୟାକୁ ଗୁରୁତ୍ୱ ଦେଇ ପ୍ରଶାସନ ତରଫରୁ ବ୍ୟବସ୍ଥା ନ କଲେ ଫିରିଙ୍ଗିଆ ଅଞ୍ଚଳରେ ସମ୍ପୂର୍ଣ୍ଣ ଜଳ ସଙ୍କଟ ଦେଖା ଦେବ।  ଜନସାଧାରଣ ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି  ଅନୁମାନ କରାଯାଉଛି l ପୂର୍ବରୁ ପାଣି ପାଇଁ ଏଭଳି ପରିସ୍ଥିତି ଉପୁଜିଥିଲା।  ବ୍ଲକ ପ୍ରଶାସନ ଏବଂ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଫିରିଙ୍ଗିଆ ଅଞ୍ଚଳବାସୀଙ୍କ ତରଫରୁ ତଣ୍ଡ୍ରି ଗାଁ ଡ୍ୟାମ ବ୍ୟତୀତ ସିଟିକା ପଟିଗାଁରେ ଥିବା ନାଳ ଏବଂ ଭେଣ୍ଡରା ପାଲୀ ନାଳ ଠାରେ ଫିରିଙ୍ଗିଆ ଅଞ୍ଚଳକୁ ପାଣି ଯୋଗାଇ ବାକୁ ପାଣି ଟାଙ୍କି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ । ପ୍ରଶାସନ କୌଣସି ଗୁରୁତ୍ୱ ଦେଇ ନଥିବାରୁ ଏଭଳି ଜଳ ସଙ୍କଟ ପ୍ରତି ବର୍ଷ ଦେଖାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l 

ଏ ନେଇ  କନିଷ୍ଠ ଯନ୍ତ୍ରୀ ସମ୍ବାରିଆ ବେହେରାଙ୍କୁ ପଚାରିବାରୁ ନିଜେ ଯାଇ ପରିସ୍ଥିତି ଦେଖିଛି। ଚଳିତ ବର୍ଷ ଅଧିକ ପାଣି ସମସ୍ୟା ଦେଖାଦେବ ତେଣୁ ପାଣି ପାଇଁ ଲୋକଙ୍କ ସମସ୍ୟାକୁ ଦେଖି କିଭଳି ପାଣି ପାଇପାରିବେ ସେ ନେଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.