ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ସନ୍ଦେହ ଘେରରେ ହୋଟେଲ କାରିଗରଙ୍କ ମୃତ୍ୟୁ

Published By : Prameya | March 24, 2025 7:14 PM

ଫିରିଙ୍ଗିଆ,୨୪/୦୩ ; କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରର ଇନ୍ଦିରା ଗାନ୍ଧୀ ଛକ ନିକଟରେ ଥିବା  ବରାଳ ଦେବୀ ହୋଟେଲରେ କାର୍ଯ୍ୟରତ ଜଣେ କାରିଗରଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି।ଏହାକୁ ନେଇ ସାରା ଫିରିଙ୍ଗିଆ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି I ମୃତକ ଜଣକ ନୟାଗଡ଼ ଜିଲ୍ଲା ଵାଣିଗୋଚ୍ଛା ଥାନା କୁଲୁରକୁମ୍ପା   ତଳବିଦା ଗାଁ ର ସୁଶାନ୍ତ କହଁର।ବରାଳ ଦେବି  ହୋଟେଲରେ  ସେ ଦୀର୍ଘ ପନ୍ଦର ବର୍ଷ ଧରି ମୁଖ୍ୟ କାରିଗର ଭାବରେ କାର୍ଯ୍ୟ କରିଆସୁଥିଲେ I 

ସୂଚନା ଅନୁସାରେ ମୃତକ ଜଣକ ରବିବାର ହୋଟେଲ ର ସମସ୍ତ କାମ୍ ସାରି ତାଙ୍କ ସହଯୋଗୀ ମାନଙ୍କ ସହ ହୋଟେଲରେ ଶୋଇଥିଲେ। ସକାଳୁ ସମସ୍ତେ ଠିକ ସମୟରେ ଉଠିଥିବା ବେଳେ ସେ ଶୋଇ ରହିଥିଲେ I ତାଙ୍କୁ ତାଙ୍କର ସହଯୋଗୀମାନେ ଉଠେଇ ଥିଲେ ମଧ୍ୟ୍ୟ ସେ ଉଠିନଥିଲେ I  ମାଲିକ ବାଳକୃଷ୍ଣ ଜୁଣ୍ଡି   ହୋଟେଲରେ କାମ କରୁଥିବା ଅନ୍ୟ କର୍ମଚାରୀମାନଙ୍କ ସାଙ୍ଗରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ I କିନ୍ତୁ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ବେଳେ ତାଙ୍କ ସାନ ଭାଇ ସୁକାନ୍ତ କହଁର ଫିରିଙ୍ଗିଆ ଥାନାରେ ଏକ ଲିଖିତ ଏତଲା ଦେବାପରେ ପୋଲିସ ମେଡିକାଲ ରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠେଇ ଦେଇଛି I ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ  ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରି ରଖିଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.