ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଫୁଲବାଣୀ ବାର୍ ଆସୋସିଏସନ ନିର୍ବାଚନ : ଚନ୍ଦ୍ରଶେଖର ସଭାପତି, ବୀରେନ୍ଦ୍ର ସମ୍ପାଦକ

Published By : Prameya | March 29, 2025 7:07 PM

 ଫୁଲବାଣୀ, ୨୯।୩ :  ଫୁଲବାଣୀ ବାର୍  ଆସୋସିଏସନର ନିର୍ବାଚନ ଶେଷ ହୋଇଛି । ସଭାପତି ଭାବେ ଚନ୍ଦ୍ରଶେଖର ପରିଡା ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ଦିଲ୍ଲୀପ କୁମାର ବାନାର୍ଜୀ, ସମ୍ପାଦକ ଭାବେ ବୀରେନ୍ଦ୍ର କୁମାର ସୁବୁଦ୍ଧି, ଯୁଗ୍ମ ସମ୍ପାଦକ ଭାବେ ତୁଷାର କାନ୍ତ ନାୟକ, କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସେନାପତି ଓ ଲାଇବ୍ରେରୀ ସମ୍ପାଦକ ଭାବେ ନମିତା ସାହୁ ନିର୍ବାଚିତ ହୋଇଛନ୍ତି । 

ସେହିପରି କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ବିଜୟ କୁମାର ମହାନ୍ତି, ଶିବ ପ୍ରସାଦ ତ୍ରିପାଠୀ, ଭି.ଭି ରାମଦାସ, ଦୁର୍ଗା ଶଙ୍କର ପଟ୍ଟନାୟକ, ନରେଶ କୁମାର ପାଢୀ, ବୀଣାପାଣି ପ୍ରଧାନ ଓ ପ୍ରତାପ କୁମାର ବେହେରା ମନୋନୀତ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ବିଶ୍ବଜିତ ପଟ୍ଟନାୟକ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ନବ ନିର୍ବାଚିତ ପଦାଧିକାରୀମାନଙ୍କୁ ବାର ସଦସ୍ୟ ମାନଙ୍କ ତରଫରୁ ଅଭିନନ୍ଦନ ଜଣାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.