ଭୁବନେଶ୍ଵର, ୧୩/୦୯ : ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ବାରିପଦା ପିଏଚ୍ ଡିଭିଜନର ସହକାରୀ ଯନ୍ତ୍ରୀ ବାଣେଶ୍ଵର ନାଏକଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍ ହୋଇଛି। ବଡ଼ସାହି ସ୍ଥିତ ପୈତୃକ ଘର, ଅଫିସ୍, ମାଣତ୍ରୀ ସମ୍ପର୍କୀୟଙ୍କ ଘରେ ରେଡ୍ ହୋଇଛି।
ସୂଚନାନୁଯାୟୀ, ଏହି ଚଢାଉରେ ୨ ଜଣ ଆଡିସନାଲ ଏସପି, ୩ ଡିଏସପି, ୭ ଇନ୍ସପେକ୍ଟର, ଜଣେ ଏସଆଇ, ୭ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।