ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ପାଞ୍ଜିର ପୂର୍ବାନୁମାନ : ନଭେମ୍ବରରେ ପୁରୀ ସମେତ ୩ ଜିଲ୍ଲାକୁ ବାତ୍ୟା, ଭୂକମ୍ପ ଭୟ

Published By : Rasmita Pradhan | October 30, 2024 12:59 PM

ପୁରୀ, ୩୦/୧୦ : ନଭେମ୍ବରରେ ପୁଣି ବାତ୍ୟା ସହିତ ଭୂମିକମ୍ପ ଭୟ । ପାଞ୍ଜିରେ ହୋଇଥିବା ପୂର୍ବାନୁମାନ ଏହି ଭୟ ସଂଚାର କରିଛି । ବାତ୍ୟା ଦାନାର ପ୍ରଭାବ ପଡ଼ିବା ନେଇ ପାଞ୍ଜିର ପୂର୍ବାନୁମାନ ମେଳ ଖାଇବା ପରେ ଏନେଇ ନଭେମ୍ବରରେ ବାତ୍ୟା ଓ ଭୂକମ୍ପ ପୂର୍ବାନୁମାନ ପୁଣି ଚର୍ଚ୍ଚାର ବିଷୟ ହୋଇଛି । ଅସଲି ଖଡ଼ିରତ୍ନ ପଞ୍ଜିକା ଓ ପଠାଣୀ ସାମନ୍ତ ପଞ୍ଜିକା ପୂର୍ବାନୁମାନ ଅନୁଯାୟୀ ରାଜ୍ୟର ଉପକୂଳ ଜିଲ୍ଲା ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, କାକଟପୁର, ନିଆଳି, ଯାଜପୁର, ନୟାଗଡ଼ରେ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ନଭେମ୍ବର ୫ରୁ ୯ ତାରିଖ ମଧ୍ୟରେ ଏବଂ ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ସାମୁଦ୍ରିକ ଝଡ଼, ଲଘୁଚାପ, ବନ୍ୟା ବିତ୍ପାତ, ବାତ୍ୟା ସହ ସ୍ଖଳନ ଓ ଭୂମିକମ୍ପ ଯୋଗୁ ବହୁ ଧନଜୀବନ ପ୍ରଭାବିତ ହେବ ବୋଲି ଏଥିରେ ପୂର୍ବାନୁମାନ ହୋଇଛି । 

ସେହିପରି ନଭେମ୍ବର ମାସରେ ରାଜନୀତି କ୍ଷେତ୍ରକୁ ନେଇ ବଡ଼ ଭବିଷ୍ୟବାଣୀ ରହିଛି । ଏହି ମାସରେ ରାଜନୀତି କ୍ଷେତ୍ରରେ ଅଶାନ୍ତି ଦେଖାଦେବ । ଶାସକ ବିରୋଧୀ ବାଦବିବାଦ ଉଗ୍ରରୂପ ନେବ । ନେତୃତ୍ୱରେ ପରିବର୍ତ୍ତନ ଘଟିପାରେ । ଦକ୍ଷିଣ ପଶ୍ଚିମ ତଥା ପୂର୍ବ ଭାଗରେ ରାଜ୍ୟ ଶାସନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ମୁସଲମାନ ରାଷ୍ଟ୍ରରେ ଅଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ଉଗ୍ରରୂପ ନେବ । ରାଷ୍ଟ୍ରମାନଙ୍କ ମଧ୍ୟ ତିକ୍ତତା ବୃଦ୍ଧି ତଥା ଯୁଦ୍ଧ ପରିସ୍ଥିତି ଉପୁଜିବ । ତୈଳ ତଥା ଇନ୍ଧନ ଦରବୃଦ୍ଧି ଦ୍ୱାରା ଜନସାଧାରଣରେ ଅସନ୍ତୋଷ ଦେଖାଦେବ ବୋଲି ପାଞ୍ଜିରୁ ଜଣାପଡ଼ୁଛି । ଗୋଟିଏ ପଟେ ବର୍ତ୍ତମାନ ଦେଶର ଦୁଇ ବଡ଼ମେଣ୍ଟ ଭିତରେ କନ୍ଦଳ ବଢ଼ୁଥିବା ବେଳେ ଅନ୍ୟପଟେ ମୁସଲମାନ ରାଷ୍ଟ୍ର ଇରାନ-ଇସ୍ରାଇଲ, ରୁଷ-ୟୁକ୍ରେନ୍‌ ଯୁଦ୍ଧ ବଢ଼ିବା ମଧ୍ୟପ୍ରାଚ୍ୟରେ ଚତୁର୍ଥ ବିଶ୍ୱଯୁଦ୍ଧ ଆଶଙ୍କାକୁ ବଢ଼ାଇଛି । ଯାହା ପାଞ୍ଜିର ପୂର୍ବାନୁମାନକୁ ଅଧିକ ମଜଭୂତ କରିଛି । ତେଣୁ ପାଞ୍ଜିର ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚାର ବିଷୟ ହୋଇଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.