ପ୍ରମୂଖ ଖବର
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ରେଭେନ୍ସା ଛାତ୍ରୀ, ମହିଳା କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା, ଅପରାହ୍ଣ ସାଢ଼େ ୫ଟା ପରେ କ୍ୟାମ୍ପସ୍‌ ମନା
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ରଙ୍ଗାରେଡ୍ଡୀରେ ଟ୍ରକ୍ ପଛରେ ପିଟିହେଲା କାର୍‌, ଚାଲିଗଲା ୪ ଜୀବନ

Published By : Ankita S | July 18, 2025 10:49 AM

ହାଇଦ୍ରାବାଦ,୧୮/୦୭: ତେଲେଙ୍ଗାନା ରଙ୍ଗାରେଡ୍ଡୀରେ ଏକ ଭୀଷଣ ସଡ଼କ ଦୁର୍ଘଟଣା ହୋଇଛି । ରଙ୍ଗାରେଡ୍ଡୀ ଜିଲ୍ଲା ବେଙ୍ଗାଲୁରୁ ଗେଟ୍‌ ନିକଟରେ କାର୍‌ ଓ ଟ୍ରକ ଧକ୍କା ହୋଇ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ୪ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ପୁଲିସ । ଦୁର୍ଘଟଣାରେ ଅଦିବାତଲା ପୁଲିସ ମାମଲା ରୁଜ୍ଜୁ କରିଛି ।

ପୁଲିସ ସୂଚନା ଅନୁସାରେ, ଦୁର୍ଘଟଣା ଶୁକ୍ରବାର ଭୋର ପ୍ରାୟ ୩.୨୬ ସମୟରେ ପେଡ୍ଡା ଆମ୍ବରପେଟ୍ ଏବଂ ବୋଙ୍ଗୁଲୁରୁ ମଧ୍ୟରେ ପିଲର ନମ୍ବର ୧୦୮ ନିକଟରେ ଘଟିଥିଲା । ୪ ଜଣ ଏକ ଲାଲ ରଙ୍ଗର କାର୍ (ଟିଏସ୍‌ ୦୭ ଏଚ୍‌ଡବ୍ଲୁ)ରେ ପେଡ୍ଡା ଆମ୍ବରପେଟ୍ ରୁ ବୋଙ୍ଗୁଲୁରୁ ଅଭିମୁଖେ ଯାତ୍ରା କରୁଥିଲା । କାର୍‌ଟି ଏକ ଟ୍ରକ ପଛପଟେ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସା କରାଯାଇ ବିଏନ୍‌ ରେଡ୍ଡୀ ନଗରର ନୀଳାଦ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ''

କାର୍‌ ଭଗ୍ନାବଶେଷ ଭିତରେ ୪ଜଣ ଚାପି ହୋଇ ରହିଥିଲେ । ଦୁର୍ଘଟଣାର ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ମୃତଦେହ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣାସ୍ଥଳରୁ ଟ୍ରକ ଚମ୍ପଟ ମାରିଥିଲା । ଗାଡିର ସନ୍ଧାନ ଜାରି ରହିଛି । ପୁଲିସ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.