ପ୍ରମୂଖ ଖବର
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ପାକିସ୍ତାନ ସମର୍ଥିତ TRFକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା; ପହଲଗାମ ନରସଂହାର ପାଇଁ କଲା ଦାୟୀ

Published By : Ankita S | July 18, 2025 7:52 AM

ନୂଆଦିଲ୍ଲୀ,୧୮/୦୭: ପାକିସ୍ତାନ ସମର୍ଥିତ ଟିଆରଏଫ୍‌କୁ ଆତଙ୍କବାଦୀ ସଂଗଠନ ଘୋଷଣା । ଟିଆରଏଫ୍‌ ଆର୍ଥାତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟକୁ ଆତଙ୍କୀ ସଂଗଠନ କହିଛି ଆମେରିକା । ଟିଆରଏଫ୍‌ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ । ପହଲଗାମ ଆକ୍ରମଣ ପାଇଁ ଟିଆରଏଫ୍‌କୁ ଦାୟୀ କରିଛି ପେଣ୍ଟାଗନ୍ । ଲସ୍କର-ଏ-ତଇବାର ଶାଖା ସଂଗଠନ ହେଉଛି ଟିଆରଏଫ୍ । 

ଆତଙ୍କୀ ସମୂହ ଲସ୍କର-ଏ-ତଇବାର ମୁଖା ପିନ୍ଧା ସଂଗଠନ ହେଉଛି ଟିଆର୍‌ଏଫ । ଏହି ସଂଗଠନ ଜମ୍ମୁକାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ଘଟାଇଥାଏ । ପହଲଗାମର ବୈସରନ ଘାଟିରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ଟିଆରଏଫ୍‌ । ଯେଉଁଥିରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ୨୬ ନୀରିହ ଜୀବନ ନେଇଥିଲେ । ପହଲଗାମ ହମଲା ପାଇଁ ନିଜକୁ ଦାୟୀ କରିଥିବା ପାକ୍‌ ସମର୍ଥିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟକୁ ଆମେରିକା ବିଦେଶୀ ଆତଙ୍କୀ ସଂଗଠନ ଘୋଷଣା କରିଛି । ଟିଆରଏଫ୍‌କୁ ଆତଙ୍କୀ ସଂଗଠନ ଘୋଷଣା ଭାରତ ପାଇଁ ଏକ କୂଟନୈତିକ ବିଜୟ ହୋଇଛି । 

ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ''ଟିଆରଏଫ୍‌ ଏକ ପାକିସ୍ତାନ ସମର୍ଥିତ ଲସ୍କର-ଏ-ତଇବାର ପ୍ରସ୍କି । ପ୍ରଥମେ ୟୁଏନ୍ ଦ୍ୱାରା ଏହାକୁ ଆତଙ୍କୀ ସଂଗଠନ ଘୋଷଣା କରାଯାଇଥିଲା । ଆଇଏଲଏ ଧାରା ୨୧୯ ଆଧାରରେ ଆଇଏନଏ ଏବଂ କାର୍ଯ୍ୟନିର୍ବାହୀ ଆଦେଶ ୧୩୨୨୪ ଅନୁସାରେ ଟିଆରଏଫକୁ ଆତଙ୍କୀ ସଂଗଠନ ଘୋଷଣା ହୋଇଛି । ଟିଆରଏଫ୍ ପହଲଗାମରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ଯେଉଁଥିରେ ୨୬ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ୨୦୦୮ରେ ଲସ୍କର ଦ୍ୱାରା ହୋଇଥିବା ମୁମ୍ବାଇ ହମଲା ପରେ ଭାରତୀୟଙ୍କ ଉପରେ ଏହାଥିଲା ସବୁଠୁ ବଡ଼ ହମଲା । ଭାରତୀୟ ସୁରକ୍ଷାବଳଙ୍କ ଉପରେ ହୋଇଥିବା ଅନେକ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଟିଆରଏଫ୍ । ଏହି ଘୋଷଣା ଦ୍ୱାରା ଟିଆରଏଫର ଆର୍ଥିକ ଏବଂ ଯାତ୍ରା ସମ୍ବଳ ଉପରେ ଆମେରିକାର କଟକଣା ଲାଗୁ ହେବ । ଏହାକୁ ବୈଶ୍ୱିକ ସ୍ତରରେ ଆତଙ୍କବାଦ ପ୍ରାୟୋଜକ ଘୋଷଣା କରାଯିବ।''

ଲସ୍କର-ଏ-ତଇବା ର ପ୍ରକ୍ସି ଟିଆରଏଫ୍‌- ଭାରତ ଏବଂ ବିଶ୍ୱ ଗୁଇନ୍ଦା ଦସ୍ତାବିଜରେ ଲସ୍କର-ଏ-ତଇବାର ପ୍ରସ୍କି ହେଉଛି ଟିଆରଏଫ୍ । ବିଗତ ବର୍ଷଗୁଡ଼ିକରେ କାଶ୍ମୀରରେ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀ ଉପରେ ଅନେକ ଆକ୍ରମଣ କରିଛି । ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପ ପାଣ୍ଠିର ଉତ୍ସ ଏବଂ TRF ପାଇଁ ଯେକୌଣସି ଆମେରିକୀୟ କିମ୍ବା ଅନ୍ତର୍ଜାତୀୟ ସହଯୋଗକୁ ବନ୍ଦ କରିବ । ଆମେରିକାର ଏହି ପଦକ୍ଷେପ ଦୁଇ ଦେଶର ସହଭାଗୀ ସୁରକ୍ଷା ସହଯୋଗକୁ ଆହୁରି ମଜବୁତ କରିବ ।

୨୦୧୯ରେ ସ୍ଥାପନ ହୋଇଥିଲା ଟିଆରଏଫ୍‌- ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଇବା (LeT)ର ଏକ ଶାଖା ହେଉଛି ଟିଆରଏଫ୍ । ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ପରେ ଏହି ସଂଗଠନ ଗଠନ ହୋଇଥିବା ଜଣାପଡ଼ିଛି । ଏହା ପରେ, ଏହା ନିଜକୁ ଏକ ସ୍ଥାନୀୟ କାଶ୍ମୀର ପ୍ରତିରୋଧ ଆନ୍ଦୋଳନ ଭାବରେ ଉପସ୍ଥାପନ କରିଥିଲା । ତଥାପି, ଏହି ସଂଗଠନ ଲସ୍କର ପାଇଁ କାମ କରୁଥାଏ । 

ଜାନୁଆରୀ ୨୦୨୩ରେ, ଭାରତ ସରକାର ଏହାକୁ ବ୍ୟାନ୍‌ କରିଥିଲେ । ଏହାର ପ୍ରମୁଖ ନେତା ଶେଖ ସଜ୍ଜାଦ ଗୁଲକୁ ଆତଙ୍କବାଦୀ ଘୋଷଣା କରିଥିଲେ। ଟିଆରଏଫ୍‌ ସାଧାରଣ ନାଗରିକ, ଧାର୍ମିକ ସଂଖ୍ୟାଲଘୁ ଏବଂ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥାଏ । ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଚୋରା ଚାଲାଣ, ସୀମାପାର ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ନିଯୁକ୍ତି ଅଭିଯାନ ଚଲାଇବା, ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ପ୍ରଚାର କରିବା ତାର କାମ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.