ନୂଆଦିଲ୍ଲୀ: ଦୀପାବଳିକୁ ଆଲୋକ ଏବଂ ଖୁସିର ପର୍ବ ଭାବରେ ବିବେଚନା କରାଯାଏ। ଏହି ଦିନ ମିଠାର ଏକ ବିଶେଷ ମହତ୍ବ ରହିଥାଏ । ଏହି ମହାନ ପର୍ବ ଅବସରରେ ମିଠା ଦେଇ ସମସ୍ତେ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି । ଦୀପାବଳି ପାଇଁ ବଜାରରେ ବିଭିନ୍ନ ପ୍ରକାରର ମିଠା ପ୍ରସ୍ତୁତ ହୋଇଥାଏ, ଯାହାକି ନିଜ ବଜେଟ ଏବଂ ପସନ୍ଦ ଅନୁଯାୟୀ ଲୋକମାନେ କିଣିଥାନ୍ତି। ସାଧାରଣତଃ ସାଧାରଣ ମିଠା କିଲୋଗ୍ରାମ ପାଇଁ ୪ ଶହରୁ ୫ଶହ ଟଙ୍କାରେ ଉପଲବ୍ଧ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଭାରତରେ ସବୁଠାରୁ ମହଙ୍ଗା ମିଠା କ’ଣ ? ଯାହା ପାଇଁ ଆପଣଙ୍କୁ ଏକ କିଲୋ କିଣିବା ପାଇଁ ଆପଣଙ୍କ ଅଳଙ୍କାର ମଧ୍ୟ ବିକ୍ରି କରିବାକୁ ପଡିପାରେ ।
ତେବେ ଭାରତର ଏହି ମହଙ୍ଗା ମିଠାର ନାମ ହେଉଛି 'ଏକ୍ସୋଟିକ' । ଏହାର ଦାମ୍ ଏବଂ ପ୍ରସ୍ତୁତିର ବିଶେଷ ପଦ୍ଧତି ହେତୁ ଏହି ମିଠା ସାରା ଦେଶରେ ପ୍ରସିଦ୍ଧ । ଏହି ମିଠା ସମଗ୍ର ଦେଶରେ କେବଳ ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇଥାଏ ଏବଂ ତାହା ହେଉଛି ୟୁପିର ରାଜଧାନୀ ଲକ୍ଷ୍ନୌ । ଲକ୍ଷ୍ନୌର ସଦର କାଣ୍ଟରେ 'ଛପନ ଭୋଗ' ନାମକ ଏକ ଦୋକାନ ଅଛି, ଯେଉଁଠାରେ ଆପଣ ଏହି ସ୍ୱାଦିଷ୍ଟ ମିଠା କିଣି ପାରିବେ ।
ଏବେ ଏହି ମିଠାର ମୂଲ୍ୟ ବିଷୟରେ ଆଲୋଚନା କରିବା । ଏହି ମିଠାର ମୂଲ୍ୟ କିଲୋଗ୍ରାମ ପାଇଁ ୫୬ ହଜାର ଟଙ୍କା । ଆପଣ ଏହି ମୂଲ୍ୟରେ ଅଧା କିଲୋ ରୂପା କିମ୍ବା ପ୍ରାୟ ୧୦ ତୋଳା ସୁନା କିଣି ପାରିବେ । ଏତେ ମହଙ୍ଗା ସତ୍ତ୍ବେ ଏହି ମିଠା ବହୁତ ଚାହିଦା । ଯେତେବେଳେ କୌଣସି ଧନୀ ବ୍ୟକ୍ତି କିମ୍ବା ବିଦେଶୀ ଲକ୍ଷ୍ନୌକୁ ଆସନ୍ତି, ସେ ଏହି ମିଠା ନେବାକୁ ଚେଷ୍ଟା କରନ୍ତି ।
ଏବେ ଆସନ୍ତୁ ଜାଣିବା 'ଏକ୍ସୋଟିକ' ମିଠା ର ବିଶେଷତା ବିଷୟରେ । ବାସ୍ତବରେ, ଏହି ମିଠା ମହଙ୍ଗା ହେବାର କାରଣ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଡ୍ରାଏ ଫ୍ରୁଟ୍ସ। ଏହି ମିଠା ତିଆରି କରିବା ପାଇଁ ଆଫଗାନିସ୍ତାନରୁ ପିସ୍ତା, ତୁର୍କୀରୁ ହାଜେଲନଟ୍, ଇରାନରୁ ମମ୍ରା ବାଦାମ, ଆମେରିକାର ବ୍ଲୁବେରି, କିନ୍ନୌରରୁ ପାଇନ୍ ବାଦାମ ଏବଂ ଦକ୍ଷିଣ ଆଫ୍ରିକାର ମାକାଡାମିଆ ନଟ୍ ସାମିଲ୍ କରାଯାଏ । ଏହା ସହିତ, ୨୪ କ୍ୟାରେଟ୍ ସୁନା ମଧ୍ୟ ଗ୍ରାଇଣ୍ଡଙ୍ଗ୍ ହୋଇ ସେଥିରେ ମିଶାଯାଏ |
କୁହାଯାଏ ଏହି ମିଠାର ଏକ କିଲୋଗ୍ରାମ ବାକ୍ସରେ ୧୦୦ ଖଣ୍ଡ ରହିଥାଏ । ଗୋଟିଏ ଖଣ୍ଡର ଓଜନ ୧୦ ଗ୍ରାମ । 'ଏକ୍ସୋଟିକ' ମିଠା ପ୍ରଥମେ ୨୦୦୯ ମସିହାରେ ସୃଷ୍ଟି ହୋଇଥିଲା । ଏହାକୁ ଲୋକପ୍ରିୟ କରିବା ପାଇଁ ମିଠା ନାମକୁ କିଛି ଅଲଗା ଏବଂ ଅନନ୍ୟ ରଖାଯାଇଥିଲା । ସେବେଠାରୁ ଏହାର ଚାହିଦା ଧୀରେ ଧୀରେ ବୃଦ୍ଧି ପାଇଲା ।