ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ଉଚ୍ଚଶିକ୍ଷା ବିଭାଗରେ ଅଚଳାବସ୍ଥା, ୭ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି କୁଳପତି ପଦ

Published By : Prameya | March 22, 2025 12:50 PM

ଭୁବନେଶ୍ୱର,୨୨/୦୩: ରାଜ୍ୟର ୭ ବିଶ୍ୱବିଦ୍ୟାଳୟରେ କୁଳପତି  ନାହାନ୍ତି । ଏହି ବିଶ୍ୱବିଦ୍ୟାଳୟ ଗୁଡିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ, ମହାରାଜା  ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ  କଳାହାଣ୍ଡିସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ । ଦୀର୍ଘ ଦିନ ଧରି ଏହି  କୁଳପତି ପଦବିଗୁଡିକ ଖାଲିପଡିଛି । କାମଚଳାରେ ପ୍ରଶାସନିକ କାର୍ଯ୍ୟଠାରୁ ନେଇ ଅନ୍ୟାନ୍ୟ ଶୈକ୍ଷିକ କାର୍ଯ୍ୟକ୍ରମ ଚାଲିଛି । ସେହିପରି ଉଚ୍ଚଶିକ୍ଷା ବିଭାଗ  ଅଧୀନ ୧୭ଟି ବିଶ୍ୱବିଦ୍ୟାଳୟରେ ୧୩୫୩ ଅଧ୍ୟାପକ ନାହାନ୍ତି । ଏଠାରେ  ମଞ୍ଜୁରିପ୍ରାପ୍ତ ୨୦୨୭ଟି ଅଧ୍ୟାପକ ପଦବି ଥିବା ବେଳେ ସେଥିମଧ୍ୟରୁ ମାତ୍ର ୬୭୪ଟି ପଦବିରେ ଅଧ୍ୟାପକ/ଅଧ୍ୟାପିକା କାର୍ଯ୍ୟ କରୁଛନ୍ତି । ବିଶ୍ୱବିଦ୍ୟାଳୟର  ବିଭିନ୍ନ ବିଭାଗରେ ମୋଟ ୨୮୭୯ ଅଣଶିକ୍ଷକ କର୍ମଚାରୀ ପଦବି ରହିଛି ।  ସେଥିମଧ୍ୟରୁ ୭୯୮ଟି ପଦବି ପୂରଣ ଥିବା ବେଳେ ୨୦୮୧ଟି ପଦବି ଖାଲିଅଛି ।  

ରାଜ୍ୟରେ ଏବେ ୬୬ଟି ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ରହିଛି । ସେଥିମଧ୍ୟରୁ  କେବଳ ଭୁବନେଶ୍ୱରସ୍ଥିତ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିୟମିତ  ଅଧ୍ୟକ୍ଷ ନାହାନ୍ତି । ସରକାରୀ ଡିଗ୍ରୀ ମହାବିଦ୍ୟାଳୟଗୁଡିକରେ ମୋଟ ୨୪୦୭ ଗୋଟି  ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବି ଥିବା ବେଳେ ଏଥିମଧ୍ୟରୁ ୪୩୬ ଅଧ୍ୟାପକ  ପଦବି ଖାଲିପଡିଛି । ସମସ୍ତ ମହାବିଦ୍ୟାଳୟରେ ମୋଟ ୧୭୧୧ଟି ଅଣଶୈକ୍ଷିକ ମଞ୍ଜୁରୀପ୍ରାପ୍ତ ପଦବି ରହିଥିବା ବେଳେ ୭୩୧ଟି ପଦବି ଖାଲିରହିଛି । ରାଜ୍ୟରେ  ରହିଥିବା ୪୮୮ ବର୍ଗର ପୂର୍ଣ୍ଣ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟରେ ୮୩୨ଟି  ଅଧ୍ୟାପକ ପଦବି ଓ ୩୯୮୨ ଅଣଶିକ୍ଷକ ପଦବି ମଧ୍ୟ ଖାଲିପଡିଛି । ତେବେ  ଉଚ୍ଚଶିକ୍ଷା ବିଭାଗ ଅଧୀନ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ  ନିୟମିତ ଅଧ୍ୟକ୍ଷ ପଦବି ନାହିଁ ବୋଲି ଶୁକ୍ରବାର ବିଧାନସଭାରେ ଟଙ୍କଧର  ତ୍ରିପାଠୀଙ୍କ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.