ଭୁବନେଶ୍ୱର,୨୫/୦୩: ଆସନ୍ତା ୩ ଦିନରେ ଦିନ ତାପମାତ୍ରା ୫  ଡିଗ୍ରୀ ବଢ଼ିଯିବ । କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟର ବହୁ ସ୍ଥାନରେ ବର୍ଷା ହେଉଥିଲା । ଏଥିପାଇଁ ଖରାରୁ ଆଶ୍ୱସ୍ତି ମିଳୁଥିଲା । ଏବେ କାଳବୈଶାଖୀ ପ୍ରଭାବ କମିବା ପରେ ତାତି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ଆସନ୍ତା ତିନି ଦିନରେ ଦିନ ତାପମାତ୍ରା କ୍ରମଶଃ ୩ରୁ ୫ ଡିଗ୍ରୀ ବଢ଼ିବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି । ସେହିଭଳି ରାତି ତାପମାତ୍ରା ବି ୨ରୁ ୪  ଡିଗ୍ରୀ ବଢ଼ିପାରେ । ରାଜଧାନୀ ଭୁବନେଶ୍ୱର, କଟକ, ବଲାଙ୍ଗୀରରେ ବର୍ଷା  ହୋଇଛି । ସୋମବାର ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୬.୮ ଡିଗ୍ରୀ ଥିଲା ।