ବାରଙ୍ଗ, ୨୫/୦୩: ଆଜିଠୁ ନନ୍ଦନକାନନ ପ୍ରାଣୀଉଦ୍ୟାନରେ  ଅସ୍ଥାୟୀ (ଆଉଟ୍‌ ସୋର୍ସିଂ) ଭାବେ କାର୍ଯ୍ୟକରୁଥିବା କର୍ମଚାରୀ ମାନେ  ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଧାରଣା ବସିଛନ୍ତି । ପୂର୍ବରୁ ସଂଘର ଅସ୍ଥାୟୀ  କର୍ମଚାରୀଙ୍କୁ ସ୍ଥାୟୀ କରିବା ସହ ବିଭିନ୍ନ ଦାବି ନେଇ ବାରମ୍ବାର ଅଭିଯୋଗ ସତ୍ତେ୍ୱ କିଛି ସୁଫଳ ମିଳିନାହିଁ । ତେଣୁ ଆଜିଠୁ ନନ୍ଦନକାନନ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣରେ ବସିବା ନେଇ  ସଂଘ ସଭାପତି ଜୟନ୍ତ କୁମାର ରାଉତରାୟ  ସୂଚନା ଦେଇଥିଲେ। 

ନନ୍ଦନକାନନ ଚିଡିଆଖାନାରେ ବହୁ କର୍ମଚାରୀ  ଅବସର ନେବାପରେ ୧୦୩ଟି ଚତୁର୍ଥ ଶ୍ରେଣୀ ପଦବୀ ଖାଲି ପଡିଛି ।  ତାହା ପୂରଣ ହୋଇପାରିନାହିଁ । କାର୍ଯ୍ୟରତ କର୍ମଚାରୀମାନେ  ଦିନକୁ ୮ଘଣ୍ଟା ବଦଳରେ ୧୦ଘଣ୍ଟା କାମ କରୁଛନ୍ତି । ତା’ସତ୍ତେ୍ୱ  ସେମାନଙ୍କ ମୈାଳିକ ସମସ୍ୟାସବୁ ସମାଧାନ ହେଉନାହିଁ ।  ମୁଖ୍ୟମନ୍ତୀ ଓ ବିଭାଗୀୟ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଦୃଷ୍ଟି  ଆକର୍ଷଣ କରାଯାଇଆସୁଥିଲେ ହେଁ କିଛି ସୁଫଳ ନମିଳିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଶାନ୍ତିପୂର୍ଣ୍ଣ ଧାରଣା ବସିଛନ୍ତି ଅସ୍ଥାୟୀ କର୍ମଚାରୀ ସଂଘ।