ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

Published By : Prameya | March 25, 2025 8:26 AM

ବାରଙ୍ଗ, ୨୫/୦୩: ଆଜିଠୁ ନନ୍ଦନକାନନ ପ୍ରାଣୀଉଦ୍ୟାନରେ  ଅସ୍ଥାୟୀ (ଆଉଟ୍‌ ସୋର୍ସିଂ) ଭାବେ କାର୍ଯ୍ୟକରୁଥିବା କର୍ମଚାରୀ ମାନେ  ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଧାରଣା ବସିଛନ୍ତି । ପୂର୍ବରୁ ସଂଘର ଅସ୍ଥାୟୀ  କର୍ମଚାରୀଙ୍କୁ ସ୍ଥାୟୀ କରିବା ସହ ବିଭିନ୍ନ ଦାବି ନେଇ ବାରମ୍ବାର ଅଭିଯୋଗ ସତ୍ତେ୍ୱ କିଛି ସୁଫଳ ମିଳିନାହିଁ । ତେଣୁ ଆଜିଠୁ ନନ୍ଦନକାନନ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣରେ ବସିବା ନେଇ  ସଂଘ ସଭାପତି ଜୟନ୍ତ କୁମାର ରାଉତରାୟ  ସୂଚନା ଦେଇଥିଲେ। 

ନନ୍ଦନକାନନ ଚିଡିଆଖାନାରେ ବହୁ କର୍ମଚାରୀ  ଅବସର ନେବାପରେ ୧୦୩ଟି ଚତୁର୍ଥ ଶ୍ରେଣୀ ପଦବୀ ଖାଲି ପଡିଛି ।  ତାହା ପୂରଣ ହୋଇପାରିନାହିଁ । କାର୍ଯ୍ୟରତ କର୍ମଚାରୀମାନେ  ଦିନକୁ ୮ଘଣ୍ଟା ବଦଳରେ ୧୦ଘଣ୍ଟା କାମ କରୁଛନ୍ତି । ତା’ସତ୍ତେ୍ୱ  ସେମାନଙ୍କ ମୈାଳିକ ସମସ୍ୟାସବୁ ସମାଧାନ ହେଉନାହିଁ ।  ମୁଖ୍ୟମନ୍ତୀ ଓ ବିଭାଗୀୟ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଦୃଷ୍ଟି  ଆକର୍ଷଣ କରାଯାଇଆସୁଥିଲେ ହେଁ କିଛି ସୁଫଳ ନମିଳିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଶାନ୍ତିପୂର୍ଣ୍ଣ ଧାରଣା ବସିଛନ୍ତି ଅସ୍ଥାୟୀ କର୍ମଚାରୀ ସଂଘ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.