ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନିର୍ବାଚିତ ହେଲେ ପିଆରଏସ୍ଆକଇ ଭୁବନେଶ୍ୱର ଚାପ୍ଟରର ନୂତନ ଅଧ୍ୟକ୍ଷ ଓ କାର୍ଯ୍ୟକର୍ତ୍ତା

Published By : Ladu Kishor | March 25, 2025 9:02 PM

ଭୁବନେଶ୍ୱର: ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ (ପିଆରଏସ୍‍ଆଇ) ଭୁବନେଶ୍ୱର ଚାପ୍ଟରର ୬ଷ୍ଠ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‍) ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସର୍ବସମ୍ମତି କ୍ରମେ ଏହାର ପରବର୍ତ୍ତୀ ଦୁଇବର୍ଷ ପାଇଁ ନୂତନ ଅଧ୍ୟକ୍ଷ ଏବଂ ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ନିର୍ବାତିତ ହୋଇଛନ୍ତି। ଏହି ଯୁବ ସୁଲଭ ନୂଆ ଟିମ୍‍ର ନିର୍ବାଚନ ଚାପ୍ଟରକୁ ଏକ ନୂତନ ଶିଖରକୁ ନେଇଯିବା ସହିତ ଓଡ଼ିଶାରେ ଲୋକସମ୍ପର୍କ ବୃତ୍ତିକୁ ଅଧିକ ସମୃଦ୍ଧ କରିବାକୁ ଯାଉଛି।

ଜଣେ ଅଭିଜ୍ଞ ତଥା ବ୍ୟାପକ ଅନୁଭୂତି ରଖୁଥିବା ଏବଂ ସମ୍ପ୍ରତି ହେଡ୍‍ ଅଫ କର୍ପୋରେଟ ଆଫେୟାର୍ସ, ପାରାଦୀପ ଫସଫେଟସ୍‍ ଲିମିଟେଡ ଶ୍ରୀ ସୁଧି ରଂଜନ ମିଶ୍ର ପିଆରଏସ୍‍ଆଇ ଭୁବନେଶ୍ୱର ଚାପ୍ଟରର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ନିଜର ଦୃଢ ନେତୃତ୍ୱ ନେବାର କୌଶଳ ଏବଂ ଶିଳ୍ପ ସମ୍ପର୍କରେ ଗଭୀର ଜ୍ଞାନ ହାସଲ କରିଥିବା ଶ୍ରୀ ମିଶ୍ରଙ୍କର ଆଗାମୀ ଅବଧି ନିମନ୍ତେ ରହିଥିବା ଲକ୍ଷ୍ୟ ମଧ୍ୟରେ ଲୋକ ସମ୍ପର୍କର ବୃତ୍ତିଗତ ମାନରେ ଉନ୍ନତି ସାଧନ କରିବା ଏବଂ ଶିଳ୍ପର ପ୍ରମୁଖ ଅଂଶୀଦାର ମାନଙ୍କ ମଧ୍ୟରେ ସହଭାଗୀତାକୁ ପ୍ରୋତ୍ସାହିତ କରିବା ଅନ୍ତର୍ଭୁକ୍ତ।

ନୂତନ ଅଧ୍ୟକ୍ଷଙ୍କ ସହିତ ରବିବାର ସଂଧ୍ୟାରେ ଅନୁଷ୍ଠିତ ଏଜିଏମ୍‍ରେ ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଡ. ସଞ୍ଜୟ କୁମାର ସାହୁ, ଡିଜିଏମ୍‍-କର୍ପୋରେଟ କମ୍ୟୁନିକେସନ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱର ଲିମିଟେଡ ଉପାଧ୍ୟକ୍ଷ ଭାବରେ ଏବଂ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଷ୍ଟେଟ ହେଡ-କର୍ପୋରେଟ କମ୍ୟୁନିକେସନ, ରିଲାଏନ୍ସ ଜିଓ ଇନ୍‍ଫୋକମ୍‍ ଲିମିଟେଡ ଚାପ୍ଟରର ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ଅନୁରୂପ ଭାବରେ ଶ୍ରୀ ଅଂଶୁମାନ ପଟ୍ଟନାୟକ, ହେଡ-କର୍ପୋରେଟ କମ୍ୟୁନିକ୍ସେନ, ପିଆର ଆଣ୍ଡ ବ୍ରାଣ୍ଡିଂ, କଳିଙ୍ଗ ହସପିଟାଲ ଲିମିଟେଡ କୋଷାଧ୍ୟକ୍ଷ ଭାବରେ ଓ ଶ୍ରୀ ସନ୍ଦୀପ ସେଠୀ, ଡିଜିଏମ୍‍-କର୍ପୋରେଟ କମ୍ୟୁନିକେସନ, ଓଡ଼ିଶା ମାଇନିଂ କର୍ପୋରେସନ (ଓଏମ୍‍ସି) ଚାପ୍ଟରର ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ଚାପ୍ଟରର ନବଗଠିତ କାର୍ଯ୍ୟକାରୀ କମିଟିରେ ଶିଳ୍ପର ଭେଟେରାନ ଶଶାଙ୍କ ପଟ୍ଟନାୟକ ଏବଂ ଅମରଜ୍ୟୋତି ମହାପାତ୍ରଙ୍କ ସହିତ ଅଭିଜ୍ଞ ତରୁଣ ତୁର୍କ ସମ୍ବିତ ମହାନ୍ତି, ଧରିତ୍ରୀ ଶତପଥୀ, ଦୀପାନ୍ୱିତା ମିଶ୍ର ଏବଂ ଡ. ଅନୁରାଗ ସାହୁ ପ୍ରମୁଖ ରହିଛନ୍ତି। 

ନବନିର୍ବାଚିତ ଟିମ୍‍ କୌଶଳ ନିର୍ମାଣକାରୀ କର୍ମଶାଳା, ଆଲୋଚନାଚକ୍ର, ଛାତ୍ରଛାତ୍ରୀଙ୍କ ନିମନ୍ତେ ପିଆର୍‍ ବୁଟ୍‍ କ୍ୟାମ୍ପ ଇତ୍ୟାଦି ଆୟୋଜନ ସହିତ ନେଟୱର୍କିଂ ଇଭେଣ୍ଟ ଜରିଆରେ ଜନସମ୍ପର୍କକୁ ଏକ ବୃତ୍ତି ଭାବରେ ଅଭିବୃଦ୍ଧି ଓ ବିକାଶ ପଥରେ ଆଗେଇନେବାକୁ ପ୍ରତିବଦ୍ଧ ରହିଛନ୍ତି। ଓଡ଼ିଶାରେ କମ୍ୟୁନିକେସନ ଦୃଶ୍ୟପଟ୍ଟକୁ ଏକ ନିର୍ଦ୍ଦିଷ୍ଟ ରୂପରେଖ ପ୍ରଦାନ କରିବାରେ ଚାପ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। 

ଏହି ଅବସରରେ ପ୍ରକାଶ କରି ଶ୍ରୀ ସୁଧି ରଞ୍ଜନ ମିଶ୍ର, ପିଆରଏସ୍‍ଆଇ ଭୁବନେଶ୍ୱର ଚାପ୍ଟରର ନବନିର୍ବାଚିତ ଅଧ୍ୟକ୍ଷ କହିଥିଲେ,“ନୂତନ ଟିମ୍‍ ଅର୍ଥପୂର୍ଣ୍ଣ ସହଭାଗୀତା ଏବଂ ରାଜ୍ୟରେ ଅନେକ ପିଆର୍‍ କେନ୍ଦ୍ରିକ କାର୍ଯ୍ୟକ୍ରମ ଆୟୋଜନ ଜରିଆରେ ସୋସାଇଟିକୁ ଅଧିକ ଚଳଚଞ୍ଚଳ ଏବଂ ଦୃଶ୍ୟମାନ କରିବାକୁ ପ୍ରୟାସ କରିବେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.