ଘଟଗାଁ, ୦୧।୧୨ : ଅଧାରେ ରହିଗଲା ତାରିଣୀ ଦର୍ଶନ । ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଭ୍ୟାନ୍। ଅଧାରାସ୍ତାରେ ଚାଲିଗଲା ୭ ଜୀବନ । କେନ୍ଦୁଝର ଜିଲ୍ଲା ବାଲିଯୋଡି ଗାଁରେ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ତାରିଣୀ ଦର୍ଶନ ଲାଗି ଏକ ଭ୍ୟାନ୍ ଯୋଗେ ଏକାଧିକ ଲୋକେ ଯାଉଥିଲେ । କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ବାଲିଜୋଡୀ ଗାଁ ନିକଟରେ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଭ୍ୟାନ୍ ( ଟାଟା ଉଇଙ୍ଗର) । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି ।
ଦୁର୍ଘଟଣା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି ।
Also Read :-