ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଶେଷ ପର୍ଯ୍ୟାୟରେ ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ: ଖୁବ୍ ଶୀଘ୍ର ଆସିପାରେ ଖୁସି ଖବର, ଆଉ ମାତ୍ର ୩ ମିଟର ଦୂରତା

ନୂଆଦିଲ୍ଲୀ,୨୮।୧୧:  ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫଶିଥିବା ଶ୍ରମିକଙ୍କୁ ବାହାର କରିବା ପାଇଁ ସବୁ ପ୍ରକାର ଚେଷ୍ଟା ଚାଲିଛି।ଜୋରଦାର ଚାଲିଛି ରେସ୍କ୍ୟୁ ଅପରେସନ୍। ମେସିନ୍‌ ଭାଙ୍ଗିବା ପରେ ଚାଲିଛି ମାନୁଆଲି ଡ୍ରିଲିଂ। ୧୭ ଦିନ ହେବ ଜୀବନ ସହ ସଂଗ୍ରାମ କରୁଥିବା ଶ୍ରମିକଙ୍କୁ ଉଦ୍ଧାର କରିବାରେ ମେସିନ୍ ଯଦିଓ ଫେଲ୍‌ ମାରିଛି, କିନ୍ତୁ ମଣିଷର ସାହାସ ଫେଲ୍‌ ମାରିନି। ଟନେଲ ଭିତରେ ଫଶିଥିବା ୪୧ ଶ୍ରମିକ ଓ ରେସ୍କ୍ୟୁ ଟିମ୍‌ ମଧ୍ୟରେ ଆଉ ମାତ୍ର ୨-୩ ମିଟରର ଦୂରତା ବାକି ରହିଛି। ଯଦି କୌଣସି ବାଧା ନ ଉପୁଜେ ତେବେ ଖୁବଶୀଘ୍ର ସମସ୍ତ ଶ୍ରମିକ ଟନେଲ ଭିତରୁ ବାହାରକୁ ବହାରି ଆସିବେ ବୋଲି ଆଶା କରାଯାଉଛି। ପରିବାର ଲୋକଙ୍କୁ ମଧ୍ୟ ପାଖକୁ ଆସିବାକୁ କୁହାଯାଇଛି। 

କୁହାଯାଉଛି ଖୁବ୍ ଶୀଘ୍ର ଶ୍ରମିକଙ୍କୁ ସୁଡଙ୍ଗ ଭିତରୁ ବାହାର କରିନିଆଯିବ। ସେଥିପାଇଁ ଗ୍ରୀନ୍ କରିଡର ତିଆରି କରିବାର କାମ ମଧ୍ୟ ପୁରା ହୋଇସାରିଛି। ଏହି ଗ୍ରୀନ୍ କରିଡର ଦେଇ ଶ୍ରମିକଙ୍କୁ ହସ୍ପିଟାଲ ନିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ଫୋନ୍‌ କରି ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ବିଷୟରେ ପଚାରି ବୁଝିଛନ୍ତ

ଉଲ୍ଲେଖନୀଯେ, ଅଗର ମେସିନ୍ ର ଭଗ୍ନାଂଶ ବାହାର କରିବା ପରେ ସୋମବାର ରାତିରୁ ମାନୁଆଲ ଡ୍ରିଲିଂ ଚାଲିଛି। ନ୍ୟୁଜ ଏଜେନ୍ସି ଏନଏନ୍‌ଆଇର ଏହାର ଏକ ଭିଡିଓ ଜାରି ରହିଛି, ଯେଉଁଥିରେ କିଛି ଶ୍ରମିକ ମେସିନ୍‌ଠାରୁ ଅଧିକ ଜୋରରେ ନିଜ ହାତକୁ ଚଳାଉଥିବାର ଭିଡିଓ ରହିଛି। ଏହାର ପ୍ରଥମ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ରେସ୍କ୍ୟୁ ଟିମ୍‌ର କିଛି ସଦସ୍ୟ ପାଇପ୍‌ ଭିତରୁ ମାଟି ବାହାରକୁ କାଢ଼ି ଆଣୁଥିବା ଦେଖିବାକୁ ମିଳିଛି। ଅଗର ମେସିନ୍‌ ଫେଲ୍‌ ହେବା ପରେ ‘ରେଟ୍‌ ମାଇନର୍ସ’ ରେସ୍କ୍ୟୁ କାମରେ ଲାଗିଛନ୍ତି। ଏମାନେ ମେସିନ୍‌ ଠାରୁ ମଧ୍ୟ ହାତରେ ଦ୍ରୁତ ଗତିରେ କାମ କରୁଛନ୍ତି। ଆଉ ଖୁବ୍ ଶୀଘ୍ର ଶ୍ରମିକଙ୍କୁ ବାହାରକୁ ଆଣିବ।

Also Read :-

ଉତ୍ତରକାଶୀ ଟନେଲ ଟ୍ରାଜେଡି: ଅନ୍ଧାରିଆ ସୁଡ଼ଙ୍ଗରେ ୧୪ ଘଣ୍ଟିଆ ଶିଫ୍, ଶ୍ରମ ଅନୁସାରେ ମିଳୁନି ପାରିଶ୍ରମିକ


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.