ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ମାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି ପ୍ରଦାନ

ଭୁବନେଶ୍ବର,୨୧।୭ : ମାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି ରବିବାର ପ୍ରଦାନ କରାଯାଇଛି ।   ୨୦୨୪ର ମାଟ୍ରିକ ଟପ୍ପର ଶୁଭଙ୍କର ସାହୁଙ୍କୁ ଏହି ମେଧାବୃତ୍ତି ଦିଆଯାଇଛି । ପୁରସ୍କାର ସ୍ବରୂପ ଶୁଭଙ୍କରଙ୍କୁ ମିଳିଛି ଏକ ଲକ୍ଷ ଟଙ୍କା । ସିଙ୍ଗାପୁରରେ ରହୁଥିବା ଆନନ୍ଦପୁର ବ୍ଲକ ଫକୀରପୁର ନିବାସୀ ସତ୍ୟ ସୁତାରଙ୍କ ତରଫରୁ ଏହି ମେଧାବୃତ୍ତି ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡ.ଅରୁନ୍ଧତୀ ଦେବୀ, ଯୋଗଦେଇ ସମାଜ ଗଠନରେ ଶିକ୍ଷାକୁ ଆଗେଇ ନେବାରେ ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗଦେଇ  ଶିକ୍ଷା ହିଁ ସମାଧାନ ଉପରେ ଆଲୋକପାତ କରିଥିଲେ । ସେହିଭଳି ବିଶିଷ୍ଟ ଆଇନଜୀବୀ ପ୍ରବୀର କୁମାର ଦାସ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଶିକ୍ଷା କିଭଳି ଛାତ୍ରଛାତ୍ରୀଙ୍କୁ ଆଗକୁ ନେବାରେ ସହାୟ ହୋଇଥାଏ ସେ ଉପରେ ଆଲୋଚନା କରିଥିଲେ । ଶେଷରେ ସତ୍ୟ ସୁତାରଙ୍କ ଏଭଳି ପଦକ୍ଷେପ ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କୁ ଅନେକ ପ୍ରେରଣା ଦେବ ବୋଲି ଯୋଗଦେଇଥିବା ଅତିଥିମାନେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଡ.ତ୍ରିଲୋଚନ ନାୟକ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, ଛାତ୍ରଛାତ୍ରୀଙ୍କୁ ଆଗକୁ ବଢିବାରେ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ସତ୍ୟ ସୁତାର   ରାଜ୍ୟର ମାଟ୍ରିକ ଟପ୍ପରଙ୍କୁ ଗତ ୪ବର୍ଷ ଧରି ଏହି ମେଧାବୃତ୍ତି ପ୍ରଦାନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.