ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ବ୍ଲକିଂଚେକିଂ ବେଳେ ଟ୍ରାଫିକ ପୋଲିସ ଉପରେ ଚଢ଼ାଇଲେ ଗାଡ଼ି, ଗୋଡ଼େଇ ଗୋଡ଼େଇ ଅମାନିଆଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୦୧/୦୯: ରାଜଧାନୀର ରାଜରାସ୍ତାରେ ଅମାନିଆଙ୍କ ରାଜ୍‌ । କାମ ଦେଉନି ବାରିକେଡ କି କାମ ଦେଉନି କମାରଶାଳ କଣ୍ଟା । ବିଳମ୍ବିତ ରାତିରେ କରୁଛନ୍ତି ଡ୍ରଙ୍କ ଆଣ୍ଡ ଡ୍ରାଇଭ । ପୋଲିସ କମିଶନର ଏବଂ ଡିସିପିଙ୍କ ଉପସ୍ଥିତିରେ କରିଲେ ରିଭର୍ସ ରାଇଡିଂ। ବ୍ୟାରିକେଡ଼ ଭାଙ୍ଗି ଟ୍ରାଫିକ ପୋଲିସ ଉପରେ ଚଢ଼ାଇଲେ ଗାଡ଼ି । ଏକାଧିକ ଟ୍ରାଫିକ କର୍ମୀ ଆହତ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଶତଚେଷ୍ଟା ପରେ ମଧ୍ୟ ଅମାନିଆଙ୍କୁ କାବୁ କରିବା ସମ୍ଭବପର ହେଉନାହିଁ । ପୁଣି ଅମାନିଆ ମଦ୍ୟପ ଚାଳକ ଭିଆଇଲେ କାଣ୍ଡ । ଶନିବାର ରାତିରେ ପୋଲିସ କମିଶନର ଏବଂ ଡିସିପିଙ୍କ ଉପସ୍ଥିତିରେ  ବ୍ଲକିଂଚେକିଂ କରାଯାଇଥିଲା । ଏହି ସମୟରେ କିଛି ଅମାନିଆ ପୋଲିସ କମିଶନର ଏବଂ ଡିସିପିଙ୍କ ସାମ୍ନାରେ ରିଭର୍ସ ରାଇଡିଂ କରିଥିଲେ । ବ୍ୟାରିକେଡ଼ ଭାଙ୍ଗି ଟ୍ରାଫିକ ପୋଲିସଙ୍କ ଉପରେ ଗାଡ଼ି ଚଢାଇଥିଲେ । ଏଥିରେ ଏକାଧିକ ଟ୍ରାଫିକ କର୍ମୀ ଆହତ ହୋଇଥିବା ବେଳେ ଦୁର୍ଘଟଣା ଘଟାଇ ଖସି ଯିବାକୁ ଚେଷ୍ଟା କରିଥିଲେ ଅମାନିଆ ଚାଳକ । ଏହି ସମୟରେ ଚାଳକଙ୍କୁ ଗୋଡ଼େଇ ଗୋଡ଼େଇ ଗିରଫ କଲା ପୋଲିସ । ଅମନିଆଙ୍କୁ କାବୁ କରିବା ପାଇଁ ଆଗକୁ ଟୁଇନ୍ ସିଟିରେ ଆହୁରି ଅଧିକ ବ୍ୟାରିକେଡ଼ ଓ କମାରଶାଳ କଣ୍ଟା ପକାଇ କଡା ବ୍ଲକିଂଚେକିଂ କରାଯିବ । ଏଥି ସହିତ ଅନ୍ଧାର ରାସ୍ତାରେ ଲାଇଟ୍ ପାଇଁ ବିଏମସିକୁ ଜଣାଇବା ନେଇ ସୂଚନା ଦେଲେ ଟୁଇନ୍ ସିଟି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.