ପ୍ରମୂଖ ଖବର
  • ଏସ୍‌ସିବିରେ ଡାକ୍ତରଙ୍କୁ ଆକ୍ରମଣ, ରୋଗୀଙ୍କ ସଂପର୍କୀୟଙ୍କ ନାଁରେ ଥାନାରେ ଏତଲା
  • ||
  • ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍, ସମ୍ପତ୍ତି ଆୟର ଚାଲିଛି ଛାନଭିନ୍
  • ||
  • କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା,ଦୋଷୀ ସଂଜୟ ରୟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବେ ସିଆଲଦା କୋର୍ଟ
  • ||
  • ହଂସିକାଙ୍କ ମାମଲାରେ ନୂଆ ମୋଡ଼: ୫୦ କୋଟି ଡିଲ୍‌ର ଖୋଳତାଡ଼ କରିବ ଇଡି, ସ୍କାନରରେ ଶିକ୍ଷାନୁଷ୍ଠାନ ମାଲିକ
  • ||
  • ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ...ଭାରତ ପକ୍ଷରୁ ସାମିଲ ହେବେ ଏସ୍ ଜୟଶଙ୍କର,
  • ||
  • ଜାଡ଼ରେ ଥରୁଛି ଓଡ଼ିଶା, ଶୀତ ଆହୁରି ୪ରୁ ୫ ଦିନ କରିବ କଲବଲ: ଦୁଇ ଦିନ କୁହୁଡି ସମ୍ଭାବନା
  • ||

ମହାକବି କାଳିଦାସଙ୍କ ଶୃଙ୍ଗାରତିଲକମ୍ ନାମକ ଲଘୁକାବ୍ୟ ରୂପାନ୍ତର

Published By : Harapriya Sethi | January 16, 2025 11:55 AM

ଅଟ୍ରୀ/ବାଘମାରୀ,୧୬/୦୧: ଦେବାଧିଦେବ ହଟ୍ଟକେଶ୍ଵରଙ୍କ ଅପାର କରୁଣାରୁ ସଂସ୍କୃତ ସାହିତ୍ୟ ଇତିହାସକୁ ଜ୍ୟୋତିର୍ମୟ ତଥା ରୁଦ୍ଧିମନ୍ତ କରି ପ୍ରକାଶ ପାଇଲା ମହାକବି କାଳିଦାସ ବିରଚିତ ମୂଳ ସଂସ୍କୃତ ଶୃଙ୍ଗାରତିଲକମ୍ ନାମକ ଲଘୁକାବ୍ୟର ପ୍ରତିଟି ଶ୍ଲୋକର ଶବ୍ଦ ବ୍ୟୁତ୍ପତ୍ତି ହୋଇଛି । ଏହାର ଆକ୍ଷରିକ ଅର୍ଥ ସହ ପଣ୍ଡିତ ରଞ୍ଜନ ଦାଶଙ୍କ ଅନୂଦିତ କାବ୍ୟ ରୂପାନ୍ତର କରାଯାଇଛି ।

ଗୁରୁବାର ଏହି ପୁସ୍ତକଟିର ହଟ୍ଟକେଶ୍ଵର ମକର ମହୋତ୍ସବର ରଙ୍ଗମଞ୍ଚରେ ବହୁ ସାହିତ୍ୟ ପ୍ରେମୀ ତଥା ଗଣ୍ୟମାନ୍ୟ କବିମାନଙ୍କ ଉପସ୍ଥିତିରେ ଲୋକାର୍ପଣ ହେଲା । କୃଷ୍ଣଚୂଡ଼ା ସାହିତ୍ୟ ସଂସଦର ପ୍ରତିଷ୍ଠାତା କଥାଶିଳ୍ପୀ ଗୋପୀନାଥ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ସାରସ୍ୱତ ଆସରରେ ଜନପ୍ରିୟ ବିଧାୟକ ପ୍ରଦୀପ କୁମାର ସାହୁ, ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫୁଲ୍ଲ ସୁବୁଦ୍ଧି, କବୟିତ୍ରୀ ସୁଶ୍ରୀ ଯୋଜନୀବାଳା, ସୁଶ୍ରୀ ପ୍ରତିମା ପ୍ରଧାନ ତଥା ଉପସ୍ଥିତ ଥିଲେ । ଅନ୍ୟାନ୍ୟ କବିମାନଙ୍କ କରକମଳରେ ପୁସ୍ତକର ଭବ୍ୟ ଲୋକାର୍ପଣ ସଂସ୍କୃତ ସାହିତ୍ୟ ଅନୁରାଗୀ ମାନଙ୍କ ଗହଣରେ ବହୁ ପ୍ରଶଂସନୀୟ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.